Gold and Silver Prices Drop Today: ସୁନା ଓ ରୁପା ଦରରେ ବଡ଼ ହ୍ରାସ, ଗହଣା କିଣିବା ପୂର୍ବରୁ ଜାଣନ୍ତୁ ଆଜି କେତେ ରହିଛି ଦର
ଆଗକୁ ଆସୁଛି ଧନତେରାସ। ଏହି ଦିନ ସୁନା କିଣିବାକୁ ଶୁଭ ମନେ କରନ୍ତି ଭାରତୀୟ। ଧନତେରାସରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହେବା ସହ ସୁଖ ଓ ସମୃଦ୍ଧି ବଢ଼ିଥାଏ ବୋଲି ଅନେକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ପ୍ରତିବର୍ଷ ଧନତେରାସରେ ଲୋକେ ସୁନା ଓ ରୂପା କିଣିବାକୁ ପସନ୍ଦ କରିଥାନ୍ତି। ଧନତେରାସକୁ ଆଉ ୧୫ ଦିନ ବାକି ଥିଲେ ହେଁ ଏହା ପୂର୍ବରୁ ହିଁ ଆଜି ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଧନତେରାସରେ ସୁନା ଓ ରୂପା କିଣିବାର ପରମ୍ପରା ଥିବାରୁ ପାର୍ବଣ ସମୟରେ ଗହଣା ବଜାରରେ ଚାହିଦା ବଢ଼ିଥାଏ। ତେବେ ଆଗକୁ ସୁନା ଦର ଆହୁରି କମିବ କି ବଢ଼ିବ, ତାହା ନିଶ୍ଚିତ ଭାବେ କହିହେବ ନାହିଁ।
ରିପୋର୍ଟ ଅନୁସାରେ, ଅକ୍ଟୋବର ୨୦ ତାରିଖ ପରଠାରୁ ସୁନା ଦରରେ ହ୍ରାସ ଦେଖାଯାଇଛି। ଅକ୍ଟୋବର ୨୦ରୁ ୨୨ ତାରିଖ ମଧ୍ୟରେ ଦୁଇ ଦିନର କାରବାରରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ମୋଟ ୩,୬୬୦ ଟଙ୍କା କମିଛି। ଏହା ଅକ୍ଟୋବର ୧୨ର ଦର ତୁଳନାରେ ପ୍ରାୟ ୬,୬୦୦ ଟଙ୍କା କମ୍।
କିନ୍ତୁ ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୭୦୦ ଟଙ୍କା କମିଛି। ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୪୬,୦୮୦ ଟଙ୍କା ଥିବା ବେଳେ ଆଜି ୧,୪୪,୩୮୦ ଯଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୩୩,୯୦୦ ଟଙ୍କା ଥିବା ବେଳେ ଆଜି ୧୫୫୦ ଟଙ୍କା କମି ୧,୩୨,୩୫୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍ ସୁନା ୧,୦୯,୫୬୦ ଟଙ୍କା ଥିବା ବେଳେ ଆଜି ୧,୨୭୦ ଟଙ୍କା କମି ୧,୦୮,୨୯୦ ଟଙ୍କା ଛୁଇଁଛି।
ଅନ୍ୟପଟେ ରୁପା ଦର ମଧ୍ୟ ୫୦୦୦ ଟଙ୍କା କମିଛି। ଗତ କାଲି ୧ କେଜି ରୁପା ଦର ୨,୩୦,୦୦୦ ଟଙ୍କା ଥିବା ବେଳେ ଆଜି ୨,୨୫,୦୦୦ ଟଙ୍କା ରହିଛି।
ଆଜି ଦେଶର ପ୍ରମୁଖ ସହରରେ ଥିବା ସୁନା ଦର (୧୦ ଗ୍ରାମ୍ ପିଛା) ବିଷୟରେ ଜାଣନ୍ତୁ:
• ହାଇଦ୍ରାବାଦ – ୧,୪୪,୩୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୨,୩୫୦ (୨୨ କ୍ୟାରେଟ୍), ୧,୦୮,୨୯୦ (୧୮ କ୍ୟାରେଟ୍)
• ମୁମ୍ବାଇ – ୧,୪୪,୩୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୨,୩୫୦ (୨୨ କ୍ୟାରେଟ୍), ୧,୦୮,୨୯୦ (୧୮ କ୍ୟାରେଟ୍)
• ଦିଲ୍ଲୀ – ୧,୪୪,୫୩୦ ଟଙ୍କା (୨୪ କ୍ୟାରେଟ୍), ୧,୩୨,୫୦୦ (୨୨ କ୍ୟାରେଟ୍), ୧,୦୮,୪୪୦ (୧୮ କ୍ୟାରେଟ୍)
• କୋଲକାତା – ୧,୪୪,୩୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୨,୩୫୦ (୨୨ କ୍ୟାରେଟ୍), ୧,୦୮,୨୯୦ (୧୮ କ୍ୟାରେଟ୍)
• ଚେନ୍ନାଇ – ୧,୪୪,୩୮୦ ଟଙ୍କା (୨୪ କ୍ୟାରେଟ୍), ୧,୩୨,୩୫୦ (୨୨ କ୍ୟାରେଟ୍), ୧,୦୮,୩୫୦ (୧୮ କ୍ୟାରେଟ୍)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।