’Gayala’ Mascot of ‘Punashcha Pruthibi ‘ପୁନଶ୍ଚ ପୃଥିବୀ’ର ମାସ୍କଟ୍‌ ‘ଗୟଳ’ ଉନ୍ମୋଚିତ

Sep 28, 2026 - 20:30
’Gayala’ Mascot of ‘Punashcha Pruthibi ‘ପୁନଶ୍ଚ ପୃଥିବୀ’ର ମାସ୍କଟ୍‌ ‘ଗୟଳ’ ଉନ୍ମୋଚିତ

"ପ୍ରକୃତି ସହ ପ୍ରଗତି ନିତ୍ୟନ୍ତ ଜରୁରୀ: ଜଙ୍ଗଲ ମନ୍ତ୍ରୀଜୀବଜନ୍ତୁ ନ ରହିଲେ ପରିବେଶ ରହିପାରିବନି: ସୌମ୍ୟରଞ୍ଜନAdvertisment ଲୋକଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଛୁ: ତନୟା ପଟ୍ଟନାୟକ ଭୁବନେଶ୍ବର:  ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବାକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ "ପୁନଶ୍ଚ ପୃଥିବୀ" ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି।

ଏହାର ଅବ୍ୟବହିତ ପୂର୍ବରୁ ଅଭିଯାନର ମାସ୍କଟ୍‌ "ଗୟଳ"ର ଲୋଗୋ ଆଜି (ସୋମବାର) ଉନ୍ମୋଚିତ ହୋଇଛି।

Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର "ଆମ ଓଡ଼ିଶା" କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ହେଉଥିବା ପରିବେଶ ପଞ୍ଚାୟତ ମାଧ୍ୟମରେ ପରିବେଶ ସୁରକ୍ଷା ଦିଗରେ "ସମ୍ବାଦ" ବଡ଼ ପଦକ୍ଷେପ ନେଇଛି।

କେବଳ ଯେ ପରିବେଶର ସୁରକ୍ଷା ନୁହେଁ, ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଜି ଯେଉଁଭଳି ଭାବେ "ଗୟଳ"କୁ ମାସ୍କଟ୍‌ ଭାବେ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ।

ଓଡ଼ିଶାରେ ଧୀରେ ଧୀରେ ଗୟଳଙ୍କ ସଂଖ୍ୟା ହ୍ରାସ ପାଉଛି।

ଦେବ୍ରିଗଡ଼ରେ ସର୍ବାଧିକ ୮୮୫ରୁ ଅଧିକ ଅଛନ୍ତି।

ଶିମିଳିପାଳ, ନୟାଗଡ଼, ସାତକୋଶିଆ ପରି କେତେକ ଜଙ୍ଗଲରେ ଗୟଳଙ୍କ ଉପସ୍ଥିତି ରହିଛି।

କେବଳ ଅର୍ଥନୈତିକ ବିକାଶ ହେଲେ କିଛି ହେବ ନାହିଁ, ବରଂ ପ୍ରକୃତିର ସୁରକ୍ଷା ବର୍ତ୍ତମାନ ସମୟରେ ନିହାତି ଲୋଡ଼ା।

ପ୍ରକୃତି ସହ ପ୍ରଗତି ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ସଚେତନତା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ।

ତୃଣମୂଳସ୍ତରର ଲୋକଙ୍କ ସହ ଜଡ଼ିତ ହୋଇ ରହିବାକୁ ହେବ।

ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ମାର୍ଗଦର୍ଶନ କରିବାକୁ ପଡ଼ିବ।

ଏହା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ସେ ମତପ୍ରକାଶ କରିଥିଲେ।

Earth again: ଆର୍ଯ୍ୟପଲ୍ଲୀରେ "ପୁନଶ୍ଚ ପୃଥିବୀ": "ସହଭାଗିତା ଓ ସମନ୍ୱୟ ରହିଲେ ସବୁ ସମ୍ଭବ" ଇଷ୍ଟର୍ଣ୍ଣ ମିଡିଆ ଲି‌ମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ତିନି ବର୍ଷ ତଳେ ‌ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡ଼ି ହୋଇଛି।

ଜୀବଜନ୍ତୁ ନ ରହିଲେ ପରିବେଶ ସୁରକ୍ଷା ହୋଇପାରିବ ନାହିଁ। "ଗୟଳ"କୁ ମାସ୍କଟ୍‌ ଭାବେ ଗ୍ରହଣ କରି ଯେଉଁଭଳି ପଦକ୍ଷେପ ନିଆଯାଇଛି ତାହା ଏକ ମାଇଲଖୁଣ୍ଟ ହେବ।

ବିଶେଷକରି ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଦ୍ବାରା ମାସ୍କଟ୍‌ ଉନ୍ମୋଚନ ଗୟଳଙ୍କ ସୁରକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧିରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Silver City Charitable Trust: ସିଲ୍‌ଭର୍‌ ସିଟି ଚାରିଟେବଲ୍‌ ଟ୍ରଷ୍ଟ ଓ "ପୁନଶ୍ଚ ପୃଥିବୀ" ପକ୍ଷରୁ ସିଡ୍‌ବଲ୍‌ ବୁଣା କାର୍ଯ୍ୟକ୍ରମ "ସମ୍ବାଦ" ଓ "କନକ୍ ନ୍ୟୁଜ୍" ସମ୍ପାଦକ ତନୟା ପଟ୍ଟନାୟକ କହିଲେ "ପୁନଶ୍ଚ ପୃଥିବୀ"ର ତୃତୀୟ ସଂସ୍କରଣ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି।

୩ ଦିନ ଧରି ଉତ୍କଳ ବିଶ୍ବବିଦ୍ୟାଳୟରେ ଚାଲିବାକୁ ଥିବା ଏହି ସମ୍ମିଳନୀରେ ୬୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ।

ପରିବେଶ ବିଧାନସଭା ପରି ଅଭିନବ ଅଧିବେଶନ ଏଥରକ ସମ୍ମିଳନୀରେ ସାମିଲ ହେବାକୁ ଯାଉଛି।

କେବଳ ଭୁବନେଶ୍ବର କିମ୍ବା କୌଣସି ହୋଟେଲରେ "ପୁନଶ୍ଚ ପୃଥିବୀ" ସୀମିତ ହୋଇ ରହି ନାହିଁ, ବରଂ ଭିତରକନିକା, ଦେବ୍ରିଗଡ଼, ଶିମିଳିପାଳ, ବ୍ରହ୍ମପୁରରେ ମଧ୍ୟ କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ଯୋଡ଼ିବାକୁ ପ୍ରୟାସ କରିଛୁ।

ଏହି ମହତ୍ତ୍ବ ଅଭିଯାନରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ କରିଛନ୍ତି।  "ସମ୍ବାଦ" ଓ "କନକ୍ ନ୍ୟୁଜ୍"ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଦେବା ସହ "ଗୟଳ"କୁ ମା‌ସ୍କଟ୍‌ ଭାବେ ଚୟନ ସମ୍ପର୍କରେ ସୂଚନା ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।