Gold & Silver Prices Rise Sharply: ଗ୍ରାହକଙ୍କୁ ଝଟକା! ପୁଣି ମହଙ୍ଗା ହେଲା ସୁନା, ରୁପା ଦିନକରେ ବଢ଼ିଲା ୧୦ ହଜାର

Aug 11, 2026 - 12:22
Gold & Silver Prices Rise Sharply: ଗ୍ରାହକଙ୍କୁ ଝଟକା! ପୁଣି ମହଙ୍ଗା ହେଲା ସୁନା, ରୁପା ଦିନକରେ ବଢ଼ିଲା ୧୦ ହଜାର

ଅଗଷ୍ଟ ଆରମ୍ଭରେ ଶସ୍ତା ହୋଇଥିବା ସୁନା ଗତ କିଛି ଦିନ ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର କିଛି ଦିନ ଧରି ସୁନା ମୂଲ୍ୟ (Gold Price) ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସୁନା କିମ୍ବା ରୁପା ଗହଣା କିଣିବା ପୂର୍ବରୁ ଆଜିର ମୂଲ୍ୟ କେତେ ଅଛି ଜାଣନ୍ତୁ। ଦୁଇ ମାସ ପରେ ସୁନା ଦର ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ସୁନାକୁ ସୁରକ୍ଷିତ ନିବେଶ ବା ‘ସେଫ୍-ହେଭେନ୍’ ଆସେଟ୍ ଭାବେ ଦେଖାଯାଉଥିବାରୁ ଚାହିଦା ବଢ଼ିଛି। ରୁପା ଦର ବୃଦ୍ଧିରେ ନିବେଶ ଚାହିଦା ସହିତ ଶିଳ୍ପ କ୍ଷେତ୍ରର ଚାହିଦା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ସୁନା ଓ ରୁପା ଦର ବଢିବାରେ ଲାଗିଛି।

ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୩୧୬୦ ଟଙ୍କା ବଢି ୧ ଲକ୍ଷ ୫୫ ହଜାର ୧୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୦ ଗ୍ରାମ୍ ପିଛା ୨୯୦୦ ଟଙ୍କା ବଢି ୧ ଲକ୍ଷ ୪୨ ହଜାର ୨୦୦ ଟଙ୍କାକୁ ଛୁଇଁଛି। ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୩୭୦ ଟଙ୍କା ବଢି ୧ ଲକ୍ଷ ୧୬ ହଜାର ୩୫୦ ଟଙ୍କା ହୋଇଛି।

ଅନ୍ୟପଟେ ରୁପା ଦର (Silver Price) ଗୋଟିଏ ଦିନରେ ୧୦ ହଜାର ଟଙ୍କା ବଢିଯାଇଛି। ଗତ କାଲି ରୁପା ଦର ୧ କିଲୋଗ୍ରାମ୍ ପିଛା ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ବେଳେ ଆଜି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି ରୁପା ଦର। 

ଜାଣନ୍ତୁ ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି (୧ ଗ୍ରାମ୍ ପିଛା):

•    ଚେନ୍ନାଇ- ୧୫,୩୦୫ ଟଙ୍କା (୨୪ କ୍ୟାରେଟ୍), ୧୪,୦୧୯ ଟଙ୍କା (୨୨ କ୍ୟାରେଟ୍)
•    ଦିଲ୍ଲୀ- ୧୫,୨୬୨ ଟଙ୍କା (୨୪ କ୍ୟାରେଟ୍), ୧୩,୯୭୯ ଟଙ୍କା (୨୨ କ୍ୟାରେଟ୍)
•    ମୁମ୍ବାଇ- ୧୫,୨୬୨ ଟଙ୍କା (୨୪ କ୍ୟାରେଟ୍), ୧୩,୯୭୯ ଟଙ୍କା (୨୨ କ୍ୟାରେଟ୍)
•    କୋଲକାତା- ୧୫,୨୬୨ ଟଙ୍କା (୨୪ କ୍ୟାରେଟ୍), ୧୩,୯୭୯ ଟଙ୍କା (୨୨ କ୍ୟାରେଟ୍)
•    ହାଇଦ୍ରାବାଦ- ୧୫,୨୬୨ ଟଙ୍କା (୨୪ କ୍ୟାରେଟ୍), ୧୩,୯୭୯ ଟଙ୍କା (୨୨ କ୍ୟାରେଟ୍) 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।