Golden Darshan of Maa Majhighariani: ଚଳଚଞ୍ଚଳ ମାଆ ମଝିଘରିଆଣୀଙ୍କ ପୀଠ, ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ

Oct 11, 2026 - 13:59
Golden Darshan of Maa Majhighariani: ଚଳଚଞ୍ଚଳ ମାଆ ମଝିଘରିଆଣୀଙ୍କ ପୀଠ, ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ

ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ପୀଠ। ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ। ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ମାଆ ଙ୍କ ପ୍ରତି ଭକ୍ତଙ୍କ ରହିଛି ଆଗାଢ ବିଶ୍ୱାସ ଓ ଭକ୍ତି। ମାଆ ଙ୍କୁ ଦର୍ଶନ କରି ମାନସିକ କଲେ ତାହା ପୂରଣ ହୁଏ ବୋଲି ରହିଛି ଦୃଢ ବିଶ୍ୱାସ। 

ଦଶହରା ନବରାତ୍ର ପୂଜା ପୂର୍ବରୁ ମା ଙ୍କ ଖଣ୍ଡା ପୂଜାର ରହିଛି ସ୍ୱତନ୍ତ୍ର ପରମ୍ପରା। ନବରାତ୍ର ଆରମ୍ଭରୁ ମାଙ୍କ ସୁନା ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଆଜି ଠାରୁ ଦଶହରା ପର୍ଯ୍ୟନ୍ତ ମାଆ ସୁନା ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।