Ganjam Flood Survivors Face New Health Threats: ବନ୍ୟା ପାଣି କମିଲା, ଗଞ୍ଜାମରେ ଏବେ ରୋଗବ୍ୟାଧିର ଭୟ

Nov 01, 2026 - 22:17
Ganjam Flood Survivors Face New Health Threats: ବନ୍ୟା ପାଣି କମିଲା, ଗଞ୍ଜାମରେ ଏବେ ରୋଗବ୍ୟାଧିର ଭୟ

ବାତ୍ୟା ଅର୍ଣ୍ଣବ ଗଲା, ବନ୍ୟା ପାଣି ବି କମି ଆସିଲା...କିନ୍ତୁ ତା'ପରବର୍ତ୍ତୀ ଯନ୍ତ୍ରଣା ଏବେ ସବୁରି ମୁହଁରେ।

ଚାରିଆଡ଼େ ପାଣି, ଘାରିଛି ସଂକ୍ରମଣ ଭୟ।

ଲାଗୁଛି ଅଳିଆ ଆବର୍ଜନାର ଏହି ପାହାଡ଼ ଭିତରେ ଲୁଚିଛି ଭୟଙ୍କର ରୋଗ।

ଗଞ୍ଜାମ ସୋରଡ଼ା ବ୍ଲକର ନୂଆଗଡ଼ ଗାଁ।

ୠଷିକୂଲ୍ୟା ନଦୀର ମହାବନ୍ୟା ପାଇଁ କାଦୁଅ ପଚ ପଚ ସାରା ଗାଁ।

ବାତ୍ୟା ପରବର୍ତ୍ତୀ ବନ୍ୟା ମାଡ଼ରେ ମାଡ଼ି ଆସିଲାଣି ରୋଗ।

ଲୋକଙ୍କ କହିବା କଥା, କାହା ଘରେ ଥଣ୍ଡା ଖାସ ତ ଆଉ କାହା ଘରେ ଜ୍ବର ସହ ବାନ୍ତି ଆରମ୍ଭ ହେଲାଣି।

Advertisment ଆସିକା ସହରର ଏହି ଦୃଶ୍ୟ ଦେଖିଲେ ତ ଦେହ ଶୀତେଇ ଉଠୁଛି।

ଭର୍ତ୍ତି ହୋଇଛି କୁଢ଼ କୁଢ଼ ଆବର୍ଜନା।

ଯୁଆଡ଼େ ଅନାଇବେ ଦୁର୍ଗନ୍ଧମୟ ପରିବେଶ।

ତାହାରି ଭିତରେ ବସବାସ କରୁଛି ଅସହାୟ ମଣିଷ।

ତୁରନ୍ତ ଏସବୁକୁ ନହଟାଇଲେ ଲାଗୁଛି, ନିଶ୍ଚୟ ସଂକ୍ରମଣ ବ୍ୟାପିବ।

ଏଭଳି ନର୍କ ଯନ୍ତ୍ରଣା ଭିତରେ ଆଉ ଏକ ବଡ଼ ସମସ୍ୟା ହେଉଛି ପାନୀୟ ଜଳ ସଙ୍କଟ।

ସେ ସୋରଡ଼ା ବ୍ଲକର ନୂଆଗଡ଼ ହେଉ କିମ୍ବା ଗଂଜାମ ବ୍ଲକର ବରପଲ୍ଲୀ ଗାଁ।

ବନ୍ୟା ପାଣି ଘେରରେ ଟୋପାଏ ପିଇବା ପାଣି ମିଳୁନଥିବାରୁ ଦୂଷିତ ଛଣା ପାଣିକୁ ଫୁଟାଇ ପିଇ ଜୀବନ ଧାରଣ କରୁଛନ୍ତି।

ସେହିପରି ଖଲ୍ଲିକୋଟ ବ୍ଲକର ବଡ଼ରାମପଲ୍ଲୀ ଗାଁରେ ବି ସମାନ ସ୍ଥିତି।...ପୁରୁଷୋତ୍ତମପୁର ଏନଏସି ଓ ଗ୍ରାମାଞ୍ଚଳ ଜଳଉତ୍ସ ସହ ନଳକୂପ ଗୁଡ଼ିକରେ ପଶିଯାଇଛି ଦୂଷିତ ବନ୍ୟା ଜଳ।

ଅଫିସ ହେଉ କି ଘର।

ଆଜି ବି ପାଣି ସର ସର ପରିବେଶ।

ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଥିଲେ ବି ପର୍ଯ୍ୟାପ୍ତ ନୁହେଁ।

Advertisment ଏଭଳି ପରିବେଶ ଓ ପରିସ୍ଥିତି ଭିତରେ ଯେ ରୋଗବ୍ୟାଧି ନଗ୍ରାସିବ, ତାର କିଛି ଗ୍ୟାରେଣ୍ଟି ନାହିଁ।

ମୁଖ୍ୟତଃ ବନ୍ୟା ପରେ ଜଳବାହିତ ରୋଗ ଯେମିତି ଡାଇରିଆ, ଟାଇଫଏଡ୍, କଲେରା ବ୍ୟାପିଥାଏ।

ସେହିପରି ମଶାମାଛିଙ୍କ ପ୍ରାଦୁର୍ଭାବ ଆଶଙ୍କା ସହ ଡେଙ୍ଗୁ, ମ୍ୟାଲେରିଆ, ଚିକୁନଗୁନିଆ ବି ହୋଇଥାଏ।

ତା'ଛଡ଼ା ଚର୍ମ ଓ ଆଖି ସଂକ୍ରମଣ ସହ ଶିଶୁ ଓ ବୟସ୍କଙ୍କୁ ଥଣ୍ଡା, କାଶ ଏବଂ ନିମୋନିଆ ହେବାର ସମ୍ଭାବନା ଦେଖାଦେଇଥାଏ।

ତେଣୁ ପାଣିକୁ ଫୁଟାଇ କିମ୍ବା ବିଶୋଧନ କରି ପିଇବା ଉଚିତ।

ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନରେ ହାତ ଧୋଇବା ଉଚିତ।

ଘର ଆଖପାଖରେ ଜମିଥିବା ପାଣିକୁ ନିଷ୍କାସନ ସହ ମଶାରି ବ୍ୟବହାର କରନ୍ତୁ।

ଗଞ୍ଜାମ ଜିଲ୍ଲାପାଳଙ୍କ କହିବା କଥା, ଜିଲ୍ଲାର ସବୁ ଚିକିତ୍ସାଳୟକୁ ପର୍ଯ୍ୟାପ୍ତ ଔଷଧ ସହ ତୁରନ୍ତ ଚିକିତ୍ସା ସେବା ପାଇଁ ପ୍ରସ୍ତୁତ ରଖାଯାଇଛି।

ପାନୀୟ ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗକୁ ବି ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଅର୍ଣ୍ଣବ ଯିବା ପରେ ବନ୍ୟାପାଣି ଆସିଲା, ତାହା ବି ଚାଲିଗଲା।

ଏବେ ନୂଆ ବାତ୍ୟା 'ମୁରାସୁ' ମୁଣ୍ଡ ଟେକିଛି।

ତେଣୁ ସ୍ବାସ୍ଥ୍ୟ ସମ୍ପଦର ସୁରକ୍ଷା ଗଞ୍ଜାମବାସୀ ଏବଂ ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।