Group Clash: ଢେଙ୍କାନାଳ ବାରଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଘର ଓ ଗାଡ଼ି ଭଙ୍ଗାରୁଜା ଅଭିଯୋଗ; ପୁଲିସ ମୁତୟନ
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।
ବାରଦା ହରିଜନ ସାହିରେ ପୁଲିସ୍ ଉପସ୍ଥିତିରେ ଢେଲା ମାଡ ସାଙ୍ଗକୁ ଗାଡ଼ି ଭଙ୍ଗାରୁଜା ଓ କିଛି ଘର ମଧ୍ୟ ଭାଙ୍ଗି ଦିଆ ଯାଇଥିବା ଅଭିଯୋଗ ହୋଇଛି।
Advertisment ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ ଅଭିଯୋଗ ମୁତାବକ ବାରଦା ଗ୍ରାମର ସବର୍ଣ୍ଣ ଗୋଷ୍ଠୀର ତିନି ସାହି ପକ୍ଷରୁ ମିଳିତ ଭାବରେ ଦୁର୍ଗାପୂଜା ଭସାଣି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା।
ବଚସା ତୀବ୍ର ହେବା ପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ।
ଯେଉଁଥିରେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀର ୧୦ରୁ ଅଧିକ ଯୁବକ ଆହତ ହୋଇଥିଲେ ।ଏହାକୁ କେନ୍ଦ୍ର କରି ସଦରଥାନା ରେ ଉଭୟ ପକ୍ଷ ଲିଖିତ ଅଭିଯୋଗ କରିଥିଲେ।
ଆଜି ତାହାର ଆପୋଷ ସମାଧାନ ହେବାର ଥିଲା ।
କିନ୍ତୁ ତା ପୂର୍ବରୁ ସବର୍ଣ୍ଣ ଗୋଷ୍ଠୀର ଶତାଧିକ ଲୋକ ହରିଜନ ସାହିରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
କିଛି ଶିଶୁ ଓ ମହିଳାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ କରିବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍ ଛାଉଣି କରାଯାଇଛି।
Fire: ସ୍କୁଲ ପରିସରରେ ଥିବା ଅବ୍ୟବହୃତ ବସକୁ ପୋଡ଼ିଦେଲେ ଦୁର୍ବୃତ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।