Google Cloud: ଗୁଗୁଲ୍ କ୍ଲାଉଡ୍ ବିଭ୍ରାଟ ଯୋଗୁଁ ବ୍ରିଟେନରେ ବ୍ୟାଙ୍କିଙ୍ଗ ସେବା ଠପ୍; ଭାରତର ବ୍ୟବସ୍ଥା କେତେ ସୁରକ୍ଷିତ?
"ନୂଆଦିଲ୍ଲୀ: ନିକଟରେ ବ୍ରିଟେନରେ ଗୁଗୁଲ୍ କ୍ଲାଉଡ୍ (Google Cloud) ସେବାରେ ବୈଷୟିକ ତ୍ରୁଟି ଦେଖାଦେବା ଯୋଗୁଁ ସେଠାକାର ଆର୍ଥିକ ଓ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଏଚଏସବିସି ଏବଂ Revolut ଭଳି ବଡ଼ ବଡ଼ ବ୍ୟାଙ୍କଗୁଡ଼ିକର ଅନଲାଇନ୍ ପେମେଣ୍ଟ ଓ ଡିଜିଟାଲ୍ ସେବା କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ଏହି ଘଟଣା ପରେ ବିଶ୍ୱବ୍ୟାପୀ ପ୍ରଶ୍ନ ଉଠିଛି ଯେ, ଗୋଟିଏ ବୈଷୟିକ ବିଭ୍ରାଟ ଯୋଗୁଁ ଭାରତ ଭଳି ବିଶାଳ ଦେଶର ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରିବ କି?Advertisment ବ୍ରିଟେନରେ କାହିଁକି ଠପ୍ ହେଲା ବ୍ୟାଙ୍କିଙ୍ଗ ସେବା?ବ୍ରିଟେନର ଲଣ୍ଡନସ୍ଥିତ ଗୁଗୁଲ୍ କ୍ଲାଉଡ୍ ଡାଟା ସେଣ୍ଟରରେ ବିଦ୍ୟୁତ୍ ଯୋଗାଣଜନିତ ସମସ୍ୟା କାରଣରୁ ଏହି ବିଭ୍ରାଟ ଘଟିଥିଲା।
ସେହି ଅଞ୍ଚଳରେ ବିକଳ୍ପ ସ୍ଥାନୀୟ ବ୍ୟାକଅପ୍ ସେଭର ନଥିବାରୁ ମୁଖ୍ୟ ସର୍ଭର ବନ୍ଦ ହେବା ମାତ୍ରକେ ସମ୍ପୂର୍ଣ୍ଣ ସିଷ୍ଟମ୍ କାମ କରିବା ବନ୍ଦ କରିଦେଇଥିଲା।
ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କେତେ ସୁରକ୍ଷିତ?ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର କଡ଼ା ନିୟମ, ଡାଟା ଲୋକାଲାଇଜେସନ୍ ଏବଂ ମଜବୁତ୍ 'ଡିଜାଷ୍ଟର ରିକଭରୀ ସିଷ୍ଟମ୍' କାରଣରୁ ଭାରତର ବ୍ୟାଙ୍କିଙ୍ଗ୍ ସେକ୍ଟର ଏଭଳି ସଙ୍କଟରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ।
ଆହୁରି ପଢନ୍ତୁ: Attack: ଅଭିଯୁକ୍ତଙ୍କ ସନ୍ଧାନରେ ଆସିଥିବା ପୁଲିସ ଦଳ ଉପରେ ଆକ୍ରମଣ: ୪ ପୁଲିସ ଆହତ ଡାଟା ଲୋକାଲାଇଜେସନ୍: RBI ର ନିୟମାନୁସାରେ ଭାରତୀୟ ଗ୍ରାହକଙ୍କ ସମସ୍ତ ଆର୍ଥିକ ଡାଟା ଦେଶର ଭୌଗୋଳିକ ସୀମା ଭିତରେ ହିଁ ସୁରକ୍ଷିତ ରହିବା ବାଧ୍ୟତାମୂଳକ।
ବିଦେଶୀ ଡାଟା ସେଣ୍ଟର ଉପରେ ନିର୍ଭରଶୀଳତା ନଥିବାରୁ ବାହ୍ୟ ବୈଷୟିକ ସମସ୍ୟାର ପ୍ରଭାବ ଭାରତ ଉପରେ ପଡ଼େନାହିଁ।
ଭାରତରେ ମୁମ୍ବାଇ, ଦିଲ୍ଲୀ-ଏନସିଆର, ପୁଣେ ଏବଂ ହାଇଦ୍ରାବାଦ ଭଳି ବିଭିନ୍ନ ସହରରେ ଗୁଗୁଲ୍, AWS ଏବଂ Microsoft Azure ର ଡାଟା ସେଣ୍ଟର ରହିଛି।
ଗୋଟିଏ ସହରର ସର୍ଭରରେ ସମସ୍ୟା ହେଲେ ତୁରନ୍ତ ଅନ୍ୟ ସହରର ସର୍ଭରକୁ ଟ୍ରାଫିକ୍ ଶିଫ୍ଟ ହୋଇଯାଏ।ପ୍ରତ୍ୟେକ ବ୍ୟାଙ୍କର ମୁଖ୍ୟ ଡାଟା ସେଣ୍ଟର ସହ ଅନ୍ୟ ଏକ ସୁରକ୍ଷିତ ସହରରେ 'ଡିଜାଷ୍ଟର ରିକଭରୀ ସାଇଟ୍' ଥାଏ।
ପ୍ରତି ସେକେଣ୍ଡର ଡାଟା ରିଅଲ୍-ଟାଇମ୍ ସିଙ୍କ୍ ହେଉଥିବାରୁ ମୁଖ୍ୟ ସର୍ଭର ବିଫଳ ହେଲେ ମଧ୍ୟ ସେବା ବାଧାପ୍ରାପ୍ତ ହୁଏନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।