Govinda Spotted Komal Rani: ଗୋବିନ୍ଦାଙ୍କ ସହ ନଜର ଆସିଲେ କୋମଲ ରାଣୀ; ପୁଣି ଚର୍ଚ୍ଚାରେ ସମ୍ପର୍କ!
"ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ "ଲାଲବାଗଚା ରାଜା"ଙ୍କ ଦରବାରରେ ବାପ୍ପାଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଅଭିନେତା ଗୋବିନ୍ଦା।
ଏହି ସମୟରେ ସେ ଧଳା କୁର୍ତ୍ତା ଓ ବେକରେ ଦୁପଟ୍ଟା ପିନ୍ଧି ପାରମ୍ପରିକ ଲୁକ୍ରେ ନଜର ଆସିଥିଲେ।
ଚଳିତଥର ଗୋବିନ୍ଦା ସହ ନଜର ଆସିଲେ କୋମଲ ରାଣୀ ସ୍ୱର୍ଣ୍ଣକାର ।ଦୁହିଁଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ପୁଣିଥରେ ଦୁହିଁଙ୍କ ଡେଟିଂକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
ଏହାରି ମଧ୍ୟରେ କଶ୍ମୀରା ଶାହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି, ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋବିନ୍ଦାଙ୍କୁ କୋମଲ ରାଣୀଙ୍କ ସହ ଯୋଡ଼ୁଛନ୍ତି।Advertisment "ଘର ଭାଙ୍ଗୁଥିବା ଲୋକଙ୍କୁ" ନେଇ କଶ୍ମୀରାଙ୍କ ପୋଷ୍ଟ କଶ୍ମୀରା ଶାହ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ବିନା କାହାର ନାଁ ନେଇ "ଘର ଭାଙ୍ଗୁଥିବା ଲୋକଙ୍କୁ" ନେଇ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ ଲେଖିଛନ୍ତି ଯେ ଏଭଳି ମହିଳାଙ୍କୁ ଗ୍ଲାମରାଇଜ୍ କରିବା ବନ୍ଦ କରିବା ଉଚିତ।
ଏଥିସହ ଯେଉଁ ପୁରୁଷମାନେ ନିଜ ପତ୍ନୀଙ୍କୁ ଛାଡ଼ି କମ୍ ବୟସର ଆକାଂକ୍ଷୀ ଯୁବତୀଙ୍କ ସହ ଚାଲିଯାଆନ୍ତି, ସେମାନଙ୍କୁ ଆଦର୍ଶ ନ କରିବାକୁ ମଧ୍ୟ ସେ ଅପିଲ୍ କରିଛନ୍ତି।
ତେବେ କଶ୍ମୀରା ନିଜ ପୋଷ୍ଟରେ କାହାର ନାଁ ଉଲ୍ଲେଖ କରିନାହାନ୍ତି।
ତେଣୁ ତାଙ୍କ ଇଙ୍ଗିତ କାହା ପ୍ରତି ଥିଲା, ତାହା ସ୍ପଷ୍ଟ ନୁହେଁ।ବିଶେଷ କଥା ହେଉଛି, କଶ୍ମୀରାଙ୍କ ଏହି ପୋଷ୍ଟକୁ ତାଙ୍କ ସ୍ୱାମୀ ତଥା ଗୋବିନ୍ଦାଙ୍କ ଭଣଜା କୃଷ୍ଣା ଅଭିଷେକ ମଧ୍ୟ ଲାଇକ୍ କରିଛନ୍ତି।
ଏହାପରେ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆହୁରି ବଢ଼ିଛି।
View this post on Instagram ୩୯ ବର୍ଷ ହେଲା ଗୋବିନ୍ଦା-ସୁନୀତାଙ୍କ ବିବାହ ଗୋବିନ୍ଦା ଓ ସୁନୀତା ଆହୁଜା ୧୯୮୭ରେ ବିବାହ କରିଥିଲେ।
ଦୁହିଁଙ୍କର ଦୁଇ ସନ୍ତାନ ଅଛନ୍ତି—ପୁଅ ଯଶବର୍ଦ୍ଧନ ଆହୁଜା ଏବଂ ଝିଅ ଟିନା ଆହୁଜା।
ଗତ କିଛିଦିନ ଧରି ଗୋବିନ୍ଦା ଓ ସୁନୀତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଛି।
ଏବେ କଶ୍ମୀରା ଶାହଙ୍କ ଏହି ପୋଷ୍ଟ ମାମଲାକୁ ପୁଣି ଚର୍ଚ୍ଚାକୁ ଆଣିଛି।
୧୧ତମ ଆୟୁର୍ବେଦ ଦିବସ: ୨ବର୍ଷରେ ୪୦୦କୋଟି ଟଙ୍କାର ୫୭୭ ଆୟୁଷ ପ୍ରକଳ୍ପ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।