Gold Falls From Record High: ହଠାତ୍ ଶସ୍ତା ହେଲା ସୁନା! ଏବେ କିଣିବେ କି? ଯଦି କିଣିବେ କିପରି କିଣିବେ ଜାଣନ୍ତୁ…

Nov 01, 2026 - 15:17
Gold Falls From Record High: ହଠାତ୍ ଶସ୍ତା ହେଲା ସୁନା! ଏବେ କିଣିବେ କି? ଯଦି କିଣିବେ କିପରି କିଣିବେ ଜାଣନ୍ତୁ…

ଧନତେରସରେ ସୁନା କିଣିବାକୁ ଶୁଭ ମନାଯାଏ।

ଏବେ ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି।

ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁସାରେ, ଶୁକ୍ରବାର ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି।

୨୯ ଜାନୁଆରୀରେ ଏହି ଦାମ ୧,୭୫,୩୪୦ ଟଙ୍କା ଥିଲା।

ଅର୍ଥାତ୍ ରେକର୍ଡ ସ୍ତରରୁ ସୁନା ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି।

Advertisment ଜାନୁଆରୀ ଶେଷରେ ୧ ଲକ୍ଷ ଟଙ୍କାରେ ପ୍ରାୟ ୫.୭ ଗ୍ରାମ ୨୪ କ୍ୟାରେଟ୍ ସୁନା ମିଳୁଥିଲା।

ଏବେ ସେହି ୧ ଲକ୍ଷ ଟଙ୍କାରେ ପ୍ରାୟ ୭.୧ ଗ୍ରାମ ସୁନା କିଣିହେବ।

ଅର୍ଥାତ୍ ଜାନୁଆରୀ ତୁଳନାରେ ଏବେ ପ୍ରାୟ ୨୫ ପ୍ରତିଶତ ଅଧିକ ସୁନା ମିଳୁଛି।

ଡିସେମ୍ବର ଗୋଲ୍ଡ ଫ୍ୟୁଚର୍ସ ୧,୩୮,୪୧୯ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଛି, ଯାହା ଜାନୁଆରୀର ୧,୮୦,୭୭୯ ଟଙ୍କାର ଉଚ୍ଚସ୍ତରଠାରୁ ପ୍ରାୟ ୨୩ ପ୍ରତିଶତ କମ୍।

ତେବେ ପୂର୍ବ ଧନତେରସ ସହ ତୁଳନା କଲେ ଚିତ୍ର ଅଲଗା।

୧୭ ଅକ୍ଟୋବର ୨୦୨୫ରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୨୯,୫୮୪ ଟଙ୍କା ଥିଲା।

ସେତେବେଳେ ୧ ଲକ୍ଷ ଟଙ୍କାରେ ପ୍ରାୟ ୭.୭ ଗ୍ରାମ ସୁନା ମିଳୁଥିଲା।

ଆଜିର ଦାମ ସେହି ସ୍ତରଠାରୁ ପ୍ରାୟ ୮ ପ୍ରତିଶତ ଅଧିକ।

ତେଣୁ ଗତ ଧନତେରସରେ କିଣିଥିବା ନିବେଶକମାନେ ଏବେ ମଧ୍ୟ ଲାଭରେ ଅଛନ୍ତି।

Advertisment ବିଶେଷଜ୍ଞମାନଙ୍କ କହିବା ହେଲା, ଏବେ ଏକାଥରେ ସମ୍ପୂର୍ଣ୍ଣ ଟଙ୍କା ନିବେଶ କରିବା ପରିବର୍ତ୍ତେ କିସ୍ତିରେ କିଣିବା ଭଲ।

୪ରୁ ୫ ମାସ ଧରି SIP ଭଳି ଧିରେ ଧିରେ କିଣିଲେ ଦାମ ଆଉ କମିଲେ କମ୍ ମୂଲ୍ୟରେ ଅଧିକ ସୁନା ମିଳିପାରିବ।

ଏହାକୁ ରୁପି କଷ୍ଟ ଏଭରେଜିଂ କୁହାଯାଏ।

ତେବେ ୩ ପ୍ରତିଶତ GST ଓ ମେକିଂ ଚାର୍ଜ ଏହି ଦାମରେ ସାମିଲ ନୁହେଁ।

ଜାନୁଆରୀର ସର୍ବୋଚ୍ଚ ସ୍ତରରେ ଯେଉଁମାନେ ୧ ଲକ୍ଷ ଟଙ୍କାର ସୁନା କିଣିଥିଲେ, ସେହି ନିବେଶର ବର୍ତ୍ତମାନ ମୂଲ୍ୟ ପ୍ରାୟ ୭୯,୯୦୦ ଟଙ୍କାକୁ ଖସିଆସିଛି।

ଅର୍ଥାତ୍ ସେମାନଙ୍କୁ ପ୍ରାୟ ୨୦ ପ୍ରତିଶତ କ୍ଷତି ସହିବାକୁ ପଡ଼ୁଛି।

ଏହି କାରଣରୁ ଧନତେରସରେ କେବଳ ଦାମ କମିଛି ବୋଲି ହରବର ନିଷ୍ପତ୍ତି ନେବା ବଦଳରେ ନିବେଶର ସମୟସୀମା ଓ ବଜେଟ୍ ଭାବିବା ଆବଶ୍ୟକ।

ଇକ୍ୱିଟ୍ରଷ୍ଟ ସଲ୍ୟୁସନ୍ସର ସଂସ୍ଥାପକ ଶିବା ଗ୍ରୋଭରଙ୍କ ମତରେ, ଦୀର୍ଘମିଆଦି ନିବେଶକଙ୍କ ପାଇଁ ବର୍ତ୍ତମାନର ସ୍ଥିତି କିଛି ଭଲ ସୁଯୋଗ ଦେଇପାରେ।

କିନ୍ତୁ ଆମେରିକୀୟ ଫେଡର ନୀତି ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ସୁନା ବଜାରରେ ଅସ୍ଥିରତା ଜାରି ରହିପାରେ।

ତେଣୁ ୧ ଲକ୍ଷ ଟଙ୍କାକୁ ଏକାଥରେ ଲଗାଇବା ଅପେକ୍ଷା ଭାଗ ଭାଗ କରି ନିବେଶ କରିବା ଭଲ ହେବ।

ତେବେ ଆଗକୁ ସୁନା ଦାମ ବଢ଼ିବ କି ଆଉ କମିବ, ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ ବୋଲି ବଜାର ବିଶେଷଜ୍ଞ କହୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।