Guwahati ODI: ଗୁଆହାଟୀ ଦିନିକିଆ ବୁଧବାର: ସିରାଜ-ନବି ଦ୍ବନ୍ଦ୍ବରେ ଭାରତ
"ଗୁଆହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ବୁଧବାର ଗୁଆହାଟୀରେ ଖେଳାଯିବ।
ତିରୁବନ୍ତପୂରମରେ ସହଜ ୮ ୱିକେଟ୍ ବିଜୟ ହାସଲ କରିଥିବା ଭାରତ ଏହି ତିନି ମ୍ୟାଚ୍ ଶୃଙ୍ଖଳାର ଭାଗ୍ୟକୁ ଏହିଠାରେ ସିଲ୍ କରିଦେବା ଲକ୍ଷ୍ୟରେ ହରିଛି।
ଅଧିନାୟକ ଶୁବମନ ଗିଲ୍ ଓ ଭେଟେରାନ୍ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ବିଜୟୀ ହୋଇଥିବାରୁ ଏବେ ଏଭଳି ସମ୍ଭାବନା ଦିଗରେ ଅଗ୍ରସର ହୋଇଛି।
ଭାରତୀୟ ଦଳର ପେସ ବୋଲିଂ ସମନ୍ବୟ ସଠିକ ଦିଶାରେ ନଥିବା ଏବଂ ଦଳୀୟ ଚୟନରେ ପରୀକ୍ଷା ନିରୀକ୍ଷା ଜାରି ରହିବା ସତ୍ତ୍ବେ ତ୍ରିଭେନ୍ଦ୍ରମରେ ଏସବୁ ଦୁର୍ବଳତା ପଦାରେ ପଡ଼ିନଥିଲା।
କେବଳ ଅଲରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ବୋଲିଂ ଓପନ୍ କରିବା ଫଳପ୍ରଦ ହୋଇପାରିନଥିଲା।
ଫଳତଃ ଯଶପ୍ରୀତ୍ ବୁମରା ଓ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା।
ଏବେ ଭାରତ ମହମ୍ମଦ ସିରାଜଙ୍କୁ ଫେରାଇ ଆଣିବ ନା ଆକ୍ବିବ ନବିଙ୍କୁ ପଦାର୍ପଣ ସୁଯୋଗ ଦେବ ?
ସେହି ଦ୍ବନ୍ଦ୍ବରେ ପଡ଼ିଛି।
ବ୍ୟାଟିଂ କିନ୍ତୁ ଘରୋଇ ଦଳର ମୁଖ୍ୟ ଶକ୍ତି ହୋଇ ରହିଛି।
ରୋହିତ ଶର୍ମାଙ୍କ ଉପରେ ମଧ୍ୟ ବିଶେଷ ନଜର ରହିବ।
ସେ ଗତ ମ୍ୟାଚ୍ରେ ଭଲ ଆରମ୍ଭ ସତ୍ତ୍ବେ ୩୨ ରନ୍ କରିଥିଲେ।ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ଜୀବନ୍ତ ରହିବାକୁ ଗୁଆହାଟୀ ମ୍ୟାଚ୍ରେ କର ବା ମର ସ୍ଥିତିରେ ରହିବ।
ଆଗାମୀ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପୂର୍ବରୁ ଭ୍ରମଣକାରୀ ଦଳକୁ ମଧ୍ୟ ଏହାର ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ଆଦିରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।
ତ୍ରିଭେନ୍ଦ୍ରମରେ ଓପନର୍ ଜଷ୍ଟିନ୍ ଗ୍ରିଭ୍ସ ତାଙ୍କ ପ୍ରଥମ ଶତକ ହାସଲ କରିବା ଦଳ ପାଇଁ ସକରାତ୍ମକ ଦିଗ ରଖିଛି।
ଏହି ୨ ଥର ବିଶ୍ବ ଚାମ୍ପିଅନ୍ ଦଳ କିନ୍ତୁ ଏବେ ବି ୨୦୨୭ ସଂସ୍କରଣ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିନପାରି ଚାପରେ ରହିଛି।Advertisment ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ବାଡ, କେଏଲ୍ ରାହୁଲ୍ (ଉପ ଅଧିନାୟକ), ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁର୍ଣ୍ଣୁର ବ୍ରାର୍, ମହମ୍ମଦ ସିରାଜ, ଆକ୍ବିବ ନବି, ଯଶସ୍ବୀ ଜୟସ୍ବାଲ, ନମନ ଧୀର।
ୱେଷ୍ଟଇଣ୍ଡିଜ୍ ଦଳ: ସାଇ ହୋପ୍ (ଅଧିନାୟକ), ଜିୱେଲ ଆଣ୍ଡ୍ରିଉ, ଜନ୍ କ୍ୟାମ୍ପ୍ବେଲ୍, କିସି କାର୍ଟି, ରସ୍ତନ୍ ଚେଜ୍, ମ୍ୟାଥ୍ୟୁ ଫୋର୍ଡ, ଜଷ୍ଟିନ୍ ଗ୍ରିଭ୍ସ, ଆମିର ଜାଙ୍ଗୁ, ଅଲଜାରି ଯୋସେଫ, ସମାର ଯୋସେଫ, ଭିଟେଲ୍ ଲିୱିସ, ଗୁଡ଼ାକେଶ ମୋତି, କିମୋ ପଲ୍, ସେର୍ଫାନ୍ ରଦରଫୋର୍ଡ, ଜୟଦେନ୍ ସିଲ୍ସ।
ଦିଲ୍ଲୀରୁ ଡ୍ରଗ୍ସ କୁଇନ୍ ଗିରଫ: କୋଟି କୋଟି ଟଙ୍କାର ଡ୍ରଗ୍ସ, ସୁନା ଏବଂ ନଗଦ ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।