Guard Wall: ୪ ଲକ୍ଷର ଗାର୍ଡୱାଲ କେଇ ଦିନରେ ଧରାଶାୟୀ, ବ୍ଲକ ପ୍ରଶାସନର ତଦାରଖ ଉପରେ ବଡ଼ ପ୍ରଶ୍ନ

Sep 09, 2026 - 09:06
Guard Wall: ୪ ଲକ୍ଷର ଗାର୍ଡୱାଲ କେଇ ଦିନରେ ଧରାଶାୟୀ, ବ୍ଲକ ପ୍ରଶାସନର ତଦାରଖ ଉପରେ ବଡ଼ ପ୍ରଶ୍ନ

"ଲଇକେରା:  ସରକାରୀ ଯୋଜନାରେବ୍ୟୟହେଉଥିବା ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟର ମାନ ଓ ତଦାରଖକୁ ନେଇ ଲଇକେରା ବ୍ଲକରେ ପୁଣି ପ୍ରଶ୍ନ ଉଠିଛି ।

ପାକେଲପଡ଼ା ପଞ୍ଚାୟତ ଅନ୍ତର୍ଗତ ତାଲମୁଣ୍ଡା ସୁନାପଡ଼ା ଗ୍ରାମର ବସ୍ତି ପୋଖରୀରେ ପ୍ରାୟ ୪ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ଗାର୍ଡୱାଲ କାମ ସରିବାର କେଇ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିଛି ।

ଏହାକୁ ନେଇ ନିର୍ମାଣର ଗୁଣବତ୍ତା ସହ ବ୍ଲକ ପ୍ରଶାସନର ତଦାରଖ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି ।

ଗ୍ରାମବାସୀଙ୍କ ଅଭିଯୋଗ, ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଯୋଗୁଁ ଗାର୍ଡୱାଲ ଭୁଶୁଡ଼ିଛି ।

ତେବେ ନିର୍ମାଣ ସମୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀ, ଏଇ, କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କ ତଦାରଖ କେଉଁଠି ଥିଲା ବୋଲି କହିଛନ୍ତି ଗ୍ରାମର ଜନସାଧାରଣ ।

ଯଦି ନିୟମିତ ତଦାରଖ ହୋଇଥିଲା ତେବେ ଏଭଳି କାମ କିପରି ଅନୁମୋଦନ ପାଇଲା ?

Advertisment ଘଟଣା ସମ୍ପର୍କରେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ମାଝୀ ତଦନ୍ତ କରାଯିବ ବୋଲି କହିଛନ୍ତି  ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ମାଝୀ ତଦନ୍ତ କରାଯିବ ବୋଲି କହିଛନ୍ତି।

ତଦନ୍ତ ହେବ" କହି ଦାୟିତ୍ୱ ଶେଷ ନକରି, ଦୋଷ ନିର୍ଦ୍ଧାରଣ କରି ଦାୟୀ ଠିକାଦାର ଓ ତଦାରଖରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଅନ୍ୟପକ୍ଷରେ, ବନ୍ୟା କ୍ଷତିଗ୍ରସ୍ତ ମରାମତି ଯୋଜନାରୁ ପୋଖରୀରେ ଗାର୍ଡୱାଲ ନିର୍ମାଣ ପାଇଁ କେଉଁ ନିୟମରେ ଅନୁମୋଦନ ମିଳିଲା, ତାହା ସ୍ପଷ୍ଟ କରିବାକୁ ମଧ୍ୟ ଦାବି ହୋଇଛି ।

ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ବ୍ଲକ ବାହାରର ସ୍ୱାଧୀନ ବୈଷୟିକ ଟିମ୍‌ ଦ୍ୱାରା ଯାଞ୍ଚ କରାଇବା ସହ ଅନିୟମିତତା ପ୍ରମାଣିତ ହେଲେ ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସରକାରୀ ଅର୍ଥ ହେରଫେର ପ୍ରମାଣିତ ହେଲେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।