GST officer: ଏକ୍ସପ୍ରେସ୍‌ୱେ ବ୍ରିଜ୍‌ରୁ ତଳକୁ ଖସିଲା ଜିଏସ୍‌ଟି ଅଧିକାରୀଙ୍କ କାର୍, ମିଳିଲା ୫୪.୫୦ ଲକ୍ଷ ଟଙ୍କା ଓ ଗହଣା

Nov 07, 2026 - 17:16
GST officer: ଏକ୍ସପ୍ରେସ୍‌ୱେ ବ୍ରିଜ୍‌ରୁ ତଳକୁ ଖସିଲା ଜିଏସ୍‌ଟି ଅଧିକାରୀଙ୍କ କାର୍, ମିଳିଲା ୫୪.୫୦ ଲକ୍ଷ ଟଙ୍କା ଓ ଗହଣା

ରତଲାମ: ମଧ୍ୟପ୍ରଦେଶ ର ରତଲାମ ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ୮ ଲେନ୍ ଏକ୍ସପ୍ରେସ୍‌ୱେରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ପୁଲିସକୁ ଆଶ୍ଚର୍ଯ୍ୟ କରିଛି।

ଗୁଜରାଟର ସୁରଟରେ ନିଯୁକ୍ତ ଜିଏସ୍‌ଟି ଅଧିକାରୀ ପ୍ରବୀଣ ପୁଞ୍ଜୀଲାଲ ନିଜ ପରିବାର ସହ ଦୀପାବଳି ପାଳନ କରିବାକୁ ରାଜସ୍ଥାନ ଯାଉଥିବା ବେଳେ ଜାୱରା ନିକଟରେ ଏକ ବ୍ରିଜ୍‌ରୁ ତାଙ୍କ କାର୍ ତଳକୁ ଖସି ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଅଧିକାରୀଙ୍କ ସମେତ ପରିବାରର ଚାରିଜଣ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ କାର୍‌ର ଯାଞ୍ଚ କରିବା ସମୟରେ ପୁଲିସ ୫୪.୫୦ ଲକ୍ଷ ଟଙ୍କା ନଗଦ ଏବଂ ସୁନାଗହଣା ଜବତ କରିଛି।

ଏହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment ଦୀପାବଳି ପାଳନ କରିବାକୁ ରାଜସ୍ଥାନ ଯାଉଥିଲା ପରିବାର ସୂଚନା ଅନୁଯାୟୀ, ୪୦ ବର୍ଷୀୟ ପ୍ରବୀଣ ପୁଞ୍ଜୀଲାଲ ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳର ବାସିନ୍ଦା।

ସେ ଗୁଜରାଟର ସୁରଟରେ ଜିଏସ୍‌ଟି ବିଭାଗର ଅଧିକାରୀ ଭାବେ କାର୍ଯ୍ୟରତ।

ଦୀପାବଳି ଛୁଟିରେ ସେ ନିଜ ପତ୍ନୀ ସନ୍ତୋଷ (୩୭), ପୁଅ ଆଦିତ୍ୟ (୧୦) ଓ ଅଥର୍ବ (୮)ଙ୍କ ସହ ୱାପିରୁ ଗଙ୍ଗାନଗର ଯାଉଥିଲେ।

ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍‌ରେ ସେମାନଙ୍କ କାର୍ ରତଲାମ ଜିଲ୍ଲାର ଜାୱରା ଶିଳ୍ପାଞ୍ଚଳ ନିକଟସ୍ଥ ନୀମନ ନାଗଦୀ ଅଞ୍ଚଳରେ ପହଞ୍ଚିଥିଲା।

ଏହି ସମୟରେ ହଠାତ୍ କାର୍‌ଟି ନିୟନ୍ତ୍ରଣ ହରାଇ ଏକ୍ସପ୍ରେସ୍‌ୱେ ବ୍ରିଜ୍‌ରୁ ତଳକୁ ଖସିବା ସହ ଏକାଧିକ ଥର ଓଲଟି ପଡ଼ିଥିଲା।

ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଡାଏଲ୍ ୧୧୨ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ କର୍ମଚାରୀମାନେ ବହୁ କଷ୍ଟରେ କାର୍‌ ଭିତରେ ଫସି ରହିଥିବା ଚାରିଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜାୱରା ହସ୍ପିଟାଲକୁ ପଠାଇଥିଲେ।

ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ପୁଲିସ କହିଛି ଯେ, ବର୍ତ୍ତମାନ ଆହତଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଉଛି।

ଦୁର୍ଘଟଣା ପରେ ପୁଲିସ କାର୍‌ର ଯାଞ୍ଚ କରିବା ସମୟରେ ସେଥିରୁ ୫୪ ଲକ୍ଷ ୫୦ ହଜାର ଟଙ୍କା ନଗଦ ଓ ସୁନାଗହଣା ଜବତ କରିଥିଲା।

ଏତେ ପରିମାଣର ଟଙ୍କା ଓ ଗହଣା ମିଳିବା ପରେ ପୁଲିସ ସମସ୍ତ ନଗଦ ଟଙ୍କା ଓ ଗହଣାକୁ ନିଜ ହେପାଜତକୁ ନେଇଛି।

ଏତେ ପରିମାଣର ଟଙ୍କା ଓ ଗହଣା ପରିବାର ପାଖକୁ କେଉଁଠୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା, ସେନେଇ ପୁଲିସ ତଦନ୍ତ କରୁଛି।

ବୟାନ ରେକର୍ଡ ପରେ ହେବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଅତିରିକ୍ତ ପୁଲିସ ଅଧୀକ୍ଷକ (ଏଏସ୍‌ପି) ବିବେକ କୁମାର କହିଛନ୍ତି ଯେ, କାର୍‌ରୁ ପ୍ରାୟ ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ଗହଣା ଜବତ ହୋଇଛି।

ଆହତମାନେ ଗୁରୁତର ଆଘାତ ପାଇଥିବାରୁ ବର୍ତ୍ତମାନ ସେମାନଙ୍କ ବୟାନ ରେକର୍ଡ କରାଯାଇପାରିନାହିଁ।

ଆହତଙ୍କ ବୟାନ ଏବଂ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପରେ ନଗଦ ଟଙ୍କା ଓ ଗହଣାର ଉତ୍ସ ଏବଂ ଏହାକୁ ନେବାର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ, ୧୧୩ ରନ୍‌ରେ ପଡ଼ିଥିଲା ୭ ୱିକେଟ୍‌, ଶୃଙ୍ଖଳା ୨-୦ରେ ଅଗ୍ରଣୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।