Hardik Eyes Gujarat Return: ହାର୍ଦ୍ଦିକଙ୍କ ଗୁଜରାଟ ପ୍ରତ୍ୟାବର୍ତ୍ତନରେ ବଡ଼ ପ୍ରତିବନ୍ଧକ, ଏହି ସର୍ତ୍ତକୁ ନେଇ ଅଟକିଲା ଡିଲ୍
ଆଇପିଏଲ୍ରେ ପୁଣି ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସକୁ ଫେରିବା ନେଇ ଆଲୋଚନା କରିଥିଲେ। କିନ୍ତୁ ଅଧିନାୟକ ଭାବେ ଫେରିବା ସର୍ତ୍ତ ରଖିବା ପରେ ଗୁଜରାଟ ଟାଇଟନ୍ସ ଏହାକୁ ମନା କରିଥିବା ଜଣାପଡ଼ିଛି।
୨୦୨୨ରେ ଗୁଜରାଟକୁ ପ୍ରଥମ ସିଜନ୍ରେ ଚାମ୍ପିଅନ୍ କରାଇଥିଲେ ହାର୍ଦ୍ଦିକ। ୨୦୨୪ରେ ସେ ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ହୋଇଥିଲେ। ଏବେ ପୁଣି ଗୁଜରାଟ ଫେରିବା ଆଲୋଚନା ହୋଇଥିବା ବେଳେ, ବର୍ତ୍ତମାନର ଅଧିନାୟକ ଶୁଭମନ ଗିଲଙ୍କ ସହ ମଧ୍ୟ ଫ୍ରାଞ୍ଚାଇଜି ଏନେଇ କଥା ହୋଇଥିବା ରିପୋର୍ଟ କହୁଛି।
କିନ୍ତୁ ହାର୍ଦ୍ଦିକଙ୍କ କ୍ୟାପ୍ଟେନ୍ସି ସର୍ତ୍ତ ହିଁ ଡିଲ୍ରେ କଣ୍ଟା ସାଜିଛି। ଅନ୍ୟପଟେ, ହାର୍ଦ୍ଦିକଙ୍କ ପ୍ରବକ୍ତା କହିଛନ୍ତି ଯେ, ଟ୍ରେଡ୍ କିମ୍ବା ଟ୍ରାନ୍ସଫର ନେଇ ହାର୍ଦ୍ଦିକ କୌଣସି ଫ୍ରାଞ୍ଚାଇଜି ସହ ସିଧାସଳଖ କଥା ହୋଇନାହାନ୍ତି।
ଏହି ଘଟଣା ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ୨୦୨୬ ସିଜନ୍ରେ ମୁମ୍ବାଇ ୧୪ଟି ମ୍ୟାଚ୍ରୁ ୧୦ଟି ହାରି ନବମ ସ୍ଥାନରେ ରହିଥିଲା।
ଯେଉଁ ହାର୍ଦ୍ଦିକ ଦିନେ ଗୁଜରାଟକୁ ପ୍ରଥମ ଟ୍ରଫି ଦେଇଥିଲେ, ଆଜି ସେହି ଦଳକୁ ଫେରିବା ରାସ୍ତାରେ କ୍ୟାପ୍ଟେନ୍ସି ହିଁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।