Healthy Breakfast Recipe: ସକାଳ ଜଳଖିଆ ହେବ ଆହୁରି ସ୍ୱାଦିଷ୍ଟ, ଥରେ ଟ୍ରାଏ କରନ୍ତୁ ଏହି ହେଲ୍ଦି ରେଶମୀ ପରଟା

Oct 31, 2026 - 14:38
Healthy Breakfast Recipe: ସକାଳ ଜଳଖିଆ ହେବ ଆହୁରି ସ୍ୱାଦିଷ୍ଟ, ଥରେ ଟ୍ରାଏ କରନ୍ତୁ ଏହି ହେଲ୍ଦି ରେଶମୀ ପରଟା

ପ୍ରତିଦିନ ସକାଳେ ଜଳଖିଆରେ ସେହି ଆଳୁ, ଫୁଲକୋବି କିମ୍ବା ପନିର୍ ପରଟା ଖାଇ ଖାଇ ବିରକ୍ତ ହୋଇଗଲେଣି କି?

ତେବେ ଏଥର ଜଳଖିଆରେ ଟ୍ରାଏ କରନ୍ତୁ ଏକ ନୂଆ ସ୍ୱାଦର ରେଶମୀ ପରଟା।

ଏହାର ସ୍ୱାଦ ଯେତିକି ନିଆରା, ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ସେତିକି ସହଜ।

ଲାଉ, ଜହ୍ନି, କଖାରୁ, ଆଳୁ ଓ ପନିର୍‌ରେ ପ୍ରସ୍ତୁତ ଏହି ପରଟା ଛୋଟ ପିଲାଙ୍କଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ।

Advertisment ଖାସ୍ କଥା ହେଉଛି, ଏହି ପରଟା ପାଇଁ ଅଲଗା ଭାବେ ପୂର ପ୍ରସ୍ତୁତ କରିବାକୁ ପଡ଼ିବ ନାହିଁ।

ସିଝା ପରିବା ଓ ପନିର୍‌ର ପେଷ୍ଟରେ ଅଟା ଏବଂ ମସଲା ମିଶାଇ ସହଜରେ ଏହାକୁ ପ୍ରସ୍ତୁତ କରିପାରିବେ।

ସକାଳ ଜଳଖିଆ ସହ ପିଲାଙ୍କ ଟିଫିନ୍ କିମ୍ବା ସନ୍ଧ୍ୟା ଭୋଜନ ପାଇଁ ମଧ୍ୟ ଏହା ଏକ ଭଲ ବିକଳ୍ପ।

ରେଶମୀ ପରଟା ପାଇଁ କ'ଣ କ'ଣ ଦରକାର? • ଅଧା କପ୍ ଲାଉ • ଅଧା କପ୍ ଜହ୍ନି • ଅଧା କପ୍ କଖାରୁ • ଦେଢ଼ କପ୍ ଆଳୁ • ୧୦୦ ଗ୍ରାମ୍ ପନିର୍ • ଦେଢ଼ କପ୍ ଗହମ ଅଟା • ଅଧା ଚାମଚ ଗୋଲମରିଚ ଗୁଣ୍ଡ • ୧ ଚାମଚ ଲଙ୍କା ଗୁଣ୍ଡ • ୧ ଚାମଚ ଜିରା ଗୁଣ୍ଡ • ୧ ଚାମଚ ଚାଟ୍ ମସଲା • ୧ ଚାମଚ ଧନିଆ ଗୁଣ୍ଡ • ଅଧା ଚାମଚ ପାନମହୁରୀ ଗୁଣ୍ଡ • ୧ ବଡ଼ ଚାମଚ କସ୍ତୁରୀ ମେଥି • ସ୍ୱାଦ ଅନୁସାରେ ଲୁଣ • ୫୦ ମିଲିଲିଟର ପାଣି • ଆବଶ୍ୟକ ଅନୁସାରେ ଘିଅ କିମ୍ବା ତେଲ Advertisment ଏମିତି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ରେଶମୀ ପରଟା ଲାଉ, ଜହ୍ନି, କଖାରୁ ଓ ଆଳୁକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ।

ଏହାକୁ ପ୍ରେସର କୁକରରେ ପକାଇ ୫୦ ମିଲିଲିଟର ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦିଅନ୍ତୁ।

୩ଟି ସିଟି ହେବା ପର୍ଯ୍ୟନ୍ତ ସିଝାଇ ପ୍ରେସର ଆପେ ଆପେ ବାହାରିବାକୁ ଦିଅନ୍ତୁ।

ସିଝିଥିବା ପରିବାକୁ ମିକ୍ସରରେ ପକାନ୍ତୁ।

ସେଥିରେ ପନିର୍ ମିଶାଇ ଭଲ ଭାବେ ବାଟି ମସୃଣ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଏହାକୁ କିଛି ସମୟ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ପ୍ରସ୍ତୁତ ପରିବା ଓ ପନିର୍ ପେଷ୍ଟରେ ଗହମ ଅଟା ମିଶାନ୍ତୁ।

ଏଥିରେ ଗୋଲମରିଚ, ଲଙ୍କା, ଜିରା, ଚାଟ୍ ମସଲା, ଧନିଆ, ପାନମହୁରୀ ଗୁଣ୍ଡ ଓ କସ୍ତୁରୀ ମେଥି ପକାନ୍ତୁ।

ସେ ସବୁକୁ ଭଲ ଭାବେ ମିଶାଇ ଚକଟନ୍ତୁ।

ଚକଟା ଅଟାରୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ।

ତାପରେ ଏହାକୁ ଗୋଲାକାର ପରଟା ଭଳି ବେଲି ନିଅନ୍ତୁ।

ଶେଷରେ ଗରମ ତାୱାରେ ପରଟା ପକାଇ ମଧ୍ୟମ ଆଞ୍ଚରେ ଦୁଇ ପାଖ ସେକନ୍ତୁ।

ଆବଶ୍ୟକ ଅନୁସାରେ ଘିଅ କିମ୍ବା ତେଲ ଲଗାନ୍ତୁ।

ପରଟାର ଦୁଇ ପାଖ ହାଲୁକା ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭଲ ଭାବେ ସେକି ନିଅନ୍ତୁ।

ଦହି କିମ୍ବା ଆଚାର ସହ ବଢ଼ାନ୍ତୁ ସ୍ୱାଦ ବାସ୍‌, ପ୍ରସ୍ତୁତ ହୋଇଗଲା ଗରମାଗରମ ସୁଆଦିଆ ରେଶମୀ ପରଟା।

ଏହାକୁ ତାଜା ଦହି, ସବୁଜ ଲଙ୍କା ଆଚାର କିମ୍ବା ନିଜ ପସନ୍ଦର ଚଟଣି ସହ ପରଷନ୍ତୁ।

ପ୍ରତିଦିନର ସାଧାରଣ ଜଳଖିଆରେ ଏକ ନୂଆ ସ୍ୱାଦ ଯୋଡ଼ିବାକୁ ଚାହୁଁଥିଲେ ନିଶ୍ଚିତ ଥରେ ଘରେ ଟ୍ରାଏ କରନ୍ତୁ ଏହି ରେଶମୀ ପରଟା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।