Gurugram couple found dead: ଗୁରୁଗ୍ରାମରେ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ: କମ୍ପାନିକୁ ପଠାଇଲେ ‘ଆମେ ଦୁନିଆ ଛାଡ଼ୁଛୁ’ ମେଲ୍
"ଗୁରୁଗ୍ରାମ: ଗୁରୁଗ୍ରାମରେ ଏକ ଦମ୍ପତିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି।
୩୦ ବର୍ଷୀୟ ବ୍ୟକ୍ତି ଜଣକ ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଆତ୍ମହତ୍ୟା ପୂର୍ବରୁ ସେ ଚାକିରି କରିଥିବା କମ୍ପାନିକୁ "ଆମେ ଦୁନିଆ ଛାଡ଼ୁଛୁ" ବୋଲି ମେଲ୍ ପଠାଇଥିଲେ।
ବୁଧବାର ମହମ୍ମଦ ଅସଲମ ଓ ତାଙ୍କ ପତ୍ନୀ ଫରହାନାଙ୍କ ମୃତଦେହ ଏମ୍୩ଏମ୍ ମରିନା ଆବାସିକ ସୋସାଇଟିରେ ଥିବା ସେମାନଙ୍କ ଭଡାରେ ନେଇଥିବା ଆପାର୍ଟମେଣ୍ଟରୁ ମିଳିଥିଲା, ସେହି ଦିନ ଫରହାନାଙ୍କ ଜନ୍ମଦିନ ମଧ୍ୟ ଥିଲା।Advertisment ରିପୋର୍ଟ ଅନୁଯାୟୀ, ଅସଲମ ସକାଳ ପ୍ରାୟ ୭ଟା ସମୟରେ ତାଙ୍କ ନିଯୁକ୍ତିଦାତାଙ୍କୁ ଇମେଲ୍ ପଠାଇଥିଲେ, ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ଓ ଘରମାଲିକଙ୍କ ଫୋନ୍ ନମ୍ବର ସେୟାର କରାଯାଇଥିଲା।
ସହକର୍ମୀମାନେ ତୁରନ୍ତ ଘରମାଲିକଙ୍କୁ ସତର୍କ କରିଥିଲେ।
ଘର ମାଲିକ ସୋସାଇଟିର ଟାୱାର ୭ରେ ଥିବା ଦମ୍ପତିଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ।
ଘରମାଲିକ ସେଠାରେ ପହଞ୍ଚି ଅସଲାମଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ, ଫରହାନା ଚଟାଣରେ ମୃତାବସ୍ଥାରେ ପଡ଼ିଥିବାବେଳେ ତାଙ୍କ ବେକରେ ଆଘାତ ଚିହ୍ନ ରହିଥିଲା।
ଘରମାଲିକ ଆସିବା ବେଳକୁ ଆପାର୍ଟମେଣ୍ଟର ଦ୍ବାର ଖୋଲା ଥିଲା।
ପୁଲିସ ସେଠାରେ ପହଞ୍ଚି ତଦନ୍ତ କରୁଥିବାବେଳେ ଏକ କାଗଜ ପାଇଥିଲେ, ଯେଉଁଥିରେ ଆମେ ଏହି ଦୁନିଆ ଛାଡ଼ୁଛୁ ବୋଲି ଲେଖାଯାଇଥିଲା।
ଫରହାନାଙ୍କ ପୋଷାକରେ ମଧ୍ୟ ହାତରେ "ମୁ ତୁମକୁ ଭଲପାଏ" ଲେଖାଯାଇଥିଲା।
ପୁଲିସ ଘଟଣାସ୍ଥଳରୁ ତିନୋଟି ଲାପଟପ୍, ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ରଶି, ଗୋଟିଏ ଡାଏରୀ, ଗୋଟିଏ କଇଁଚି ଓ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରିଛି।
ତଦନ୍ତକାରୀମାନେ ଦମ୍ପତିଙ୍କ ମୃତ୍ୟୁର ଘଟଣାକ୍ରମ ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଜିନିଷଗୁଡ଼ିକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।
ଭାରତୀୟ ନ୍ୟାୟ ସଂହିତା ର ଧାରା ୧୦୩(୧) ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।
କାମ ଚାପ ଯୋଗୁ ଦମ୍ପତି ଏପରି ପଦକ୍ଷେପ ନେଇଥିବା ଅନୁମାନ ମୃତ୍ୟୁର ପରିସ୍ଥିତି ତଦନ୍ତାଧୀନ ରହିଛି।
କେରଳର ବାସିନ୍ଦା ଅସଲମ ଓ ଫରହାନା ଉଭୟ ଟେକ୍ନୋଲଜି ପ୍ରଫେସନାଲ ଥିଲେ।
ପ୍ରାୟ ତିନି ମାସ ପୂର୍ବରୁ ବେଙ୍ଗାଲୁରୁରୁ ଗୁରୁଗ୍ରାମକୁ ଚାଲି ଆସିଥିଲେ।
ଦମ୍ପତି ୨୦୨୩ ମସିହାରେ ବିବାହ କରିଥିଲେ।
ଅସଲମ କାଲିକଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଇନ୍ଦୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପୂର୍ବତନ ଛାତ୍ର ଥିଲେ।
ଫରହାନା ଏକ ଆଇଟି ଫାର୍ମରେ ମଧ୍ୟ ଚାକିରି କରୁଥିଲେ ଓ ଘରୁ କାମ କରୁଥିଲେ।
କାମ ଚାପ ଯୋଗୁ ଦମ୍ପତି ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଛଛି।
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଇଣ୍ଟରନେଟ୍ ବ୍ୟବହାର ପିଲାମାନଙ୍କ ସମେତ ସମସ୍ତଙ୍କ ପାଇଁ ଏକ ମୌଳିକ ଅଧିକାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।