Gen Z: ଜବ୍ ଇଣ୍ଟରଭ୍ୟୁରେ ଜେନ୍ ଜିର ନୂଆ ଷ୍ଟାଇଲ୍, ରିକ୍ରୁଟରଙ୍କୁ ଚକିତ କରୁଛି ଏହି ଟ୍ରେଣ୍ଡ
"ଫ୍ଲୋରିଡା: ଚାକିରି ଇଣ୍ଟରଭ୍ୟୁକୁ ନେଇ ପୂର୍ବ ପିଢ଼ିର ଧାରଣାଠାରୁ ଜେନ୍ ଜି ଆଭିମୁଖ୍ୟ ଅନେକ ଭିନ୍ନ।
ଇଣ୍ଟରଭ୍ୟୁ ସମୟରେ ହାତରେ ଆଇସ୍ଡ କଫି ଧରିବା, କ୍ୟାଜୁଆଲ୍ ପୋଷାକ ପିନ୍ଧିବା କିମ୍ବା ନିଜ କାମର ସୀମା ସମ୍ପର୍କରେ ସିଧାସଳଖ ପ୍ରଶ୍ନ କରିବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହାକୁ ନେଇ ଜେନ୍ ଜି ଓ ମିଲେନିଆଲ୍ ରିକ୍ରୁଟରଙ୍କ ମଧ୍ୟରେ କାର୍ଯ୍ୟସ୍ଥଳୀ ସଂସ୍କୃତିକୁ ନେଇ ମତଭେଦ ଦେଖାଯାଉଛି।Advertisment ଇଣ୍ଟରଭ୍ୟୁକୁ ଆଇସ୍ଡ କଫି ନେଇ ଯିବା ଘଟଣା ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
ଫ୍ଲୋରିଡାର ଏକ ରିକ୍ରୁଟମେଣ୍ଟ ଏଜେନ୍ସିର ମୁଖ୍ୟ କ୍ୟାଟଲିନ୍ ୱେହନିଆନ୍ ଏନେଇ ଏକ ଭିଡିଓ ସେୟାର କରିଥିଲେ।
ତାଙ୍କ ମତରେ, ଇଣ୍ଟରଭ୍ୟୁ ସମୟରେ କଫି ଧରିବା କିଛି ରିକ୍ରୁଟରଙ୍କ ନଜରରେ ଅତ୍ୟଧିକ କ୍ୟାଜୁଆଲ୍ ଆଭିମୁଖ୍ୟ ଭଳି ଲାଗିପାରେ।
ଭିଡିଓଟି ପରେ ଏହାକୁ ନେଇ ଅନଲାଇନ୍ରେ ବିଭିନ୍ନ ମତ ଆସିଥିଲା।
ହାତରେ ଆଇସ୍ଡ କଫିଠାରୁ ଇମୋଜି ପୋଷାକକୁ ନେଇ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି।
ସୁଟ୍-ଟାଇ ବଦଳରେ ସ୍ନିକର୍ସ, ଓଭରସାଇଜ୍ଡ ଟି-ସାର୍ଟ, ହୁଡି ଆଦି ପିନ୍ଧି କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେଉଛନ୍ତି।
ତେବେ ରିକ୍ରୁଟରଙ୍କ ମତରେ, ପୋଷାକରେ ନିଜସ୍ୱ ଶୈଳୀ ରଖିବା ସହ ଇଣ୍ଟରଭ୍ୟୁର ପରିବେଶ ଅନୁଯାୟୀ ଉପଯୁକ୍ତ ଓ ପରିଷ୍କାର ପୋଷାକ ପିନ୍ଧିବା ମଧ୍ୟ ଜରୁରୀ।
ଏହାସହ ଇମେଲ୍ ଓ ମେସେଜ୍ରେ ଇମୋଜି ବ୍ୟବହାର ମଧ୍ୟ କିଛି ରିକ୍ରୁଟରଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଏକ ରିକ୍ରୁଟିଂ ଅଧିକାରୀ କହିଛନ୍ତି ଯେ, ଜଣେ ପ୍ରାର୍ଥୀ ଦରମା ନେଇ ଆଲୋଚନା କରିବା ସମୟରେ ଏକ ଫୁଲର ଇମୋଜି ପଠାଇଥିଲେ।
ଏହାର ଅର୍ଥ ବୁଝିବା ପାଇଁ ତାଙ୍କୁ ଗୁଗଲ୍ର ସାହାଯ୍ୟ ନେବାକୁ ପଡ଼ିଥିଲା।
ଇଣ୍ଟରଭ୍ୟୁ ରିସିଡ୍ୟୁଲ୍ କରିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି ଇଣ୍ଟରଭ୍ୟୁ ରିସିଡ୍ୟୁଲ୍ କରିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି।
କିଛି ଯୁବ ପ୍ରାର୍ଥୀ ଇଣ୍ଟରଭ୍ୟୁର ମାତ୍ର କିଛି ମିନିଟ୍ ପୂର୍ବରୁ ମେସେଜ୍ କରି ସମୟ ବଦଳାଇବାକୁ କହୁଛନ୍ତି।
କିଛି ଏଚଆର ପ୍ରଫେସନାଲ୍ ଏହାକୁ ସିଧାସଳଖ ଯୋଗାଯୋଗ ଓ ନିଜ ସୀମା ବିଷୟରେ ସ୍ପଷ୍ଟତା ଭାବେ ଦେଖୁଥିବା ବେଳେ, ଅନ୍ୟମାନେ ଏହାକୁ ଅତ୍ୟଧିକ କ୍ୟାଜୁଆଲ୍ ଆଚରଣ ବୋଲି ମନେ କରୁଛନ୍ତି।
ସେହିପରି, କାମର ସମୟ ସରିବା ପରେ ମେସେଜ୍ କିମ୍ବା ଇମେଲ୍ର ଉତ୍ତର ଦେବା ନେଇ ପ୍ରାର୍ଥୀମାନେ ଇଣ୍ଟରଭ୍ୟୁର ପ୍ରଥମ ପର୍ଯ୍ୟାୟରୁ ହିଁ ପ୍ରଶ୍ନ କରୁଛନ୍ତି।
କମ୍ପାନିର କାର୍ଯ୍ୟସଂସ୍କୃତି, ମ୍ୟାନେଜରଙ୍କ ଶୈଳୀ, ଫ୍ଲେକ୍ସିବିଲିଟି ଓ ୱର୍କିଂ ଆୱାର୍ସ ବିଷୟରେ ମଧ୍ୟ ସେମାନେ ଜାଣିବାକୁ ଚାହୁଁଛନ୍ତି।
ଏହା ଦେଖାଉଛି ଯେ ଚାକିରି ଇଣ୍ଟରଭ୍ୟୁକୁ କେବଳ ନିଯୁକ୍ତିଦାତାଙ୍କ ମୂଲ୍ୟାୟନ ପ୍ରକ୍ରିୟା ନୁହେଁ, ଦୁଇପକ୍ଷୀୟ ଆଲୋଚନା ଭାବେ ଦେଖିବାର ପ୍ରବଣତା ବଢ଼ୁଛି।
ଆବଶ୍ୟକୀୟ ଜବାବ ଏବଂ ପ୍ରମାଣ ଦାଖଲ କରିବାକୁ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।