Gyanesh Kumar: ଆସନ୍ତାକାଲି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ହେବ ସାଙ୍କେତିକ ମହାଭିଯୋଗ

Oct 30, 2026 - 16:36
Gyanesh Kumar: ଆସନ୍ତାକାଲି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ହେବ ସାଙ୍କେତିକ ମହାଭିଯୋଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ରେ ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ''ଇଣ୍ଡିଆ'' ମେଣ୍ଟ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ''ଜନ ମହାଭିଯୋଗ'' କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନ ବାହାରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସର୍ବସମ୍ମତି କ୍ରମେ ଏହି କାର୍ଯ୍ୟକ୍ରମକୁ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୩୧ ତାରିଖକୁ ଘୁଞ୍ଚାଯାଇଥିବା ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୂଚନା ଦେଇଛନ୍ତି।

Advertisment ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଏବଂ ଆୟୁକ୍ତଙ୍କ ପକ୍ଷପାତିତା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ଏହି ସାଙ୍କେତିକ ଶୁଣାଣିର ଆୟୋଜନ କରିଛନ୍ତି।

କନଷ୍ଟିଚ୍ୟୁସନ୍ କ୍ଲବ୍ କିମ୍ବା ତାଲକଟୋରା ଷ୍ଟାଡିୟମରେ ଅନୁମତି ନମିଳିବାରୁ ଏହି କାର୍ଯ୍ୟକ୍ରମ ଖଡଗେଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହେବ।

ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କ ଅଧ୍ୟକ୍ଷତାରେ ପ୍ରାୟ ୩ ଘଣ୍ଟା ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୧ଟି ରାଜନୈତିକ ଦଳର ୩୦ରୁ ଅଧିକ ବକ୍ତା ଏବଂ ସାଧାରଣ ନାଗରିକ ଅଂଶଗ୍ରହଣ କରିବେ।

ଖଡଗେ ଏହି ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଥିବା ବେଳେ ରାହୁଲ ଗାନ୍ଧୀ ଶେଷ ବକ୍ତବ୍ୟ ରଖିବେ।

ଦେଶ ବଞ୍ଚାଓ'' ନାରା ସହ ଏକ ମେଗା ''ଚଲୋ ଦିଲ୍ଲୀ'' ରାଲି ପୂର୍ବରୁ ସଂସଦ ର ଉଭୟ ଗୃହରେ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ବିରୋଧୀ ନୋଟିସ୍ ଦେଇଥିଲେ ହେଁ, ଗତ ଏପ୍ରିଲ ୬ ତାରିଖରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଏଥିସହିତ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ମଧ୍ୟ ଏସଆଇଆର୍ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ ସରକାରଙ୍କ ଘେରିବା ଆରମ୍ଭ କରିଛନ୍ତି।

ଅପରପକ୍ଷରେ, ଆସନ୍ତା ନଭେମ୍ବର ୧ ତାରିଖରେ ରାମଲୀଳା ମୈଦାନରେ ''ଭୋଟ୍ ବଞ୍ଚାଓ, ଦେଶ ବଞ୍ଚାଓ'' ନାରା ସହ ଏକ ମେଗା ''ଚଲୋ ଦିଲ୍ଲୀ'' ରାଲି ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ସିଇସି ଜ୍ଞାନେଶ କୁମାର ମିଶି ଗଣତନ୍ତ୍ରକୁ ଧ୍ୱଂସ କରୁଛନ୍ତି ବୋଲି ଅଭିଯୋଗ କରି ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏହି ସମାବେଶରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ହେଲିକପ୍ଟରରେ ଥିଲେ ୬ ଜଣ, ଯୋଶୀମଠ ନିକଟରେ ହେଲା ଦୁର୍ଘଟଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।