Gobari River Mishap Claims One Life: ହଠାତ୍ ମାଡ଼ି ଆସିଲା ବନ୍ୟାଜଳ, ପାଣିରେ ବୁଡ଼ି ଜଣେ ମୃତ
ଦଳ ତଳେ ଦବି ଗଲେ ଶ୍ରମିକ। ପାଣିରେ ବୁଡି ଜଣେ ମୃତ, ଅନ୍ୟଜଣେ ଗୁରୁତର। କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ମାଲୁଆ ଠାରେ ଗୋବରୀ ନଦୀରେ ଦଳ ସଫା କଲାବେଳେ ଘଟିଛି ଏହି ଅଘଟଣ l ମୃତକ ସ୍ଥାନୀୟ ମାଲୁଆ ଗାଁର ବାବୁଲି ସେଠି l ଗୁରୁତର ପୀତାମ୍ବର ସେଠିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଜି ଡ୍ରେନେଜ ବିଭାଗ ପକ୍ଷରୁ ନିୟୋଜିତ କଣ୍ଟ୍ରାକ୍ଟର ମାଲୁଆ ଗାଁ ନିକଟରେ ଗୋବରୀ ନଦୀରୁ ଦଳ ସଫା କରିବା ପାଇଁ ପ୍ରାୟ ୮ ଜଣଙ୍କୁ ନିୟୋଜିତ କରିଥିଲେ l ଦଳ ସଫା ଚାଲିଥିବା ବେଳେ ହଠାତ୍ ବନ୍ୟା ଜଳର ସ୍ରୋତ ମାଡି ଆସିଥିଲା l ଏଥିରେ ଦୁଇ ଶ୍ରମିକ ଦବି ଯାଇଥିଲେ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।