Gateball dispute: ଆଇଜିୟୁ ନାମ, ଲୋଗୋ ବ୍ୟବହାର ଉପରେ ନି‌ଷେଧ୍ୟାଜ୍ଞା

Sep 13, 2026 - 22:22
Gateball dispute: ଆଇଜିୟୁ ନାମ, ଲୋଗୋ ବ୍ୟବହାର ଉପରେ ନି‌ଷେଧ୍ୟାଜ୍ଞା

"ଭୁବନେଶ୍ବର: ଗେଟ୍‌ବଲ୍‌ ଖେଳକୁ ନେଇ ବିବାଦ, ବିଭେଦ ଓ ଟଣାଓଟରା ଲାଗି ରହିଛି।

ଓଡ଼ିଶାରେ ଏହାର ମୁଖ୍ୟାଳୟ ରହିଥିବାବେଳେ ଅନେକ ସମୟରେ ଏହାର କ୍ରୀଡ଼ା ପ୍ରଶାସକଙ୍କ ମଧ୍ୟରେ ମତଭେଦ କାରଣରୁ ବିବାଦର ସୂତ୍ରପାତ ହେଉଛି।

ଅନେକ ବାର ଖଣ୍ଡ ବିଖଣ୍ଡିତ ହେବା ପରେ ପୁଣି ଥରେ ଏହା ଦୁଇ ଭାଗରେ ବିଭକ୍ତ ହୋଇଛି। "ଇଣ୍ଡିଆନ୍‌ ଗେଟ୍‌ବଲ୍‌ ୟୁନିୟନ୍‌" ୨୦୦୯ରେ ଏକ ଟ୍ରଷ୍ଟ୍‌ ଭାବେ ପଞ୍ଜୀକୃତ ହୋଇ ଏହି ଖେଳକୁ ପରିଚାଳନା କରି ଆସୁଥିଲା।Advertisment ସଂଜୟ ପଟ୍ଟନାୟକ ଓ ଗୁରୁପ୍ରସାଦ ସମରେନ୍ଦ୍ର ତ୍ରିପାଠୀ ଏହାର ଟ୍ରଷ୍ଟି ରହି ଆସିଛନ୍ତି।

୨୦୨୪ ମସିହାରେ କିଛି ସଦସ୍ୟ ଓ କର୍ମକର୍ତା ଅଲଗା ଭାବେ ସମାନ ନାମକୁ ସାମାନ୍ୟ ପରିବର୍ତନ କରି "ଇଣ୍ଡିଆନ୍‌ ଗେଟ୍‌ ବଲ୍‌ ୟୁନିୟନ୍‌" ଭାବେ ପଞ୍ଜୀକୃତ କରିବାରେ ସକ୍ଷମ ହୋଇଥିଲେ।

ସେହିଠାରୁ ଏହି ବିବାଦର ସୂତ୍ରପାତ ହୋଇଥିଲା।

ଆପୋଷ ସମାଧାନ ପାଇଁ ସଞ୍ଜୟ ପଟ୍ଟନାୟକ ଗୋଷ୍ଠୀ ଚେଷ୍ଟା କରିବା ସତ୍ତ୍ବେ ଏହା ସମ୍ଭବ ହୋଇନଥିଲା।

ଇତିମଧ୍ୟରେ ଦ୍ବିପାୟନ ପଟ୍ଟନାୟକଙ୍କ ଗୋଷ୍ଠୀ "ଆଇଜିୟୁ"ର ନାମ, ଲୋଗୋ, ଇ-ମେଲ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଆଦିକୁ ବ୍ୟବହାର କରୁଥିବାରୁ ସଂଜୟ ପଟ୍ଟନାୟକଙ୍କ ଆଇଜିୟୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଏକ ସିଭିଲ୍‌ ସୁଟ୍‌ ଦାଏର କରିଥିଲେ।

ଗତ ଏପ୍ରିଲ୍‌ ମାସରେ ଅଦାଲତ ଏହାକୁ ଗ୍ରହଣ କରି ଆଇଜିୟୁର କୌଣସି "ପରିଚୟ" ବ୍ୟବହାର ଉପରେ ଅନ୍ତରୀଣ ନିଷେଧ୍ୟାଜ୍ଞା ଜାରି କରିଛନ୍ତି।

ଏପରିକି ସୋସିଆଲ ମିଡିଆର ବ୍ୟବହାର, ପାଣ୍ଠି ସଂଗ୍ରହ ଆଦି ଉପରେ ଅଙ୍କୁଶ ଲଗାଇଛନ୍ତି।

ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରତିବାଦୀ ଦ୍ବିପାୟନ ପଟ୍ଟନାୟକ।

ବହୁ ପରିଶ୍ରମ କରି ଆଇଜିୟୁ ଗଠନ କରିଥିଲୁ।

ମୁଁ ବ୍ୟକ୍ତିଗତ ଭାବେ ସରକାରୀ କର୍ମଚାରୀ ଥିବାରୁ ସେ ସମୟରେ ପ୍ରତ୍ୟେକ୍ଷ ଭାବେ ଟ୍ରଷ୍ଟି ହୋଇପାରିନଥିଲି।

ତେବେ ଆଇଜିୟୁ ନାମରେ ସାମାନ୍ୟ ପରିବର୍ତନ କରି ପୁନଃ ପଞ୍ଜୀକରଣ କଥାକୁ ସେ ସ୍ବୀକାର କରିଥିଲେ।

ଅଦାଲତଙ୍କ ଅନ୍ତରୀଣ ଆଦେଶ ଆସିଥିବାରୁ ଚୂଡାନ୍ତ ରାୟକୁ ଅପେକ୍ଷା କରିଛୁ।

ତେବେ ନାମ ଓ ଲୋଗୋ ବ୍ୟବହାର ଉପରେ ଲାଗିଥିବା କଟକଣା କେବଳ ଆମ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ପ୍ରଯୁଯ୍ୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଥାଇଲାଣ୍ଡ୍‌ ଗେଟ୍‌ବଲ୍‌ ପ୍ରତିଯୋଗିତା କ୍ବାର୍ଟ‌ରରେ ଭାରତ ମୁଣ୍ଡଟେକିଲା ନୂଆ ସଂଘସବୁଠାରୁ ବଡ଼ କଥା ହେଲା ଅଦାଲତ ଆଦେଶ ପରେ ଦ୍ବିପାୟନ ପଟ୍ଟନାୟକଙ୍କ ଗୋଷ୍ଠୀ ଆଇଜିୟୁ ବିବାଦରୁ ଦୂରେଇ ନୂଆ ଜାତୀୟ ସଂଘ ଗଠନ ଓ ନୂଆ କର୍ମକର୍ତା ଚୟନ କରି ନେଇଛନ୍ତି। "ଟ୍ରଷ୍ଟଦ୍ବାରା କୌଣସି ସରକାରୀ ସୁବିଧା ହାସଲ କରି ହେବ ନାହିଁ ଓ ଗେଟ୍‌ବଲ୍‌ ଖେଳର ସମ୍ପ୍ରସାରଣ କଷ୍ଟ।

ତେଣୁ ଆମେ ସୋସାଇଟି ଅଫ୍‌ ରେଜିଷ୍ଟ୍ରେସନ୍‌ ଆକ୍ଟ ୧୮୬୦ ଅଧୀନରେ ନୂଆ ନାମ "ଫେଡେରେସନ ଅଫ୍‌ ଅଲ୍‌ ଇଣ୍ଡିଆ ଗେଟ୍‌ବଲ୍‌ ୟୁନିୟନ୍ସ" ପଞ୍ଜୀକରଣ ପାଇଁ ଆବେଦନ କରିଛୁ।

ତେଣୁ ଏବେ ଆମେ ଆଇ ଆଇଜିୟୁ କିମ୍ବା ଏହାର କୌଣସି ଲୋଗୋ ବ୍ୟବହାର କରୁନାହୁଁ" ବୋଲି ସଭାପତି ଦିଲୀପ ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଫଳରେ ବିଭେଦର ଅବସାନ ଘଟିବ ବୋଲି ଆଶା କରାଯାଉଛି।

କେବଳ ଏସୀୟ ଓ ଅନ୍ତର୍ଜାତୀୟ ସ୍ବୀକୃତି କାହାକୁ ମିଳିବ ସମୟ କହିବ।

ଆଇଜିୟୁ ନିକଟରେ କିନ୍ତୁ ଏସୀୟ ପାସିଫିକ୍‌ ଗେଟ୍‌ବଲ୍‌ ୟୁନିୟନ୍‌ର ଅନୁବଂଧନ ରହିଛି ବୋଲି ସଂଜୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ତାଇପେ ଓପନ୍‌ରେ‌ ଖେଳିବ ଆଇଜିୟୁନିଜ କାର୍ଯ୍ୟକ୍ରମକୁ ପୁନଃ ଜାଗ୍ରତ କରିବା ସହ ଆଇଜିୟୁର ଏକ ଦଳ ଚଳିତ ମାସରେ ଚତୁର୍ଥ ଏସିଆ ନ୍ୟୁ ତାଇପେ ଓପନ୍‌ ଇଣ୍ଟରନ୍ୟାସନାଲ୍‌ ଗେଟ୍‌ବଲ୍‌ ପ୍ରତିଯୋଗିତାରେ ଭାଗନେବ ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ସେପ୍ଟେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ‌ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ସତୀଶ ପୃଷ୍ଠିଙ୍କ ନେତୃତ୍ବାଧୀନ ଦଳରେ ଗିରିଜା ଶଙ୍କର ଭଞ୍ଜ, ସଞ୍ଜୟ ପଟ୍ଟନାୟକ, ବିକାଶ ଚନ୍ଦ୍ର ପଟ୍ଟନାୟକ, ସୌମ୍ୟାଶ୍ରୀ ରଥ, ଆକାଂକ୍ଷା ସିଂହ‌ଦେଓ ସାମିଲ ରହିଛନ୍ତି।

ସତ୍ୟବ୍ରତ ମୀନକେତନ ଦଳର ପ୍ରବଂଧକ ଭାବେ ଯାତ୍ରା କରିବେ।

ଦଳ ଏଥର ଭଲ କରିବ ବୋଲି ଅଧିନାୟକ ସତୀଶ ଆଶା ପ୍ରକଟ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।