Ganja: ୨୫ କିଲୋ ଗଞ୍ଜେଇ ଜବତ, ୫ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କଲା ଜୋଙ୍କ ପୋଲିସ
"ନୂଆପଡା: ନୂଆପଡ଼ା ଜିଲ୍ଲା ଜୋଙ୍କ ପୋଲିସ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଘଟଣାରୁ ପ୍ରକାଶ ଯେ, ଛତିଶଗଡ଼ ରାଜ୍ୟକୁ ଚାଲାଣବେଳେ ଜୋଙ୍କ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆଙ୍କ ନିର୍ଦ୍ଦେଶ କ୍ରମେ ଏଏସ ଆଇ ପ୍ରଭାକର ନାୟକ ଓ ଜ୍ଞାନ ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି।
ନୂଆପଡ଼ା ସଦର ସ୍ଥିତ ଗୋତମା ଛକ ନିକଟରେ ଚଢ଼ାଉ କରି ଛତିଶଗଡ଼ ରାଜ୍ୟ ବିଳାସପୁର ଜିଲ୍ଲାର ରଜିକ ଖାନ ଓରଫ ସାଇଯାଦ ଖାନ ଓରଫ ହୁସେନ (୩୬) ଯିଏକି ଖରିଆର ରୋଡ ସ୍ଥିତ ୱାର୍ଡ ନଂ ୪ରେ ରହୁଛି।Advertisment ଆହୁରି ପଢନ୍ତୁ: Dhruv Rathee: ୨୦୧୮ ମାନହାନି ମାମଲାରେ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ୍ ସେହିପରି ରାୟପୁର ଜିଲ୍ଲା କବିର ନଗର ସ୍ଥିତ ବାଲ୍ମିକୀ ନଗରର ଶନି ତାଣ୍ଡି (୨୮) ଓ ନରେନ୍ଦ୍ର ଜଗତ (୨୫) ହୋଇଥିବାବେଳେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଧିନ ଭଇଁସାଟାଲ ଗ୍ରାମର ପଙ୍କଜ ସାହୁ (୨୪), ଅନ୍ୟ ଜଣେ ଖଡିଆଳ ଥାନା ଅନ୍ତର୍ଗତ କେନ୍ଦୁପାଟି ଗ୍ରାମର ଗୋପାଳ ବାଗ (୨୬) ବୋଲି ଜଣାପଡିଛି।
ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କଠାରୁ ୨୫ କିଲୋ ୯୯୬ ଗ୍ରାମ ଗଞ୍ଜେଇ ଜବତ ହୋଇଛି।
ଏମାନେ ଛତିଶଗଡ଼ ରାଜ୍ୟର ବେପାରୀମାନଙ୍କୁ ବିକ୍ରି କରିବା ପାଇଁ ଗଞ୍ଜେଇ ନେଇ ଆସିଥିବାବେଳେ ପୋଲିସ ଜାଲରେ ପଡି ଯାଇଥିବାବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏ ନେଇ ଜୋଙ୍କ ଥାନାରେ କେସ ନଂ ୩୮୨/୨୬ ଅନୁସାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ବିଷ୍ଣୁ ପ୍ରଧାନ ପ୍ରକାଶ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।