Government Property Faces Attachment: ୯ କୋଟିରୁ ଅଧିକ ବକେୟା ଟଙ୍କା, ସରକାରୀ ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ଘରୋଇ କମ୍ପାନୀର ବକେୟା ଟଙ୍କା ମାମଲାରେ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ କମର୍ସିଆଲ୍ କୋର୍ଟ। ବନ୍ଦୋବସ୍ତ ଓ ଭୂମାପ ନକ୍ସା ପ୍ରକାଶନ କାର୍ଯ୍ୟାଳୟ ସମ୍ପର୍କିତ ଏହି ମାମଲାରେ ପ୍ରାୟ ୯ କୋଟି ୧୯ ଲକ୍ଷ ଟଙ୍କା ବକେୟା ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ୨୦୧୨ ମସିହାରେ ଏକ ଘରୋଇ କମ୍ପାନୀ ରାଜ୍ୟର ୧୧୨ଟି ତହସିଲକୁ କମ୍ପ୍ୟୁଟର ଯୋଗାଇଥିଲା। ଏହି କମ୍ପ୍ୟୁଟରଗୁଡ଼ିକର ମୂଲ୍ୟ ପ୍ରାୟ ୭ କୋଟି ୪୬ ଲକ୍ଷ ଟଙ୍କା ଥିଲା। ତେବେ ଏହି ଟଙ୍କା ପରିଶୋଧ ନେଇ ବିବାଦ ଦେଖାଦେଇଥିଲା।
ବକେୟା ଅର୍ଥ ସହ ସୁଧ ମିଶି ମୋଟ ରାଶି ୯ କୋଟି ୧୯ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଦାବି କରାଯାଇଛି। ଏହି ଅର୍ଥ ଆଦାୟ ପାଇଁ କମ୍ପାନୀ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିବା ବେଳେ କଟକ କମର୍ସିଆଲ୍ କୋର୍ଟ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୯ କୋଟି ବକେୟା: ସରକାରୀ ସଂପତ୍ତି ଆଟାଚ୍ ନିର୍ଦ୍ଦେଶ
କଟକ ବନ୍ଦୋବସ୍ତ ଓ ଭୂମାପ ନକ୍ସା ପ୍ରକାଶନ କାର୍ଯ୍ୟାଳୟ ଉପରେ ଆକ୍ସନ
ସରକାରୀ ସଂପତ୍ତି ଆଟାଚ୍ ପାଇଁ କଟକ କମର୍ସିଆଲ୍ କୋର୍ଟଙ୍କ ନିର୍ଦ୍ଦେଶ
ଘରୋଇ କଂପାନୀର ୯ କୋଟି ଟଙ୍କା ବକେୟା ମାମଲାରେ ନିର୍ଦ୍ଦେଶ
୨୦୧୨ରେ କଂପାନୀ ୧୧୨ ତହସିଲକୁ କମ୍ପ୍ୟୁଟର ଯୋଗାଇଥିଲା
୭.୪୬ କୋଟି ଟଙ୍କାର କମ୍ପ୍ୟୁଟର ଯୋଗାଇଥିଲା କଂପାନୀ
ସୁଧ ସହ ଏହା ୯ କୋଟି ୧୯ ଲକ୍ଷ ଟଙ୍କାର ବକେୟା ରହିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।