Good News For India: ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ରୁଷ୍ ତେଲ କିଣାରେ ଆଶ୍ୱସ୍ତି, ଭାରତ ଉପରୁ ହଟିଲା ୧୦୦% ଶୁଳ୍କ ଭୟ
"ନୂଆଦିଲ୍ଲୀ: ରୁଷ୍ ଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଝୁଲୁଥିବା ୧୦୦ ପ୍ରତିଶତ ଟାରିଫ୍ର ଖଣ୍ଡା ଏବେ ହଟିଛି!
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲଗାଇବା ସମ୍ପର୍କିତ ନୂଆ ନିୟମର କିଛି ବ୍ୟବସ୍ଥାରୁ ଛାଡ଼ ଦେଇଛନ୍ତି।
ଫଳରେ ଭାରତ ଓ ଚୀନ୍ ଭଳି ଦେଶଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ବାଣିଜ୍ୟ ଓ ତୈଳ କୂଟନୀତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ରିପୋର୍ଟ ଅନୁସାରେ, ଶୁକ୍ରବାର ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶ ଜାରି କରି ଲିଣ୍ଡସେ ଓ'ଗ୍ରାହାମ୍ ସାଙ୍କ୍ସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ, ୨୦୨୬ର କିଛି ପ୍ରାବଧାନରୁ ଛାଡ଼ ଘୋଷଣା କରିଛନ୍ତି।
ଏହି ଆଇନ ଅନୁସାରେ, ରୁଷିଆଠାରୁ ତେଲ ଓ ଗ୍ୟାସ୍ କିଣୁଥିବା କିଛି ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର ବ୍ୟବସ୍ଥା ରହିଥିଲା।
ଏପରିକି ରୁଷିଆରୁ ଆସୁଥିବା ସାମଗ୍ରୀ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ବ୍ୟବସ୍ଥା ମଧ୍ୟ ରହିଛି।Advertisment IMF: ଚତୁର୍ଥ ବୃହତ୍ ଅର୍ଥନୀତି ହେବ ଭାରତ: ଜାପାନକୁ ପଛରେ ପକାଇବ: ଆଇଏମ୍ଏଫ୍ର ଆକଳନ ଟ୍ରମ୍ପ ଏହି ଛାଡ଼ ପଛରେ ଆମେରିକାର ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି।
ତେବେ ଏହାକୁ ରୁଷିଆ ଉପରେ ଲାଗିଥିବା ସମସ୍ତ କଟକଣା ଉଠିଯିବା ବୋଲି ଧରିନେବା ଭୁଲ୍ ହେବ।
ପୂର୍ବରୁ ଲାଗୁ ହୋଇଥିବା ଅନେକ ଆମେରିକୀୟ ପ୍ରତିବନ୍ଧକ ବଳବତ୍ତର ରହିବ।
ତେବେ ଏହି ଆଶ୍ୱସ୍ତି ସ୍ଥାୟୀ ନୁହେଁ।
ଆବଶ୍ୟକ ପଡ଼ିଲେ ପୁଣି ନୂଆ ନିୟମ ଲାଗୁ କରିବାର ଅଧିକାର ଟ୍ରମ୍ପ ନିଜ ପାଖରେ ରଖିଛନ୍ତି।
ତେଣୁ ଭାରତ ପାଇଁ ଟାରିଫ୍ ଚାପ ସାମୟିକ ଭାବେ ହ୍ରାସ ପାଇଥିଲେ ମଧ୍ୟ ଆଗକୁ ଆମେରିକାର ନୀତି କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।