Goddess Gajalaxmi Draws Devotees to Hilltop: ୨୭୦୦ ଫୁଟ ଉଚ୍ଚ ଘାଟିରେ ମା’ ଗଜଲକ୍ଷ୍ମୀ, ଗଳାରେ ୩୦ ହଜାର ଟଙ୍କାର ମାଳା

Oct 27, 2026 - 22:13
Goddess Gajalaxmi Draws Devotees to Hilltop: ୨୭୦୦ ଫୁଟ ଉଚ୍ଚ ଘାଟିରେ ମା’ ଗଜଲକ୍ଷ୍ମୀ, ଗଳାରେ ୩୦ ହଜାର ଟଙ୍କାର ମାଳା

ସମୁଦ୍ର ପତ୍ତନଠାରୁ ପ୍ରାୟ ୨୭୦୦ ଫୁଟ ଉଚ୍ଚ ଘାଟିରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ।

ଦୀର୍ଘ ୧୯ ବର୍ଷ ଧରି ଏଠାରେ ମା'ଙ୍କ ପୂଜାର୍ଚ୍ଚନା ହୋଇଆସୁଛି।

ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକସଜ୍ଜା ଓ ମା'ଙ୍କ ସୁନାର ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।

Advertisment ତେବେ ଏଠାକାର ମୁଖ୍ୟ ଆକର୍ଷଣ ସାଜିଛି ୫୦ ଟଙ୍କିଆ ନୋଟ୍‌ରେ ତିଆରି ୩୦ ହଜାର ଟଙ୍କାର ମାଳା।

ମା'ଙ୍କ ଗଳାରେ ଶୋଭା ପାଉଥିବା ଏହି ମାଳାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମା'ଙ୍କ ନିକଟରେ ମାଲପୁଆ, କ୍ଷୀରି ଓ ସିରିଣୀ ଭୋଗ ଲାଗି କରାଯାଉଛି।

ସନ୍ଧ୍ୟା ଆଳତି, ୧୦୮ ଦୀପରେ ପୂଜାର୍ଚ୍ଚନା ଏବଂ ସାତ ଦିନ ଧରି ସ୍ୱତନ୍ତ୍ର ଭୋଗ ଅର୍ପଣ ଉତ୍ସବର ଭକ୍ତିମୟ ପରିବେଶକୁ ଆହୁରି ଆକର୍ଷଣୀୟ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।