Goal Celebration: ଥାପ୍ପାଙ୍କ ନିଆରା ଗୋଲ୍ ସେଲିବ୍ରେସନ୍: ପତ୍ନୀଙ୍କ ପାଇଁ ଉତ୍ସର୍ଗ
"କୋଲକାତା: ଉରୁଗୁଏ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ପକ୍ଷରୁ ଏକ ମାତ୍ର ଗୋଲ୍ କରିଥିଲେ ଅନିରୁଦ୍ଧ ଥାପ୍ପା।
ଭାରତ ଏହି ମ୍ୟାଚ୍କୁ ୧-୬ ଗୋଲ୍ରେ ହାରିଥିଲା।
ହେଲେ ୨୨ତମ ମିନିଟ୍ରେ ଏହି ଐତିହାସିକ ଗୋଲ୍ କରିବା ପରେ ଥାପ୍ପାଙ୍କ ଉତ୍ସବ ପାଳନା ନିଆରା ଢଙ୍ଗର ଥିଲା।
ଏହି ଗୋଲ୍ଟି ଦେବା ପରେ ଥାପ୍ପା ନିଜ ଜର୍ସି ଭିତରେ ବଲ୍କୁ ପୁରାଇ ଉତ୍ସବ ପାଳନ କରିଥିଲେ।
ଏହା ତାଙ୍କ ଗର୍ଭବତୀ ପତ୍ନୀଙ୍କ ଉଦେଶ୍ୟରେ ସେ କରିଥିଲେ।Advertisment ପ୍ରଥମ ସନ୍ତାନର ଅପେକ୍ଷାରେ ନବ ଦମ୍ପତି ଏହି ଫଟୋକୁ ବି ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ତା" "ଏକ୍ସ" ଏକାଉଣ୍ଟରେ ପୋଷ୍ଟ କରି ଶିରୋନାମାରେ ଲେଖିଛି, "ଆମେ ଜାଣିଛୁ ଏହି ଉତ୍ସବର କାରଣ"।
ଥାପ୍ପା ଗତ ବର୍ଷ ନଭେମ୍ବର ମାସରେ ବହୁ ଦିନର ପ୍ରେମିକାଙ୍କୁ ବିବାହ କରିଥିଲେ।
ଏହି ନବ ଦମ୍ପତି ସମ୍ପ୍ରତି ପ୍ରଥମ ସନ୍ତାନର ଅପେକ୍ଷାରେ ରହିଛନ୍ତି।
ସୂଚନାଯୋଗ୍ୟ ଯେ ମାନସ ଭଟ୍ଟାଚାର୍ଯ୍ୟ (୧୯୮୨ ନେହରୁ କପ୍)ଙ୍କ ପରେ ଉରୁଗୁଏ ବିପକ୍ଷରେ ଗୋଲ୍ ଦେବାରେ ପ୍ରଥମ ଭାରତୀୟ ଖେଳାଳିଥାପ୍ପା ହୋଇଥିଲେ।
Cristiano Ronaldo: ୨୦୦୦ ଶବ୍ଦର ଚିଠି ଲେଖି ଦୁଃଖ ପ୍ରକାଶ କରି କ୍ରିଷ୍ଟିଆନୋ ରୋନାଲ୍ଡୋ କହିଲେ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।