Hardik Pandya: ବେସ୍‌ବଲ୍ ବ୍ୟାଟ୍‌ରେ ହାର୍ଦ୍ଦିକଙ୍କ ଧମାକା! ଜିତିଲେ ୯୫ ଲକ୍ଷ  ଟଙ୍କା, ବାଣ୍ଟି.ଦେଲେ ସବୁ

Nov 03, 2026 - 08:03
Hardik Pandya: ବେସ୍‌ବଲ୍ ବ୍ୟାଟ୍‌ରେ ହାର୍ଦ୍ଦିକଙ୍କ ଧମାକା! ଜିତିଲେ ୯୫ ଲକ୍ଷ  ଟଙ୍କା, ବାଣ୍ଟି.ଦେଲେ ସବୁ

ନୂଆଦିଲ୍ଲୀ: କ୍ରିକେଟ୍ ବ୍ୟାଟ୍ ବଦଳରେ ହାତରେ ଧରିଲେ ବେସ୍‌ବଲ୍ ବ୍ୟାଟ୍।

ଆଉ ଛକା ନୁହେଁ, ମାରିଲେ ହୋମ୍ ରନ୍‌!

ଖେଳ ଥିଲା ନିଆରା, ଅନ୍ଦାଜ ଥିଲା ଧମାକାଦାର।

ପ୍ରଥମ ଥର ବେସ୍‌ବଲ୍ ବ୍ୟାଟ୍ ଧରି ମଇଦାନକୁ ଓହ୍ଲାଇଥିଲେ ଭାରତୀୟ କ୍ରିକେଟ୍ ଟିମ୍‌ର ଷ୍ଟାର୍ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା।

ଆଉ ନିଜର ଦମ୍‌ଦାର ଖେଳ ଦେଖାଇ ଜିତିନେଲେ ଏକ ଲକ୍ଷ ଆମେରିକୀୟ ଡଲାର୍‌।

ଭାରତୀୟ ମୁଦ୍ରାରେ ପ୍ରାୟ ୯୫ ଲକ୍ଷ ଟଙ୍କା।

Advertisment ହେଲେ ଏହି ମୋଟା ଅଙ୍କର ଟଙ୍କା ନିଜ ପକେଟ୍‌ରେ ରଖିବାକୁ ଲୋଭ କଲେନି ହାର୍ଦ୍ଦିକ।

ଜିତିବା ପରେ ଦାନ କରିଦେଲେ ପୂରା ଟଙ୍କା।

ଆଉ ଏହି ଦରିଆଦିଲ୍ ଅନ୍ଦାଜ ଏବେ ଜିତିନେଇଛି ସମସ୍ତଙ୍କ ହୃଦୟ।

ଦୀର୍ଘ ଦିନ ଧରି କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

ଆଘାତ ଯୋଗୁଁ ଖେଳରୁ ଦୂରେ ଥିଲେ ବି ତାଙ୍କୁ ନେଇ ଚର୍ଚ୍ଚା କିନ୍ତୁ ଥମିବାର ନାଁ ନେଉନି।

ଶେଷ ଥର ପାଇଁ ଆଇପିଏଲ୍ ୨୦୨୬ରେ ଖେଳୁଥିବା ନଜର ଆସିଥିଲେ ହାର୍ଦ୍ଦିକ।

ଏବେ ଆଇପିଏଲ୍ ୨୦୨୭ ପୂର୍ବରୁ ତାଙ୍କୁ ନେଇ ଟ୍ରେଡ୍ ହେବାର ଖବର ମଧ୍ୟ ଚର୍ଚ୍ଚାରେ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ହାର୍ଦ୍ଦିକ ଫ୍ରାଞ୍ଚାଇଜ୍‌ଠାରୁ ଅଲଗା ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ହେଲେ କ୍ରିକେଟ୍ ମଇଦାନରୁ ଦୂରରେ ରହିଲେ ବି ନିଜର ଷ୍ଟାରଡମ୍ ବଜାୟ ରଖିଛନ୍ତି ଏହି ଭାରତୀୟ ଅଲରାଉଣ୍ଡର୍।

ତାଙ୍କର ଏହି ନିଆରା ଖେଳ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

AFG vs ZIM: ଜିମ୍ବାୱେକୁ ୭୯ ରନ୍‌ରେ ପରାସ୍ତ କରି ଏକପାଖିଆ ବିଜୟ ହାସଲ କଲା; ଆଫଗାନିସ୍ତାନ ଆମେରିକୀୟ କଣ୍ଟେଣ୍ଟ କ୍ରିଏଟର୍ ତଥା ପ୍ରସିଦ୍ଧ ୟ୍ୟୁଟବର ମିଷ୍ଟର୍ ବିଷ୍ଟଙ୍କ ସହ ଏକ ନିଆରା ବେସ୍‌ବଲ୍ ଚ୍ୟାଲେଞ୍ଜରେ ସାମିଲ ହୋଇଥିଲେ ହାର୍ଦ୍ଦିକ।

ଏହି ଭିଡିଓରେ ବିଭିନ୍ନ ଖେଳର ଦିଗ୍‌ଗଜ ଖେଳାଳିଙ୍କୁ ସାମିଲ କରାଯାଇଥିଲା।

ଚ୍ୟାଲେଞ୍ଜ ଥିଲା ବେସ୍‌ବଲ୍‌କୁ ବ୍ୟାଟ୍‌ରେ ମାରି ମଇଦାନ ବାହାରକୁ ପଠାଇବା।

ଅର୍ଥାତ୍ ହୋମ୍ ରନ୍ କରିବା।

ଯିଏ ଅଧିକ ହୋମ୍ ରନ୍ କରିବ, ସେ ହେବ ବିଜେତା।

ଏହି ଚ୍ୟାଲେଞ୍ଜରେ ହାର୍ଦ୍ଦିକଙ୍କୁ ନିଜର ବ୍ୟାଟିଂ କୌଶଳ ସହ ନୂଆ ଖେଳରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ମିଳିଥିଲା।

ମଜାଦାର କଥା ହେଉଛି, ହାର୍ଦ୍ଦିକଙ୍କ ପାଇଁ ବେସ୍‌ବଲ୍ ଥିଲା ପୂରା ନୂଆ ଖେଳ।

ପ୍ରଥମ ଥର ପାଇଁ ସେ ଏହି ଖେଳର ବ୍ୟାଟ୍ ଧରିଥିଲେ।

ଅନ୍ୟପଟେ ମିଷ୍ଟର୍ ବିଷ୍ଟଙ୍କର ଏହି ଖେଳ ସହ ପୁରୁଣା ସମ୍ପର୍କ ରହିଛି।

ସେ ସ୍କୁଲ୍ ସମୟରେ ବେସ୍‌ବଲ୍ ଖେଳୁଥିଲେ।

ଅର୍ଥାତ୍ ଖେଳର ଅଭିଜ୍ଞତା ଥିଲା ତାଙ୍କ ପାଖରେ।

ହେଲେ ଅଭିଜ୍ଞତା ଥାଇ ବି ହାର୍ଦ୍ଦିକଙ୍କ ଦମ୍‌ଦାର ପ୍ରଦର୍ଶନ ଆଗରେ ହାର୍ ମାନିଲେ ମିଷ୍ଟର୍ ବିଷ୍ଟ।

ଜିତିଲେ ହାର୍ଦ୍ଦିକ, ଆଉ ଜିତିଲେ ଏକ ଲକ୍ଷ ଡଲାର୍‌।

ଏହି ଖେଳ ତାଙ୍କ ପାଇଁ ଏକ ନୂଆ ଅନୁଭୂତି ହୋଇଥିଲେ ବି ବିଜୟର ମୁକୁଟ ପିନ୍ଧିବାରେ ସେ ସଫଳ ହୋଇଥିଲେ।

ନିଜର ଖେଳ ଦ୍ୱାରା ଦର୍ଶକଙ୍କୁ ମନୋରଞ୍ଜନ କରିବା, ଆଉ ନିଜର ଜିତକୁ ଅନ୍ୟର ଖୁସି ପାଇଁ ଉତ୍ସର୍ଗ କରିବା।

ଏହି ଦୁଇଟି ଗୁଣ ହାର୍ଦ୍ଦିକଙ୍କୁ ଆହୁରି ଖାସ୍ କରିଛି।

କ୍ରିକେଟ୍ ମଇଦାନରେ ଛକା ମାରି ଚର୍ଚ୍ଚାକୁ ଆସୁଥିବା ହାର୍ଦ୍ଦିକ, ଏଥର ବେସ୍‌ବଲ୍ ବ୍ୟାଟ୍ ଧରି ଜିତିଛନ୍ତି ୯୫ ଲକ୍ଷ ଟଙ୍କା।

ହେଲେ ଏହି ବିଜୟର ସବୁଠାରୁ ବଡ଼ ଖୁସି ହେଉଛି ତାଙ୍କର ମହାନୀୟତା।

ଟଙ୍କା ଜିତିବା ଗୋଟିଏ କଥା, ଆଉ ଜିତିଥିବା ଟଙ୍କାକୁ ଅନ୍ୟର ମଙ୍ଗଳ ପାଇଁ ଦେଇଦେବା ନିଶ୍ଚିତ ଭାବେ ଆଉ ଏକ ବଡ଼ ହୃଦୟର ପରିଚୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।