Healthy Weight Gain: ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି
'ମୁଁ ବହୁତ ଖାଉଛି, ତଥାପି ମୋର ଓଜନ ବଢୁନି'—ଏହି କଥା ଆପଣ ନିଶ୍ଚୟ ଅନେକଙ୍କ ମୁହଁରୁ ଶୁଣିଥିବେ।
ଦୁର୍ବଳପଣ ଏବେ ଅନେକଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇଯାଇଛି।
କେହି କେହି ଶରୀରର ଓଜନ ବଢାଇବାକୁ ଚାହିଁ ଅଧିକ ପରିମାଣରେ ପିଜ୍ଜା, ବର୍ଗର, ଫ୍ରେଞ୍ଚ ଫ୍ରାଇଜ୍, ଚିପ୍ସ, ମିଠା ଓ ଫାସ୍ଟ ଫୁଡ୍ ଖାଇବା ଆରମ୍ଭ କରିଦେଇଥାନ୍ତି।
ଏଥିରେ ଓଜନ କିଛି ବଢିପାରେ ସତ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ଆଣିଥାଏ।
Advertisment ଅତ୍ୟଧିକ ଜଙ୍କ ଫୁଡ୍ ଖାଇଲେ ଶରୀରରେ ମାଂସପେଶୀ ବଢିବା ପରିବର୍ତ୍ତେ ପେଟ ଓ ଅନ୍ୟାନ୍ୟ ଅଂଶରେ ଅସ୍ୱାସ୍ଥ୍ୟକର ଚର୍ବି ବଢିପାରେ।
ବାହାରୁ ଶରୀର ଭରା ଦେଖାଯାଇପାରେ, କିନ୍ତୁ ଭିତରୁ ମେଟାବଲିଜମ୍ ଓ ପାଚନ କ୍ଷମତା ଦୁର୍ବଳ ହୋଇପାରେ।
ଏହି କାରଣରୁ ଓଜନ ବଢାଇବା ସମୟରେ ଖାଦ୍ୟର ଗୁଣ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଜନ ବଢାଇବା ପାଇଁ ଶରୀରକୁ ତାହାର ଦୈନିକ ଆବଶ୍ୟକତାଠାରୁ କିଛି ଅଧିକ ଏନର୍ଜି ବା କ୍ୟାଲୋରି ଦରକାର।
କିନ୍ତୁ ଏହି ଅତିରିକ୍ତ କ୍ୟାଲୋରି ଜଙ୍କ୍ ଫୁଡ୍ରୁ ନେବା ଉଚିତ ନୁହେଁ।
କାରଣ ଜଙ୍କ୍ ଫୁଡ୍ ମାଂସପେଶୀ ବଢାଇବାରେ ବିଶେଷ ସାହାଯ୍ୟ କରେ ନାହିଁ, ବରଂ ପେଟରେ ଅତିରିକ୍ତ ଚର୍ବି ଜମାଇପାରେ।
ଏଥିସହ ପେଟ ଫୁଲିବା, ଗ୍ୟାସ୍, ଅମ୍ଳତା ଓ ଅନ୍ୟାନ୍ୟ ପାଚନ ସମସ୍ୟା ମଧ୍ୟ ବଢିପାରେ।
ତେବେ ପତଳା ଶରୀରରେ ମାଂସପେଶୀ ବଢାଇବା ପାଇଁ କଣ ଖାଇବା ଦରକାର ଆସନ୍ତୁ ଜାଣିବା।
Advertisment କ୍ଷିର ସହ ଦଲିଆ: ସ୍ୱାସ୍ଥ୍ୟକର ଭାବେ ଓଜନ ବଢାଇବା ପାଇଁ କ୍ଷିର ସହ ଦଲିଆ ଏକ ଭଲ ବିକଳ୍ପ ହୋଇପାରେ।
ଦଲିଆରେ କାର୍ବୋହାଇଡ୍ରେଟ୍ ଓ ଫାଇବର ଥିବାବେଳେ କ୍ଷିରରୁ ପ୍ରୋଟିନ୍, କ୍ୟାଲସିୟମ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ମିଳେ।
ଦୁଇଟିକୁ ଏକାସାଙ୍ଗରେ ଖାଇଲେ ଏହା ଏକ ସନ୍ତୁଳିତ ଭୋଜନ ହୋଇପାରେ।
ବିଶେଷକରି ସକାଳ ଜଳଖିଆରେ ଏହାକୁ ରଖିଲେ ଶରୀରକୁ ଆବଶ୍ୟକ ଏନର୍ଜି ମିଳିପାରେ।
କଦଳୀ ଓ ପିନଟ୍ ବଟର: କଦଳୀ ଓ ପିନଟ୍ ବଟର ମଧ୍ୟ ଓଜନ ବଢାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ ବିକଳ୍ପ।
କଦଳୀରେ କାର୍ବୋହାଇଡ୍ରେଟ୍ ଓ ପ୍ରାକୃତିକ ଶର୍କରା ଥାଏ।
ପିନଟ୍ ବଟରରେ ପ୍ରୋଟିନ୍, ହେଲ୍ଦି ଫ୍ୟାଟ୍ ଓ ମ୍ୟାଗ୍ନେସିୟମ୍ ରହିଥାଏ।
ଏହି ଦୁଇଟିକୁ ମିଶାଇ ଖାଇଲେ ଶରୀରକୁ ଅତିରିକ୍ତ କ୍ୟାଲୋରି ସହ ଆବଶ୍ୟକ ପୋଷକତତ୍ତ୍ୱ ମିଳିଥାଏ।
ବ୍ୟାୟାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଉପକାରୀ ସ୍ନାକ୍ ହୋଇପାରେ।
ପନିର: ସେହିପରି ପନିର ମଧ୍ୟ ଓଜନ ବଢାଇବା ପାଇଁ ଏକ ଭଲ ଖାଦ୍ୟ।
ଏଥିରେ ପ୍ରୋଟିନ୍ ଓ ଫ୍ୟାଟ୍ ଦୁଇଟି ଥାଏ।
ପ୍ରୋଟିନ୍ ମାଂସପେଶୀ ଗଠନରେ ସାହାଯ୍ୟ କରେ, ଯେତେବେଳେ ଫ୍ୟାଟ୍ ଶରୀରକୁ ଅତିରିକ୍ତ କ୍ୟାଲୋରି ଦେଇଥାଏ।
ତେଣୁ ଯେଉଁମାନେ ହେଲ୍ଦି ଭାବେ ଓଜନ ବଢାଇବାକୁ ଚାହୁଁଛନ୍ତି, ସେମାନେ ପନିରକୁ ଦିନର କୌଣସି ଗୋଟିଏ ମିଲ୍ରେ ସାମିଲ କରିପାରନ୍ତି।
ଦହି ଓ ଗ୍ରୀକ୍ ୟୋଗର୍ଟ: ଦହି ଓ ଗ୍ରୀକ୍ ୟୋଗର୍ଟ ମଧ୍ୟ ଉପକାରୀ ହୋଇପାରେ।
ଏଥିରୁ ପ୍ରୋଟିନ୍ ମିଳିବା ସହ ପାଚନ ପ୍ରକ୍ରିୟାକୁ ମଧ୍ୟ ସହଯୋଗ ମିଳିପାରେ।
ଲସି ଓ ଛାଛ ମଧ୍ୟ ପେଟ ପାଇଁ ଭଲ ବିକଳ୍ପ ବୋଲି କୁହାଯାଏ।
ତେବେ ପ୍ରତିଦିନ ଅଧିକ ଚିନି ଥିବା ମିଠା ଲସି ପିଇବା ଉଚିତ ନୁହେଁ, କାରଣ ଏଥିରୁ ଅନାବଶ୍ୟକ ଶର୍କରାର ପରିମାଣ ବଢିପାରେ।
ସ୍ୱାସ୍ଥ୍ୟକର ଓଜନ ବଢାଇବା ପାଇଁ କେବଳ ଅଧିକ ଖାଇବା ନୁହେଁ, ନିୟମିତ ଭାବେ ପୋଷକ ଖାଦ୍ୟ ଖାଇବା ଜରୁରୀ।
ଦିନକୁ ୩ଟି ବଡ଼ ଭୋଜନ ସହ ୨ରୁ ୩ଟି ହେଲ୍ଦି ସ୍ନାକ୍ ରଖାଯାଇପାରେ।
ଏଥିସହ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଓ ହେଲ୍ଦି ଫ୍ୟାଟ୍ର ସନ୍ତୁଳନ ରଖିବା ଉଚିତ।
ସହଜ ଷ୍ଟ୍ରେଙ୍ଗଥ୍ ଟ୍ରେନିଂ କିମ୍ବା ବ୍ୟାୟାମ ମଧ୍ୟ ମାଂସପେଶୀ ବଢାଇବାରେ ସାହାଯ୍ୟ କରିପାରେ।
ଏହି ଅଭ୍ୟାସ କରିବା ଦ୍ୱାରା ମାସକୁ ୫ କେଜି ଓଜନ ବଢିପାରେ।
ତେବେ ଯଦି କେହି ଭଲ ଭାବେ ଖାଉଥିଲେ ମଧ୍ୟ ଦୀର୍ଘଦିନ ଧରି ଓଜନ ବଢୁନଥାଏ, କିମ୍ବା ହଠାତ୍ ଓଜନ କମିବା, ଦୁର୍ବଳତା, ଭୋକ କମିବା, ପାଚନ ସମସ୍ୟା କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ, ତେବେ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ପରାମର୍ଶ ନେବା ଉଚିତ।
କାରଣ ସବୁବେଳେ କେବଳ ଡାଏଟ୍ ହିଁ କମ୍ ଓଜନର କାରଣ ହୋଇନଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।