Hearse Vehicle Overturns Into Canal: ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ସ୍ୱର୍ଗରଥ, ୩ ଆହତ
ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ସ୍ବର୍ଗରଥ ଗାଡ଼ି। ଦୁର୍ଘଟଣାରେ ୩ ଆହତ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଛକ ପୂର୍ବରୁ ଥିବା କେନାଲକୁ ଖସିପଡ଼ିଲା ସ୍ବର୍ଗରଥ ଗାଡି। ବାଲେଶ୍ବରରୁ ଶବ ନେଇ ପୁରୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିରେ ୬ ଜଣ ଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସୂଚନା ମିଳିଛି। ଏନେଇ ତଦନ୍ତ ଜାରି ରଖିଛି ପୋଲିସ।
କେନାଲକୁ ଖସିଲା ସ୍ବର୍ଗରଥ ଗାଡ଼ି; ୩ ଆହତ
କେନାଲକୁ ଖସିଲା ସ୍ବର୍ଗରଥ ଗାଡ଼ି
ଦୁର୍ଘଟଣାରେ ୩ ଜଣ ଆହତ
ବାଲେଶ୍ବରରୁ ଶବ ନେଇ ପୁରୀ ଯାଉଥିଲା ସ୍ବର୍ଗରଥ ଗାଡ଼ି
ଭଣ୍ଡାରୀପୋଖରୀ ଛକ ପୂର୍ବରୁ କେନାଲକୁ ଖସିପଡ଼ିଲା
୩ ଆହତଙ୍କୁ ଉଦ୍ଧାର କରି କଟକ ସ୍ଥାନାନ୍ତର କଲା ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।