Gyanodaya Scheme Boosts Higher Education Enrolment: ଜ୍ଞାନୋଦୟରେ ବଢ଼ିଲା ନାମଲେଖା, ଖୁବ୍ଶୀଘ୍ର ପୂରଣ ହେବ ୧୮୧୯ ଶିକ୍ଷକ ପଦବୀ
ଜ୍ଞାନୋଦୟ ଯୋଜନାରେ ଉଚ୍ଚଶିକ୍ଷାରେ ବଢ଼ିଲା ନାମଲେଖା।
ବିଶେଷକରି ଆକାଂକ୍ଷୀ ଜିଲ୍ଲାରେ ନାମଲେଖା ହାର ସର୍ବାଧିକ ରହିବା ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍ସାହଜନକ ସଫଳତା।
ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜ୍ଞାନୋଦୟ ଯୋଜନାର ଅଗ୍ରଗତି, ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ସ୍ଥିତି, ଶିକ୍ଷକ ପଦବୀ ପୂରଣ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ସୁପରିଚାଳନା ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
Advertisment ସମୀକ୍ଷାରୁ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୯୯.୦୯ ପ୍ରତିଶତ ନାମଲେଖା ହୋଇଥିବାବେଳେ କୋରାପୁଟରେ ୯୮.୮୨ ପ୍ରତିଶତ, ବଲାଙ୍ଗୀରରେ ୯୫.୫୭ ପ୍ରତିଶତ, ମାଲକାନଗିରିରେ ୯୫.୩୭ ପ୍ରତିଶତ ଏବଂ ନୂଆପଡ଼ା ଜିଲ୍ଲାରେ ୯୪.୬୪ ପ୍ରତିଶତ ନାମଲେଖା ହାର ରେକର୍ଡ କରାଯାଇଛି।
ସେହିପରି ରାଜ୍ୟର ୪୮ଟି ସରକାରୀ ଡିଗ୍ରୀ କଲେଜରେ ୪୮ଟି ନୂତନ ଅଧ୍ୟକ୍ଷ ପଦବୀ ସୃଷ୍ଟି କରାଯାଇଛି।
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖୁବ୍ ଶୀଘ୍ର ୧୮ ଶହ ୧୯ଟି ଶିକ୍ଷକ ପଦବୀ ପୂରଣ କରାଯିବ।
ଏହାବ୍ୟତୀତ ୧୭ଟି ବିଶ୍ୱବିଦ୍ୟାଳୟର ସୁପରିଚାଳନା ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ୨୬୨ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।
ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, 'ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା' ଲକ୍ଷ୍ୟକୁ ପୂରଣ ଦିଗରେ ଜ୍ଞାନୋଦୟ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।