Health: କୋରାପୁଟ ମେଡିକାଲ କଲେଜକୁ ଅତିରିକ୍ତ ୨୫ ଏମ୍‌ବିବିଏସ୍‌ ସିଟ୍‌

Oct 31, 2026 - 20:07
Health: କୋରାପୁଟ ମେଡିକାଲ କଲେଜକୁ ଅତିରିକ୍ତ ୨୫ ଏମ୍‌ବିବିଏସ୍‌ ସିଟ୍‌

ଭୁବନେଶ୍ବର: କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅତିରିକ୍ତ ୨୫ଟି ଏମ୍‌ବିବିଏସ୍ ସିଟ୍‌ ବଢ଼ିବ।

ଯାହାଫଳରେ କଲେଜରେ ଏମ୍‌ବିବିଏସ୍ ସିଟ୍‌ ସଂଖ୍ୟା ୧୫୦କୁ ବୃଦ୍ଧି ପାଇବ।

୨୦୨୭-୨୮ ଶିକ୍ଷାବର୍ଷରୁ ଏହି ନୂତନ ସିଟ୍ ବ୍ୟବସ୍ଥା ଲାଗୁ ହେବ।

Advertisment ଚଳିତମାସ ୨୯ ତାରିଖରେ ଜାରି ହୋଇଥିବା ସରକାରୀ ଆଦେଶରେ ଜାତୀୟ ମେଡିକାଲ କମିସନ୍‌(ଏନ୍‌ଏମ୍‌ସି)କୁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମେଡିକାଲ କଲେଜ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ, ଦସ୍ତାବିଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ବିଚାର କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Medical seat: ଓଡ଼ିଶାରେ ବଢ଼ିଲା ଶହେ ଏମ୍‌ବିବିଏସ୍‌ ସିଟ୍‌; ଭିମ୍‌ସାର ଓ ଡ୍ରିମ୍‌ସର ୫୦ ଲେଖାଏ ସିଟ୍‌ ବୃଦ୍ଧି ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଚିକିତ୍ସା ଶିକ୍ଷାର ନୂତନ ସୁଯୋଗ ସୃଷ୍ଟି ହେବ।

ଓଡ଼ିଶାରେ ଡାକ୍ତରୀ ଶିକ୍ଷାର ପରିସର ବୃଦ୍ଧି ସହ ଭବିଷ୍ୟତରେ ଅଧିକ ଡାକ୍ତର ସୃଷ୍ଟି କରିବା ଦିଗରେ ଏହା ସହାୟକ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।