HDFC Bank : ଏଚ୍ଡିଏଫ୍ସି ବ୍ୟାଙ୍କ ସିଇଓ ଦୌଡ଼ ଆଗରେ ଅନୁପ ବାଗ୍ଚୀ
"ମୁମ୍ବାଇ: ଆଇସିଆଇସିଆଇ ପ୍ରୁଡେନସିଆଲ ଲାଇଫ୍ ଇନସ୍ୟୁରାନ୍ସର ଏମ୍ଡି ତଥା ସିଇଓ ଅନୁପ ବାଗ୍ଚୀ ଏଚ୍ଡିଏଫ୍ସି ବ୍ୟାଙ୍କର ନୂଆ ଏମ୍ଡି ତଥା ସିଇଓ ହେବା ସମ୍ଭାବନା ଦେଖାଦେଇଛି।
ଦେଶର ସର୍ବବୃହତ୍ ଘରୋଇ ବ୍ୟାଙ୍କର ନେତୃତ୍ବ ନେବା ପାଇଁ ରିଜର୍ଭ ବ୍ୟାଙ୍କ ତାଙ୍କ ପ୍ରାର୍ଥିତ୍ବ ଉପରେ ବିଚାର ବିମର୍ଶ ଚଳାଇଛି।
ବାଗ୍ଚୀ ୩ ବର୍ଷ ଧରି ବ୍ୟାଙ୍କିଂ ବ୍ୟବସାୟରୁ ଦୂରରେ ଥିବା କାରଣରୁ ରିଜର୍ଭ ବ୍ୟାଙ୍କ ତାଙ୍କ ପାର୍ଥିତ୍ବ ଉପରେ ଚିନ୍ତା କରୁଛି।
୨୦୨୩ ମସିହାରୁ ସେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଇନସ୍ୟୁରାନ୍ସର ଏମ୍ଡି ତଥା ସିଇଓ ଭାବେ ଅନୁପ କାର୍ଯ୍ୟ କରୁଛନ୍ତି।
ପୂର୍ବରୁ ସେ ଆଇସିଆଇସିଆଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ।
୨୦୧୭ ମସିହାରୁ ୨୦୨୩ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ।Advertisment ଉଲ୍ଲେଖଯୋଗ୍ୟ, ଏଚ୍ଡିଏଫ୍ସି ବ୍ୟାଙ୍କର ବୋର୍ଡ ଦୁଇ ଜଣଙ୍କ ନାମ ରିଜର୍ଭ ବ୍ୟାଙ୍କକୁ ଏମ୍ଡି ତଥା ସିଇଓ ପଦ ପାଇଁ ସୁପାରିସ କରିଥିଲା।
ବାହ୍ୟ ପ୍ରାର୍ଥୀଭାବେ ଅମିତାଭ ବାଗ୍ଗୀ ଏବଂ ଆଭ୍ୟନ୍ତରୀଣ ପ୍ରାର୍ଥୀଭାବେ ଡେପୁଟି ଏମ୍ଡି କାଇଜାଦ ଭାରୁଚାଙ୍କ ନାମ ପଠାଯାଇଥିଲା।
ତେବେ ଏମ୍ଡି ତଥା ସିଇଓ ପଦରେ କିଏ ବସିବେ ତାହା ଚଳିତ ସପ୍ତାହରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।
ବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।