Heart attacks: ୪୫ ବର୍ଷରୁ କମ୍ ବୟସରେ ବି ହୋଇପାରେ ହୃଦ୍ଘାତ
"ସାଧାରଣତଃ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ହୃଦ୍ଘାତ (ମାୟୋକାର୍ଡିଆଲ୍ ଇନ୍ଫାର୍କସନ୍) ଅଧିକ ଦେଖାଯାଏ।
ଯୁବକ ଓ ଯୁବତୀଙ୍କଠାରେ ଏହା ଅପେକ୍ଷାକୃତ କମ୍।
କମ୍ ବୟସରେ ହୃଦ୍ଘାତ ହେଲେ ଏହା ରୋଗୀଙ୍କ ସ୍ୱାସ୍ଥ୍ୟ, ମାନସିକ ଅବସ୍ଥା ସହ ପରିବାର ଉପରେ ଆର୍ଥିକ ବୋଝ ସୃଷ୍ଟି କରିପାରେ।
୪୫ ବର୍ଷରୁ କମ୍ ବୟସରେ ହୃଦ୍ଘାତର କାରଣକୁ ମୁଖ୍ୟତଃ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ।
ସେଗୁଡ଼ିକ ହେଲା- ନିଶାଦ୍ରବ୍ୟ ସେବନଜନିତ ହୃଦ୍ଘାତ, ରକ୍ତ ଅତ୍ୟଧିକ ଜମାଟ ବାନ୍ଧିବା ପ୍ରବଣତା, ଆଥେରୋସ୍କ୍ଲେରୋଟିକ୍ ଓ ନନ୍-ଆଥେରୋସ୍କ୍ଲେରୋଟିକ୍ କରୋନାରି ଆର୍ଟେରି ଡିଜିଜ୍।Advertisment Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ଉଚ୍ଚ ରକ୍ତଚାପ, ଧୂମପାନ, ମଧୁମେହ, ମେଦବହୁଳତା, ରକ୍ତରେ ଅଧିକ କୋଲେଷ୍ଟରାଲ୍, ଶାରୀରିକ ନିଷ୍କ୍ରିୟତା, ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଅତ୍ୟଧିକ ମଦ୍ୟପାନ ଓ ନିଶାଦ୍ରବ୍ୟ ସେବନ ହୃଦ୍ଘାତର ପ୍ରମୁଖ ବିପଦ କାରକ ଭାବେ ଜଣାଶୁଣା।
ନିଷ୍କ୍ରିୟ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଯୁବପିଢ଼ି ପାଇଁ ଚିନ୍ତାର କାରଣ ପାଲଟିଛି।
୪୫ ବର୍ଷରୁ କମ୍ ବୟସରେ ହୃଦ୍ଘାତର ସନ୍ଦେହ ହେଲେ ନିଶାଦ୍ରବ୍ୟ ସେବନର ଇତିହାସ, କରୋନାରି ଆଟେରିର ଅସ୍ୱାଭାବିକତା, ଅଳ୍ପ ବୟସରେ ପରିବାରରେ ହୃଦ୍ରୋଗର ଇତିହାସ ଏବଂ ରକ୍ତ ଅତ୍ୟଧିକ ଜମାଟ ବାନ୍ଧିବା ପ୍ରବଣତା ଆଦିକୁ ବିଚାରକୁ ନେବା ଆବଶ୍ୟକ।
ପ୍ରାରମ୍ଭିକ ଚିକିତ୍ସାରେ ରୋଗୀଙ୍କୁ ସ୍ଥିର କରିବା ପରେ ତାଙ୍କର ବିପଦ ସ୍ତର ନିର୍ଦ୍ଧାରଣ ଗୁରୁତ୍ୱପୂର୍ଣ୍ଣ।
Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...
ଆବଶ୍ୟକତା ଅନୁଯାୟୀ ଶୀଘ୍ର ରିଭାସ୍କୁଲାରାଇଜେସନ୍ ବା ହୃଦ୍ଧମନୀରେ ରକ୍ତପ୍ରବାହ ପୁନଃସ୍ଥାପନକଲେ ଚିକିତ୍ସା ଫଳରେ ଉନ୍ନତି ଆସିପାରେ।
ହୃଦ୍ଘାତ ପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିରୋଧମୂଳକ ପଦକ୍ଷେପର ଗୁରୁତ୍ୱ ରହିଛି।
ଧୂମପାନ ଓ ନିଶାଦ୍ରବ୍ୟରୁ ଦୂରେଇବା, ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ଶାରୀରିକ କାର୍ଯ୍ୟକଳାପ, ଓଜନ ନିୟନ୍ତ୍ରଣ ଓ ରକ୍ତଚାପ, ମଧୁମେହ ଓ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ସମୟରେ ଚିହ୍ନଟ, ତୁରନ୍ତ ଚିକିତ୍ସା ଏବଂ ପରବର୍ତ୍ତୀ ସମୟରେ ନିୟମିତ ଚିକିତ୍ସା ଓ ଜୀବନଶୈଳୀରେ ପରିବର୍ତ୍ତନ ହିଁ ହୃଦ୍ଘାତ ପରେ ଦୀର୍ଘକାଳୀନ ଜଟିଳତାକୁ କମାଇପାରେ। -ସିଦ୍ଧାର୍ଥ ଶ୍ରୀତମ ପଟ୍ଟନାୟକ, ହୃଦ୍ରୋଗ ବିଶେଷଜ୍ଞ, କ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ବର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।