Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ କେରଳମ୍ ବିଧାନସଭାରେ ପ୍ରସ୍ତାବ ପାରିତ

Oct 12, 2026 - 14:50
Gyanesh Kumar: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ କେରଳମ୍ ବିଧାନସଭାରେ ପ୍ରସ୍ତାବ ପାରିତ

"ଥିରୁବନନ୍ତପୁରମ: ନିର୍ବାଚନ କମିସନଙ୍କ କାର୍ଯ୍ୟକାରିତା ବିରୋଧରେ ଦିଲ୍ଲୀରେ ପ୍ରତିବାଦ ମଧ୍ୟରେ କେରଳମ୍ ବିଧାନସଭା ଏକ ବଡ଼ ନିଷ୍ପତ୍ତି ନେଇଛି।

ଇତିହାସରେ ପ୍ରଥମ ଥର ପାଇଁ କେରଳମ୍ ବିଧାନସଭା ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି।

କେରଳମ୍ ବିଧାନସଭା ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଦେଶର ମୁଖ୍ୟ ବିଚାରପତିଙ୍କୁ ନେଇ ଏକ ନୂତନ ନିର୍ବାଚନ କମିସନ ଚୟନ କମିଟି ଗଠନ କରିବାକୁ ଦାବି କରିଛି।

Advertisment ଏହା ସହିତ ଏସଆଇଆରରେ ଅଭିଯୋଗ ହୋଇଥିବା ଅନିୟମିତତାର ସମାଧାନ କରିବାକୁ ମଧ୍ୟ ଆହ୍ୱାନ କରିଛି।

ନିର୍ବାଚନ କମିଶନଙ୍କ ସମ୍ପର୍କରେ ଉଠାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ କେରଳ ମୁଖ୍ୟମନ୍ତ୍ରୀ ଭି.ଡି.

ସତୀସନ୍ କହିଛନ୍ତି, ଆମର ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ସହିତ କୌଣସି ବୁଝାମଣା କରାଯାଇପାରିବ ନାହିଁ।

ଭୋଟର ତାଲିକାରେ ପରିବର୍ତ୍ତନ, ଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ଏବଂ ନିର୍ବାଚନ କମିସନଙ୍କ ନିରପେକ୍ଷତା ବିଷୟରେ ଉଠାଯାଇଥିବା ଗମ୍ଭୀର ପ୍ରସଙ୍ଗକୁ ଅଣଦେଖା କରାଯାଇପାରିବ ନାହିଁ।

ଆମର ଆଭିମୁଖ୍ୟ ସ୍ପଷ୍ଟ: ଭି.ଡି.

ସତୀସନ୍ ଭୋଟ ଦେବାର ଅଧିକାର ହେଉଛି ଆମ ଗଣତନ୍ତ୍ରର ମୂଳଦୁଆ।

କୌଣସି ଅନୁଷ୍ଠାନକୁ ଆମ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।

ଆମର ଆଭିମୁଖ୍ୟ ସ୍ପଷ୍ଟ।

ଭୋଟ ଦେବାର ଅଧିକାରକୁ ସୁରକ୍ଷିତ ରଖିବାକୁ ପଡ଼ିବ।

ସମ୍ବିଧାନକୁ ସମ୍ମାନ ଦେବାକୁ ପଡିବ।

ଗଣତନ୍ତ୍ରକୁ ବଜାୟ ରଖିବାକୁ ପଡିବ।

ଅନୁଷ୍ଠାନର ସ୍ୱାଧୀନତା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ କେରଳମ୍ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଦୃଢ଼ ଭାବରେ ଠିଆ ହୋଇଛି।

ନେତାଙ୍କ ଅଟକକୁ ନିନ୍ଦା ୧୦ ଅକ୍ଟୋବରରେ ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଘୋଷଣା ପରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ପିନାରାଇ ବିଜୟନ ପ୍ରତିବାଦ କରିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ।

ତେବେ ତାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା।

ସେ ନୂଆଦିଲ୍ଲୀର କେରଳମ୍ ହାଉସ ନିକଟରେ ଅନ୍ୟ ସିପିଆଇ(ଏମ୍) ନେତାମାନଙ୍କ ସହିତ ପ୍ରତିବାଦ କରିଥିଲେ।

କେରଳମ୍ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ଅଟକକୁ ନିନ୍ଦା କରିଛନ୍ତି।

Houthi Attacks: ସାଉଦି ଆରବରେ ବିମାନ ସେବା ଠପ୍: ୧୫ ଶହ ଉଡ଼ାଣ ବାତିଲ, ଫସି ରହିଛନ୍ତି ତୀର୍ଥଯାତ୍ରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।