Ganjam Agri Exports: ଗଞ୍ଜାମରୁ ବିଶ୍ୱ ବଜାରକୁ କୃଷିଜାତ ଉତ୍ପାଦ ରପ୍ତାନି ପ୍ରସଙ୍ଗରେ ଆଲୋଚନାଚକ୍ର

Oct 01, 2026 - 17:40
Ganjam Agri Exports:  ଗଞ୍ଜାମରୁ ବିଶ୍ୱ ବଜାରକୁ କୃଷିଜାତ ଉତ୍ପାଦ ରପ୍ତାନି ପ୍ରସଙ୍ଗରେ ଆଲୋଚନାଚକ୍ର

"ଛତ୍ରପୁର:  ଗଞ୍ଜାମ ଜିଲ୍ଲାର କୃଷି ଓ କୃଷିଜାତ ଉତ୍ପାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ସଂଯୋଗ କରିବା ଏବଂ କୃଷକ ଉତ୍ପାଦକ ସଂଗଠନ, କୃଷକ ଉତ୍ପାଦକ କମ୍ପାନୀ ଓ ପ୍ରଗତିଶୀଳ ଚାଷୀମାନଙ୍କୁ ରପ୍ତାନି ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏପିଇଡିଏ, ଓରମାସ୍‌ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି (ଗୁରୁବାର) ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ରପ୍ତାନିମୁଖୀ କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Advertisment Agriculture: ୨୦୨୭-୨୮ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜ ବକ୍ତବ୍ୟରେ ସେ, ଗଞ୍ଜାମରୁ ଜାତୀୟ ବଜାରରେ ପହଞ୍ଚୁଥିବା ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଗୁଣାତ୍ମକ ଉତ୍ପାଦନ, ଜୈବିକ ଚାଷ, ଉପଯୁକ୍ତ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ବଜାର ସଂଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ।

ସାରୁ, ଖଣିଚାଉଳ ଓ ଆଖୁ ଭଳି ସ୍ଥାନୀୟ ଉତ୍ପାଦର ରପ୍ତାନି ସମ୍ଭାବନା ଅନୁସନ୍ଧାନ କରିବାକୁ ସେ ଆହ୍ୱାନ କରିଛନ୍ତି ।

ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ କହିଥିଲେ, ରପ୍ତାନି ପାଇଁ ଉତ୍ପାଦର ଗୁଣବତ୍ତା ଓ ପର୍ଯ୍ୟାପ୍ତ ଉତ୍ପାଦନ ସହିତ ଉପଯୁକ୍ତ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ବଜାର ସଂଯୋଗ ମଧ୍ୟ ଜରୁରୀ।

ରପ୍ତାନି ସମ୍ପର୍କିତ ସମସ୍ୟାର ସମାଧାନ ଓ ଜିଲ୍ଲାରୁ ରପ୍ତାନି ବୃଦ୍ଧି ପାଇଁ ଜିଲ୍ଲାସ୍ତରୀୟ ରପ୍ତାନି ପ୍ରୋତ୍ସାହନ ପରିଷଦ ଗଠନ କରାଯିବ ବୋଲି ସେ କହିଥିଲେ।

Agriculture: କୃଷିର ବିକାଶରେ ଏଫ୍‌ଆଇସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ଉପମୁଖ୍ୟମନ୍ତ୍ରୀକାର୍ଯ୍ୟକ୍ରମରେ ଏପିଇଡିଏର ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଓରମାସ୍‌ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ପାତ୍ର, ଓରମାସ୍‌ ଡେପୁଟି ସିଇଓ ରାଜଗୋପାଳ ଦାଶ, ବିଭିନ୍ନ ବିଭାଗର ଅଧିକାରୀ, ରପ୍ତାନିକାରୀ ସଂସ୍ଥାର କର୍ମକର୍ତ୍ତାମାନେ ରପ୍ତାନି ପାଇଁ ଆବଶ୍ୟକ ଗୁଣବତ୍ତା, ପ୍ରକ୍ରିୟାକରଣ, ପ୍ୟାକେଜିଂ, ଦଲିଲପତ୍ର, ବଜାର ସଂଯୋଗ ଓ ରପ୍ତାନି ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ।

ଚିକିଟିରୁ ଚିକାଗୋକୁ କଳାଧାନ ରପ୍ତାନି କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିକ୍ରମ ଗୌଡ଼ ନିଜ ରପ୍ତାନି ଅନୁଭୂତି ବାଣ୍ଟିବା ସହ ପ୍ରିମିୟମ ଗୁଣବତ୍ତାର ଚାଉଳର ଚାହିଦା, ଜୈବିକ ଚାଷ, ଧାନ ଗବେଷଣା, ଖଣିଚାଉଳ, ସାମୂହିକ ସହଯୋଗ ଏବଂ ବ୍ରହ୍ମପୁର ଓ ଛତ୍ରପୁରରେ ବିକ୍ରୟ କେନ୍ଦ୍ର ଖୋଲିବା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

Agriculture: ଫସଲ ସରଂକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ: ମନ୍ତ୍ରୀ କାର୍ଯ୍ୟକ୍ରମରେ କୃଷିଜାତ ଉତ୍ପାଦର ରପ୍ତାନି ପ୍ରୋତ୍ସାହନ ପାଇଁ ସରକାରୀ ଯୋଜନା, ରପ୍ତାନି ପ୍ରକ୍ରିୟା, ଜିଲ୍ଲାର ସମ୍ଭାବନାପୂର୍ଣ୍ଣ ଉତ୍ପାଦ ଚିହ୍ନଟ, ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଗୁଣବତ୍ତା, ପ୍ରକ୍ରିୟାକରଣ ଓ ବଜାର ସଂଯୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏଥିରେ ୨୧୦ଟି ଏଫ୍‌ପିଓରୁ ୧୩୦ରୁ ଊର୍ଦ୍ଧ୍ୱ ପ୍ରଗତିଶୀଳ ଚାଷୀ ଓ ପ୍ରତିନିଧି ଯୋଗଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।