Gidipabali Landslide: ସ୍ଥଗିତ ହେଲା ଗିଡ଼ିପାବାଲି ଭୂସ୍ଖଳନ ଖୋଜ ଅଭିଯାନ, ନିଖୋଜଙ୍କ ହେବ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର

Nov 03, 2026 - 22:32
Gidipabali Landslide: ସ୍ଥଗିତ ହେଲା ଗିଡ଼ିପାବାଲି ଭୂସ୍ଖଳନ ଖୋଜ ଅଭିଯାନ, ନିଖୋଜଙ୍କ ହେବ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର

ଘୁ.ଉଦୟଗିରି(ସମୀର ପାଢ଼ୀ): କନ୍ଧମାଳ ଜିଲ୍ଲା ସୀମାନ୍ତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଦୁର୍ଗମ ଗିଡ଼ିପାବାଲି ଗାଁ ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି।

ବିପର୍ଯ୍ୟୟରେ ନିଖୋଜ ହୋଇଯାଇଥିବା ୧୩ଜଣଙ୍କୁ ଖୋଜିବା ପାଇଁ ତିନି ଦିନ ଧରି ୬ରୁ ଊର୍ଦ୍ଧ୍ବ ଟିମ୍‌ ଅବିଶ୍ରାନ୍ତ ଉଦ୍ୟମ ଚଳାଇଥିଲେ।

ଏହା ମଧ୍ୟରେ ୨ଜଣଙ୍କୁ ମାଟି ଓ ପଥର ଗଦା ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ବଳକା ୧୧ଜଣଙ୍କ ପତ୍ତା ମିଳିନାହିଁ।

ଆଜି ୪ର୍ଥ ଦିନରେ ମଧ୍ୟ ଅଭିଯାନକୁ କୌଣସି ସଫଳତା ମିଳିନାହିଁ।

ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି ଖୋଜ ଅଭିଯାନକୁ ସାମୟିକ ସ୍ଥଗିତ ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

Advertisment Farmer Dies due to crop Damage ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଗଲା ୩୭ ଏକର ଫସଲ, ବିଷ ପିଇଦେଲେ ଗଞ୍ଜାମର ଚାଷୀ ଗତକାଲି (ସୋମବାର) ଠାବ ହୋଇଥିବା ମୃତଦେହକୁ ଆଜି ଉଦ୍ଧାର କରାଯାଇ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଗ୍ରାମବାସୀଙ୍କ ଉପସ୍ଥିତିରେ ଘଟଣାସ୍ଥଳ ନିକଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ବାତ୍ୟା ଆଶ୍ରୟସ୍ଥଳରେ ଦୁଇଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବିପନ୍ନ ପରିବାର ସହ ଆଲୋଚନା କରୁଛନ୍ତି ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ଚତୁର୍ଥ ଦିନରେ ମଧ୍ୟ ନୂତନ ଭାବେ କୌଣସି ମୃତଦେହ ମିଳିନାହିଁ।

ଆଜି କତିଙ୍ଗିଆ ସରପଞ୍ଚ ବିଭୂତି ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଅଞ୍ଚଳବାସୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ।

କିନ୍ତୁ ଉଦ୍ଧାର କାର୍ଯ୍ୟ ଆଗେଇ ନେବା ସମ୍ଭବ ନୁହେଁ ବୋଲି ସେମାନଙ୍କୁ କୁହାଯିବାରୁ ଅଞ୍ଚଳବାସୀ ନିରାଶ ହୋଇ ଫେରି ଆସିଥିଲେ।

Landslide: ଗିଡ଼ିପାବାଲି ଭୂସ୍ଖଳନ: ଦିନ ଗଡ଼ୁଛି, ଆଶଙ୍କା ବଢ଼ୁଛି, ମାଟିତଳୁ ଆଉ ଏକ ଶବ ଠାବ ସନ୍ଧ୍ୟାରେ, ଏକ ବୈଠକ ହୋଇଥିଲା।

ଏଥିରେ ଏନେଇ ଆଜି ଆଶ୍ରୟ ସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ଉପଜିଲ୍ଲାପାଳ ପ୍ରଣୀତା ଦାସ, ପ୍ରୋବେସନର ଯଶକରନ୍ ସିଂ, ପିଡି ଶମ୍ଭୁନାଥ ନନ୍ଦୀ, ଆରକ୍ଷୀ ଅଧୀକ୍ଷକ ରଣେନ୍ଦ୍ର ପ୍ରସାଦଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି.

କୀର୍ତ୍ତି ୱାସନ୍, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଓ ଘୁ.

ଉଦୟଗିରି ତହସିଲଦାରଙ୍କ ସମେତ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବିଭାଗ, ରେଳବାଇ ବିଭାଗ ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ପରେ ସମସ୍ତ ଅଧିକାରୀ ଆଶ୍ରୟସ୍ଥଳୀକୁ ଯାଇ ଗିଡ଼ିପାବାଲି ଗ୍ରାମର ମୃତକଙ୍କ ପରିବାରବର୍ଗ ଓ ଅନ୍ୟ ପୀଡ଼ିତ ପରିବାରଗୁଡ଼ିକୁ ସାକ୍ଷାତ କରିଥିଲେ।

ସେମାନଙ୍କ ସହିତ ରୁଦ୍ଧଦ୍ୱାର କୋଠରୀରେ ଦୀର୍ଘ ସମୟ ଧରି ଆଲୋଚନା କରିବା ସହିତ ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ।

Massive Landslide Destroys ଭୂସ୍ଖଳନରେ ମାଟିରେ ମିଶିଲା ଗଞ୍ଜାମର ଗିଡ଼ିପାବାଲି ଗାଁ, ୧୩ ନିଖୋଜ ଖୋଜ ଅଭିଯାନ ନେଇଗଞ୍ଜାମ ଜିଲ୍ଲାପାଳ ଭି.

କୀର୍ତ୍ତି ୱାସନ୍ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବାତ୍ୟା 'ମୁରାସୁ'ର ସମ୍ଭାବ୍ୟ ପ୍ରଭାବ ଓ ପୁନର୍ବାର ବର୍ଷା ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନ: ୧୨ ନିଖୋଜ, ଚିନ୍ତାରେ ପରିବାର ସ୍ବାମୀଙ୍କୁ ହରେଇଥିବା ମହିଳା ରିନୀମା ପ୍ରଧାନ କହିଛନ୍ତି, ଆଲୋଚନା ‌ସମୟରେ ଅଧିକାରୀମାନେ ସେମାନଙ୍କୁ କହିଥିଲେ ଯେ, ଆସନ୍ତା କାଲି (ବୁଧବାର) ଯେଉଁ ମାନଙ୍କର ମୃତଦେହ ମିଳି ନାହି ସେମାନଙ୍କର ଗୋଟିଏ ସ୍ଥାନରେ ଶବ ଦାହ କରିବା ଭଳି ଲୁଗା ପଟା ଦାହ କରାଯିବ ଓ ସାମାଜିକ ରୀତିନୀତି ଯାହା ରହିଛି ତାହା କରାଯିବ ।

ପରବର୍ତ୍ତୀ ସମୟରେ ଯେଉଁମାନେ ଗଞ୍ଜାମ ଜିଲ୍ଲାରେ ରହିବାକୁ ଇଚ୍ଛୁକ ସେମାନଙ୍କ ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳ କରାଇ ରଖାଯିବ ଓ ଘର ତିଆରି କରାଯିବ ।

ସେମାନଙ୍କର ଯାହା କ୍ଷୟକ୍ଷତି ହୋଇଛି ତାହା ସରକାର ଦେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।