07 NOVEMBER 2026

Welcome!

Unlock your personalized experience.
Sign Up

Health: ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହେଲେ ଶରଦ ପାୱାର

Nov 07, 2026 - 13:50
Health: ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହେଲେ ଶରଦ ପାୱାର

ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର)ମୁଖ୍ୟ ଶରଦ ପାୱାରଙ୍କୁ ଛାତି ଏବଂ ଶ୍ୱାସକ୍ରିୟା ସଂକ୍ରମଣର ଚିକିତ୍ସା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ୮୪ ବର୍ଷୀୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଯଥେଷ୍ଟ ଉନ୍ନତି ଦେଖାଯାଇଛି ଏବଂ ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ ପାଇଁ ଘରେ ବିଶ୍ରାମ ନେବାକୁ ତଥା‌ ଚିକିତ୍ସା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। 

ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ବରିଷ୍ଠ ଡାକ୍ତର ଡାକ୍ତର ପ୍ରତୀତ ସମଦାନୀ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରି ତାଙ୍କ ମେଡିକାଲ୍ ବୁଲେଟିନ୍ ସେୟାର କରି କହିଛନ୍ତି, ଶରଦ ପାୱାରଙ୍କୁ ସମ୍ପୂର୍ଣ୍ଣ ସ୍ଥିର ଅବସ୍ଥାରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସେ ଏବେ ତାଙ୍କ ବାସଭବନରେ ତାଙ୍କର ଔଷଧ ଏବଂ ଅନ୍ୟାନ୍ୟ ଆରୋଗ୍ୟ ସମ୍ବନ୍ଧୀୟ ଚିକିତ୍ସା ଜାରି ରଖିବେ।

ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିଛି
ଡାକ୍ତର ସମଦାନୀଙ୍କ ଅନୁଯାୟୀ, ଶରଦ ପାୱାରଙ୍କୁ ସମ୍ପ୍ରତି ବ୍ରୋଙ୍କାଇଟିସ୍ ଆଟାକ୍ ହୋଇଥିଲା। ଯାହା ଫଳରେ ତାଙ୍କର ଛାତିରେ ଗମ୍ଭୀର ସଂକ୍ରମଣ ହୋଇଥିଲା। ତେବେ ସମୟୋଚିତ ଚିକିତ୍ସା ଯୋଗୁଁ ତାଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିଛି। ଡାକ୍ତର କହିଛନ୍ତି, ଯେହେତୁ ତାଙ୍କର ବୟସ ୮୦ ବର୍ଷରୁ ଅଧିକ, ତେଣୁ ତାଙ୍କ ବୟସକୁ ଦୃଷ୍ଟିରେ ରଖି କିଛି ଅତିରିକ୍ତ ନିର୍ଦ୍ଦେଶ ଦିଆଯାଇଛି। ଶରଦ ପାୱାର ଜଣେ ଅତ୍ୟନ୍ତ ଶୃଙ୍ଖଳିତ ରୋଗୀ ଏବଂ ତାଙ୍କ ଡାକ୍ତରଙ୍କ ନିର୍ଦ୍ଦେଶକୁ ଭଲ ଭାବରେ ପାଳନ କରନ୍ତି। ଆମେ ନିଶ୍ଚିତ ଯେ, ସେ ଘରେ ନିଜର ସମ୍ପୂର୍ଣ୍ଣ ଯତ୍ନ ନେବେ। ତାଙ୍କୁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ, ରାଜନୈତିକ ବୈଠକ କିମ୍ବା ଯାତ୍ରାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Controversy: କର୍ଣ୍ଣାଟକରେ ପେଟ୍ରୋଲରେ ୩୧% ଯାଏଁ ଇଥାନଲ୍ ମିଶ୍ରଣ ଅଭିଯୋଗ: ସରକାର ଓ ତୈଳ କମ୍ପାନୀ ମୁହାଁମୁହିଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।