Hatigenja village: ହାତିଗେଞ୍ଜ ଗାଁକୁ ବିକାଶ ଅପହଞ୍ଚ: ୧୨୦ ପରିବାର ହନ୍ତସନ୍ତ
ପାଇକସାହି: ସ୍ୱାଧୀନତା ପରେ ସରକାର ବଦଳିଛନ୍ତି, ବିକାଶ ପାଇଁ ନୂଆ ନୂଆ ଯୋଜନା ଆସିଛି।
ହେଲେ ଅନୁଗୋଳ ଜିଲ୍ଲାର ଏକ ଗାଁ ପାଇଁ ଏସବୁ ଯେପରି ଅର୍ଥହୀନ।
ନଳକୂଅ ଥାଇ ବି ପାଣି ମିଳୁନି, ରାସ୍ତା ଅଭାବରୁ ଲୋକେ ବିଲ ମଝିରେ ଯାତାୟାତ କରୁଛନ୍ତି।
ଦେହ ଖରାପ ହେଲେ ୧୮ କିମି ଦୂର ଯିବାକୁ ପଡ଼ୁଛି।
ମୋବାଇଲ୍ ଫୋନ୍ ଥିଲେ ସୁଦ୍ଧା ନେଟ୍ୱର୍କ ପାଇଁ ୭ କିମି ଯିବାକୁ ହେଉଛି।
ଏହା ହେଉଛି ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କନ୍ତପଡ଼ା ପଞ୍ଚାୟତର ହାତିଗେଞ୍ଜ ଗାଁର ବାସ୍ତବ ଚିତ୍ର।
ଗ୍ରାମବାସୀ ଙ୍କ କହିବା ଅନୁଯାୟୀ, ଏହି ଦୁରବସ୍ଥା ଆଜିର ନୁହେଁ; ସ୍ୱାଧୀନତା ପୂର୍ବରୁ ଗାଁ ଏଭଳି ସମସ୍ୟା ଭିତରେ ରହିଆସିଛି।
ଏହା ମଧ୍ୟରେ ଅନେକ ନିର୍ବାଚନ ହୋଇଛି, ସରକାର ଓ ନେତା ବଦଳିଛନ୍ତି।
କିନ୍ତୁ ଗାଁର ମୌଳିକ ସମସ୍ୟାର ସମାଧାନ ହୋଇ ପାରିନାହିଁ।
Advertisment WCDC: ଏନ୍ଆର୍ସି, ମା'ଗୃହରେ ମହିଳା ଓ ଶିଶୁ ବିକାଶ ଆୟୁକ୍ତଙ୍କ ଭ୍ରାମ୍ୟମାଣ ସମୀକ୍ଷା ପାଣି, ରାସ୍ତା ନାହିଁ; ୧୮ କିମି ଦୂରରେ ସ୍ୱାସ୍ଥ୍ୟସେବା ୧୨୦ ପରିବାର ହନ୍ତସନ୍ତ ସରକାରଙ୍କ ମାଳମାଳ ଯୋଜନାର ସୁଫଳ ମଧ୍ୟ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ।
ଅଭାବ ଓ ଅଭିଯୋଗ ନେଇ ବାରମ୍ବାର ପ୍ରଶାସନ ଓ ନେତାଙ୍କ ଦ୍ୱାରସ୍ଥ ହେଉଥିଲେ ବି ସ୍ଥିତି ବଦଳିନାହିଁ।
ହାତିଗେଞ୍ଜ ଗାଁର ଦୁଇ ପାର୍ଶ୍ୱରେ ପାହାଡ଼ ରହିଛି।
ଗାଁର ଜାମୁଡୋଲି ସାହିକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକେ ବିଲ ମଝି ଦେଇ ଯାତାୟାତ କରୁଛନ୍ତି।
ଏଠାକାର ୧୨୦ ପରିବାର ମୂଲମଜୁରି କରି ଜୀବିକା ନିର୍ବାହ କରୁଥିବାବେଳେ ଅନେକ ମୌଳିକ ସୁବିଧାରୁ ବଞ୍ଚିତ।
ସ୍ୱାସ୍ଥ୍ୟସେବା ପାଇଁ ଗ୍ରାମବାସୀଙ୍କୁ ୧୮ କିମି ଦୂର ଠାକୁରଗଡ଼ ଯିବାକୁ ପଡ଼ୁଛି।
ଗାଁରେ ନଳକୂଅ ଥିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ।
ଫଳରେ ପାନୀୟ ଜଳ ସମସ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଛି।
ବହୁ ବର୍ଷ ପୂର୍ବେ ନିର୍ମିତ ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବରୁ ଏବେ ଶୋଚନୀୟ ହୋଇପଡ଼ିଛି।
Horoscope 2026 November 07: ଜାଣନ୍ତୁ ଆଜିର ରାଶିଫଳ ...
ଗାଁରେ ବିଦ୍ୟାଳୟ ଥିଲେ ମଧ୍ୟ ଶିକ୍ଷକମାନେ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି।
ଆଧୁନିକ ଯୋଗାଯୋଗ ବ୍ୟବସ୍ଥାରୁ ଗାଁଟି ବିଚ୍ଛିନ୍ନ ହୋଇ ରହିଛି।
ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି, କିନ୍ତୁ ନେଟ୍ୱର୍କ ନାହିଁ।
ଜରୁରି କାମରେ ଫୋନ୍ରେ କଥା ହେବାକୁ ୭ କିମି ଦୂରକୁ ଯିବା ପାଇଁ ପଡ଼ୁଛି।
ଗାଁର ବିଶ୍ୱରଞ୍ଜନ ସାହୁ, କ୍ଷୀରୋଦ ଚନ୍ଦ୍ର ସାହୁ, ଘନଶ୍ୟାମ ବିଶ୍ୱାଳ, ପଞ୍ଚାନନ ପ୍ରଧାନ, ସିଦ୍ଧେଶ୍ୱର ସାହୁ, ବରୁଣ ବିଶ୍ୱାଳ, ଜଗଦାନନ୍ଦ ବିଶ୍ୱାଳ ପ୍ରମୁଖ ଏହି ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଦାବି କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶୁଭସ୍ମିତା ବାଙ୍କ କହିଛନ୍ତି, ଏହିସବୁ ସମସ୍ୟା ବିଷୟରେ ମୁଁ ବିଡିଓ ଓ ତହସିଲଦାରଙ୍କୁ ଜଣାଇଛି।
ସେମାନେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।