Harnek Singh extradition: ପଳାତକ ହରନେକ ସିଂହଙ୍କୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ

Sep 10, 2026 - 16:24
Harnek Singh extradition: ପଳାତକ ହରନେକ ସିଂହଙ୍କୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ

"ନୂଆଦିଲ୍ଲୀ: ୨୦୧୩ ମସିହାରୁ ତଦନ୍ତ ଓ ବିଚାରକୁ ଏଡ଼ାଇ ଆସୁଥିବା ପଳାତକ ହରନେକ୍‌ ସିଂହଙ୍କୁ ଭାରତ ଫେରାଇ ଅଣାଯାଇଛି।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଏକ ପ୍ରେସ୍‌ ରିଲିଜରେ କୁହାଯାଇଛି ଯେ, ସିଂହକୁ ଆମେରିକାରୁ ପ୍ରତ୍ୟର୍ପଣ କରି ଭାରତ ପଠାଯାଇଥିଲା।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସିବିଆଇ ପକ୍ଷରୁ ସିଂହଙ୍କୁ ଗିରଫ କରାଯାଇଛି।

ସିଂହ ନାଁରେ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି, ଜାଲ କାଗଜପତ୍ର ଓ ଆଇଟି ନିୟମ ଅନ୍ତର୍ଗତ ସିବିଆଇ ୨୦୧୬ରେ ମାମଲା ପଞ୍ଜିକୃତ କରିଥିଲା।Advertisment ତଦନ୍ତରୁ ଜଣାପଡିଛି ଯେ, ୨୦୧୩ ମସିହାରେ ସିଙ୍ଗାପୁରରେ ରହୁଥିବା କିମ୍ବା କାମ କରୁଥିବା ଭାରତୀୟ ନାଗରିକମାନଙ୍କୁ ଭାରତରୁ କାର୍ଯ୍ୟ କରୁଥିବା ଠକମାନେ ନକଲି କଲ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ।

ସେମାନେ ନିଜକୁ ସିଙ୍ଗାପୁର ଇମିଗ୍ରେସନ୍ କର୍ତ୍ତୃପକ୍ଷଙ୍କ ଅଧିକାରୀ ବୋଲି ପରିଚୟ ଦେଉଥିଲେ।

ପୀଡିତମାନଙ୍କୁ ସେମାନଙ୍କର ବିମାନବନ୍ଦର ଅବତରଣ ଫର୍ମରେ ଭୁଲ ସୂଚନା ଦେଇଥିବା ଦର୍ଶାଇ ୱେଷ୍ଟର୍ଣ୍ଣ ୟୁନିଅନ୍ ମନି ଟ୍ରାନ୍ସଫର ମାଧ୍ୟମରେ ଜରିମାନା ଦେବାକୁ ବାଧ୍ୟ କରାଯାଇଥିଲା।

Bashar al-Assad: ସିରିଆରେ ୨୪ ବର୍ଷ ଧରି ଏକଛତ୍ରବାଦୀ ଶାସନ ଚଳାଇଥିବା ପଳାତକ ବସର ଅଲ-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ତଦନ୍ତରୁ ଜଣାପଡିଛି ଯେ, ସହ-ଅଭିଯୁକ୍ତ ଆଦିତ୍ୟ ଭରଦ୍ୱାଜ ଓ ଦୀପକ ଜୈନଙ୍କ ସହ ମିଶି ହରନେକ୍‌ ସିଂହ ଏହି ନେଟୱର୍କ ପରିଚାଳନା କରୁଥିଲା।

ସିଂହ ମେ" ୨୦୧୩ରେ ଭାରତରୁ ପଳାୟନ କରି ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିଲା।

ସିଂହ ପଳାତକ ଥିବା ବେଳେ ସହ-ଅଭିଯୁକ୍ତ ଆଦିତ୍ୟ ଭରଦ୍ୱାଜ ଓ ଦୀପକ ଜୈନ ବିରୋଧରେ ପଞ୍ଚକୁଲାର ସ୍ୱତନ୍ତ୍ର ନ୍ୟାୟିକ ମାଜିଷ୍ଟ୍ରେଟ (ସିବିଆଇ ମାମଲା) ଗତବର୍ଷ ମେ ମାସରେ ଦୋଷୀ ସାବ୍ୟସ୍ତ କରିଥିଲା।

ଆମେରିକାର ନ୍ୟାୟ ବିଭାଗ ମାଧ୍ୟମରେ ଆମେରିକାରେ ସମନ ଓ ଜାମିନଯୋଗ୍ୟ ୱାରେଣ୍ଟ ଜାରି ହେବା ସତ୍ତ୍ୱେ ସିଂହ ଟ୍ରାଏଲ୍ କୋର୍ଟରେ ହାଜର ହୋଇନଥିଲା।

ପଞ୍ଚକୁଲାର ସିବିଆଇର ସ୍ୱତନ୍ତ୍ର ନ୍ୟାୟିକ ମାଜିଷ୍ଟ୍ରେଟ୍ ସିଂହ ବିରୋଧରେ ଏପ୍ରିଲ୍ ୨୨, ୨୦୨୪ରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲା।

ସିବିଆଇ ଏହି ମାମଲାରେ ଇଣ୍ଟରପୋଲ୍‌ର ସହାୟତା ନେଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।