Govt Bans Low-quality phone screen protectors: ଫୋନ୍ରେ ନିମ୍ନମାନର ସ୍କ୍ରିନ୍ ପ୍ରୋଟେକ୍ଟର ଲଗାଉଛନ୍ତି କି? ସାବଧାନ୍, ବଦଳିଗଲା ସବୁ ନିୟମ!
ସ୍ମାର୍ଟଫୋନ୍ରେ ଲାଗୁଥିବା ନିମ୍ନମାନର ସ୍କ୍ରିନ୍ ପ୍ରୋଟେକ୍ଟର ଉପରେ ଲାଗିବ ଗୁଣବତ୍ତାର ଲଗାମ। ସରକାର ସ୍କ୍ରିନ୍ ପ୍ରୋଟେକ୍ଟରକୁ ବାଧ୍ୟତାମୂଳକ BIS ପଞ୍ଜୀକରଣ ଅଧୀନକୁ ଆଣିଛନ୍ତି। ୨୦୨୭ ଏପ୍ରିଲ ୧ରୁ ଭାରତରେ ବିକ୍ରି ହେଉଥିବା ଏହି ଉତ୍ପାଦକୁ IS 19348:2025 ମାନଦଣ୍ଡ ପାଳନ କରିବାକୁ ପଡ଼ିବ। ଗ୍ଲାସ୍ର ମଜବୁତି, ସ୍ପଷ୍ଟତା, ଆଡହେସିଭ୍, ଆଣ୍ଟି-ଶାଟର୍ ଫିଲ୍ମ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟର ଗୁଣବତ୍ତା ଯାଞ୍ଚ ହେବ। ପ୍ୟାକେଟ୍ରେ ନିର୍ମାତାଙ୍କ ନାମ, ବ୍ୟାଚ୍ ନମ୍ବର ଓ ଗ୍ଲାସ୍ର ଥିକନେସ୍ ଭଳି ସୂଚନା ଦେବା ବାଧ୍ୟତାମୂଳକ ରହିବ।
ତେବେ, ଏବେଠାରୁ ସବୁ ସ୍କ୍ରିନ୍ ପ୍ରୋଟେକ୍ଟର ବ୍ୟାନ୍ ହୋଇନାହିଁ। ନୂଆ ନିୟମ ଲାଗୁ ହେବା ପାଇଁ ନିର୍ମାତା ଓ ଆମଦାନିକାରୀଙ୍କୁ ସମୟ ଦିଆଯାଇଛି। ଦାମ ବଢ଼ିବ ବୋଲି ମଧ୍ୟ ସରକାରୀ ବିଜ୍ଞପ୍ତିରେ କିଛି କୁହାଯାଇନାହିଁ। ଅର୍ଥାତ୍, ଆଗକୁ ଫୋନ୍ର ସୁରକ୍ଷା ପାଇଁ ଗ୍ରାହକ କିଣୁଥିବା ସ୍କ୍ରିନ୍ ଗାର୍ଡର ଗୁଣବତ୍ତା ଉପରେ ରହିବ ଅଧିକ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।