01 NOVEMBER 2026

Welcome!

Unlock your personalized experience.
Sign Up

Gas price: ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦାମ ୧୦ ଟଙ୍କା ବଢ଼ିଲା‌, ବିମାନ ଇନ୍ଧନ ବି ମହଙ୍ଗା

Nov 01, 2026 - 17:15
Gas price: ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦାମ ୧୦ ଟଙ୍କା ବଢ଼ିଲା‌, ବିମାନ ଇନ୍ଧନ ବି ମହଙ୍ଗା

ନୂଆଦିଲ୍ଲୀ: ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର ୧୦ ଟଙ୍କା ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ପିଛା ଦର ୨,୮୧୦ ଟଙ୍କାରୁ ବୃଦ୍ଧି ପାଇ ୨,୮୨୦ ଟଙ୍କା ହୋଇଛି। ଲଗାତାର ଦ୍ୱିତୀୟ ମାସ ପାଇଁ ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଅକ୍ଟୋବର ୧ ତାରିଖରେ ସିଲିଣ୍ଡର ପିଛା ୬୨.୫୦ ଟଙ୍କା ବୃଦ୍ଧି ହୋଇଥିଲା। 

ବିମାନ ଇନ୍ଧନ (ଏଟିଏଫ୍) ଦର ଲିଟର ପିଛା ୧ ଟଙ୍କା ୩୭ ପଇସା ବୃଦ୍ଧି ପାଇ ୧୩୮ ଟଙ୍କା ୫୦ ପଇସା ହୋଇଛି। ଏହା ଲଗାତାର ଚତୁର୍ଥ ମାସର ଦର ବୃଦ୍ଧି। ବିମାନ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ଇନ୍ଧନ ପାଇଁ ଖର୍ଚ୍ଚ ହୋଇଥାଏ। ତେଣୁ ଏହି ବୃଦ୍ଧି ବିମାନ ଶିଳ୍ପର ଖର୍ଚ୍ଚ ଉପରେ ପ୍ରଭାବ ପକାଇବ। ତେବେ ଘରୋଇ ରନ୍ଧନ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ଦର ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ଆଧାର କରି ପ୍ରତି ମାସର ପହିଲାରେ ଏହି ଦର ସଂଶୋଧନ କରାଯାଏ।

Gas price: ପାର୍ବଣ ଋତୁରେ ପୁଣି ମହଙ୍ଗା ମାଡ଼; ବଢ଼ିଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।