Good news: ଗୁହାରି କରି ଥକିଗଲେ ଗାଁ ଲୋକେ... ଶୁଣିଲାନି ପ୍ରଶାସନ!
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ୫ ନମ୍ବର ୱାର୍ଡ କପୁଗୁଡ଼ା ଡଲାବାଲି କଟାବାଲି ବେସେଙ୍ଗିନାଜୁ ମାହାଗୁଡ଼ା ସୁଣ୍ଢିସାହି ବରସାହି ଗାଁକୁ ଗମନାଗମନ ପାଇଁ ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଆରମ୍ଭ କରି ଉପର କଙ୍ଗେରିକିଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗିଲା ନାହିଁ, ଯାହା ଫଳରେ ବର୍ଷା ଦିନେ ଗମନାଗମନ ପାଇଁ ଜରୁରୀକାଳୀନ ସେବାରୁ ବହୁତ ଅସୁବିଧା ସମୁଖୀନ ହେଉଥିବା ଯୋଗୁଁ କପୁଗୁଡ଼ା ଅଞ୍ଚଳବାସୀ ଏକତ୍ରିତ ହୋଇ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି।
Advertisment ଏହି ଭଳି ପ୍ରତ୍ୟେକ ବର୍ଷ ଚାନ୍ଦା ଆଦାୟ କରି ଗ୍ରାମ ବାସୀଙ୍କ ସହଯୋଗ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି।
ରାସ୍ତା ମରାମତି ପାଇଁ ଗ୍ରାମବାସୀ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ କୈାଣସି ଫଳପ୍ରଦ ହୋଇନଥିଲା ଶେଷରେ ନିଜ ଗାଁ ରାସ୍ତା କାମକୁ ନିଜେ କରିବା ପାଇଁ ନିଷ୍ପତ୍ତି ନେଇ ଚାନ୍ଦା ଆଦାୟ କରି ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ ଘାଟି ପର୍ଯ୍ୟନ୍ତ ମରାମତି କରିଛନ୍ତି।
ଗାଁ ର ଯୁବକ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଥିଲେ।
ରାସ୍ତା ନିର୍ମାଣ ପାଇଁ ପ୍ରଶାସନ କୁ ବାରମ୍ବାର ଦାବି କରାଯାଇଥିଲା ବୋଲି କହିଛନ୍ତି ଯାଦବ ପ୍ରଧାନ,ବିରୂପାକ୍ଷ ପ୍ରଧାନ, ମନଜ ପ୍ରଧାନ,ରିଙ୍କୁ ପ୍ରଧାନ, ଜନ୍ତା ପ୍ରଧାନ,ବିଜୟ ଚନ୍ଦ୍ର ପ୍ରଧାନ, ଟଙ୍କଧର ପ୍ରଧାନ।
Education, health: ଏବେ ବି ପାଉଡ଼ିଭୂୟାଁଙ୍କୁ ଅଣଦେଖା: ମିଳୁନି ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସୁବିଧା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।