Government Bus Crashes: 'ମୁଖ୍ୟମନ୍ତ୍ରୀ ବସ୍' ଦୁର୍ଘଟଣା; ଘରୋଇ ବସକୁ ସାଇଡ୍ ଦେଇ ଗଛରେ ପିଟିହେଲା

Aug 23, 2026 - 15:27
Government Bus Crashes: 'ମୁଖ୍ୟମନ୍ତ୍ରୀ ବସ୍' ଦୁର୍ଘଟଣା; ଘରୋଇ ବସକୁ ସାଇଡ୍ ଦେଇ ଗଛରେ ପିଟିହେଲା

ନୟାଗଡ଼ରେ ବସ୍ ଦୁର୍ଘଟଣା। ସାଇଡ୍ ଦେବା ବେଳେ ଗଛରେ ପିଟି ହେଲା ମୁଖ୍ୟମନ୍ତ୍ରୀ ବସ୍ ସେବାର ବସ୍। ଘରୋଇ ବସ୍ କୁ ସାଇଡ୍ ଦେଇ ଗଛରେ ପିଟି ହେଲା। ଦୁର୍ଘଟଣାରେ ବସ୍ ଚାଳକ ଗୁରୁତର ଆହତ। ନୂଆଗାଁ ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍। ନୂଆଗାଁରୁ ବାହାଡ଼ଝୋଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ନାରଣପଲ୍ଲୀ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। 

ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ବସ୍ କୁ ସାଇଡ୍ ଦେବା ସମୟରେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା ଏହି ସରକାରୀ ବସ୍। ଦୁର୍ଘଟଣାରେ ବସ୍ ରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ବେଳେ, ବସ୍ ର ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଚାଳକଙ୍କୁ ଉଦ୍ଧାର କରି ନୂଆଗାଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • ସାଇଡ୍ ଦେବା ବେଳେ ଗଛରେ ପିଟି ହେଲା ବସ୍
  • ନୟାଗଡ଼ରେ 'ମୁଖ୍ୟମନ୍ତ୍ରୀ ବସ୍' ଦୁର୍ଘଟଣା
  • ଘରୋଇ ବସ୍ କୁ ସାଇଡ୍ ଦେଇ ଗଛରେ ପିଟିଲା
  • ଦୁର୍ଘଟଣାରେ ବସ୍ ଚାଳକ ଗୁରୁତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।