Headmaster Arrested: ସ୍କୁଲରେ ଅସଦାଚରଣ ଅଭିଯୋଗ! ଛାତ୍ରୀଙ୍କ ଅଭିଯୋଗ ପରେ ଗିରଫ ହେଲେ ପ୍ରଧାନ ଶିକ୍ଷକ

Oct 14, 2026 - 09:15
Headmaster Arrested:  ସ୍କୁଲରେ ଅସଦାଚରଣ ଅଭିଯୋଗ! ଛାତ୍ରୀଙ୍କ ଅଭିଯୋଗ ପରେ ଗିରଫ ହେଲେ ପ୍ରଧାନ ଶିକ୍ଷକ

ଛାତ୍ରୀ ଖୋଲିଦେଲା ହେଡ୍ ମାଷ୍ଟରଙ୍କ କାରନାମା ! ସ୍କୁଲ କବାଟ ବନ୍ଦ କରି କରିଥିଲେ ଅସଦାଚରଣ ! ଛାତ୍ରୀଙ୍କ ଅଭିଯୋଗକୁ ଶୁଣିଲେନି ମାଟ୍ରନ । ଥାନାରେ ଏତଲା ଦେଇଦେଲା ପରିବାର । ଶିକ୍ଷକ ନାଁରେ କଳଙ୍କ । ମୟୁରଭଞ୍ଜରୁ ପୁଣି ଲଜ୍ଜାଜନକ ଘଟଣା । ଗତ ସେପ୍ଟେମ୍ବର ୨୫ ତାରିଖରେ ଏକ ଆଶ୍ରମ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା । ଜଣେ ଛାତ୍ରୀ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣ ପାତ୍ରଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ସାର୍ ଏବେ ବନ୍ଧା ହୋଇ ଥାନାକୁ ଯାଇଛନ୍ତି।

ପ୍ରଧାନ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । ଝରକା ଓ କବାଟ ବନ୍ଦ କରିବାକୁ କହିଥିଲେ । ସେହି ସମୟରେ ଛାତ୍ରୀ ଜଣଙ୍କୁ କାର୍ଯ୍ୟାଳୟ ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ହଷ୍ଟେଲର ଦୁଇ ଜଣ ମାଟ୍ରନଙ୍କୁ କହିବା ପରେବି କିଛି ପଦକ୍ଷେପ ନିଆଯାଇନଥିଲା । ପରେ ଅଭିଭାବକଙ୍କୁ ଜଣାଇବା ପରେ ହେଡ୍ ସାରଙ୍କ କଳାକାରନାମା ସାମ୍ନାକୁ ଆସିଛି । ରରୁଆଁ ଥାନାରେ ପୀଡିତା ଛାତ୍ରୀଙ୍କ ବାପା ଅଭିଯୋଗ ପରେ ସାର୍ ବନ୍ଧା ହୋଇଛନ୍ତି । ଏବଂ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ BNSର ବିଭିନ୍ନ ଧାରା ଲାଗୁ ହୋଇଛି । 

ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ଆଉ କି କାର୍ଯ୍ୟୁନୁଷ୍ଠାନ ନେଉଛି, ଏବଂ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ତା’ ଦେଖିବାକୁ ବାକି ରହିଲା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।