Heavy rain: ତିନିଦିନର ଲଗାଣ ବର୍ଷାରେ ବେହାଲ ଚନ୍ଦାହାଣ୍ଡି
"ଚନ୍ଦାହାଣ୍ଡି (ମହମ୍ମଦ ହୁସେନ୍): ଗଭୀର ଅବପାତ ଆନ୍ଧ୍ର ପ୍ରଦେଶରେ ସ୍ଥଳ ଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଛି।
ଏହାର ପ୍ରଭାବରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଲଗାଣ ତିନି ଦିନର ବର୍ଷା ବେହାଲ କରିଛି।
ବ୍ଲକର ପ୍ରମୁଖ ନଦୀନାଳ ଗୁଡିକରେ ବଢ଼ି ପାଣି ପ୍ରବାହିତ ହେଉଥିବା ବେଳେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିଛି।
Advertisment କେଉଁ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି ତ କେଉଁଠି ରାସ୍ତା, ପୋଲ ଧୋଇଯାଇ ବିଛିନ୍ନ ହୋଇଛି।
ଅଞ୍ଚଳର ଜୁନାପାଣି, ସନ୍ଧିମୁଣ୍ଡା, ବନ୍ଧକୋନା, ବନାମହୁଲ, ବୋରିଗୁଡ଼ା ଓ ମହୋରା ଗ୍ରାମରେ ବନ୍ୟା ପାଣି ପଶିବା ଦ୍ୱାରା ଲୋକଙ୍କ ଘରେ ପାଣି ପଶି ଘରୋଇ ସାମଗ୍ରୀ ନଷ୍ଟ ହୋଇଛି।
ଜୁନାପାଣି-ବୋରିଗୁଡା, ସନ୍ଧିମୁଣ୍ଡା-ଚାନ୍ଦଗିରି, ଆମ୍ବଗୁଡା-ବୋରିଗୁଡ଼ା,ସାଲେଭଟା-ବେଲମାଝିଗୁଡା, କୁହୁଡ଼ି-କୁଆମ୍ବା ଆଦି ରାସ୍ତା ଧୋଇଯିବା ଓ ଗଛ ରାସ୍ତାରେ ପଡ଼ିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି।
Sikkim Landslide: ସିକିମରେ ପ୍ରବଳ ବର୍ଷା: ରିମ୍ବି ଗାଁରେ ଭୂସ୍ଖଳନ, ବହୁ ଘର ଭାଙ୍ଗି ଚୂରମାର ସେହିଭଳି ମହୋରାସ୍ଥିତ ଆରଏମସି ଗୋଦାମ ଗୃହ ପାଚେରୀ ଭାଙ୍ଗି ପଡିଯାଇଛି।
ଏହି ଲଗାଣ ବର୍ଷାରେ ଚିଲିଗାଁ, କଛାରପଡ଼ା, ଦଣ୍ଡାମୁଣ୍ଡା ଆଦି ଗ୍ରାମରେ କେତେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି।
ଦଣ୍ଡାମୁଣ୍ଡା-ଧୋଡ଼ିପାଣି ଓ ଧୋଡ଼ିପାଣି-ଫଟାମୁଣ୍ଡା ସୁଖା ନଦୀ ପୋଲ, କୁହୁଡ଼ି-କୁଆମ୍ବା, ବୋରିଗୁଡା-ଆମ୍ବଗୁଡା ରାସ୍ତା ମଧ୍ୟରେ ଥିବା ପୋଲୋ ଉପରେ ନଦୀ ପାଣି ପ୍ରବାହିତ ହୋଇଛି।
ସୁଖା ନଦୀ ବନ୍ୟା ପାଣିରେ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକ ଭାଙ୍ଗି ଯାଇଥିବା ବେଳେ ପରିସର ଭିତରକୁ ବନ୍ୟା ଜଳ ପ୍ରବେଶ କରିଛି।
ଏହା ବ୍ୟତୀତ ଅଞ୍ଚଳ ଦେଇ ପ୍ରବାହିତ ଭଣ୍ଡାର ନଦୀ, ସୁଖା ନଦୀ, ବରେହି ନଦୀ, ତେଲନଦୀ, କୁକୁର ଜୋର ଦୁଇ କଡରେ ଥିବା ବହୁ ମକା, ଧାନ ଓ ବିଭିନ୍ନ ପନିପରିବା ଫସଲ ଉପରେ ପାଣି ମାଡି ଯିବାରୁ ବହୁଳ ଭାବେ ଫସଲ ନଷ୍ଟ ହୋଇଛି।
ଖବରପାଇ ବ୍ଲକ ପ୍ରଶାସନ ତପ୍ତରତା ଦେଖାଇବା ବେଳେ ତହସିଲଦାର ସହଦେଵ କୁଟ୍ରୁକା, ବିଡ଼ିଓ ଚୈନୁ ଗଣ୍ଡ ଜୁନାପାଣି, ମୋହରା ତଥା ବିଭିନ୍ନ ଗ୍ରାମ ଯାଇ ସ୍ଥିତି ବୁଲି ଦେଖିଛନ୍ତି।
ପ୍ରାୟ ୧୦୦ ରୁ ଅଧିକ ଘର ଭାଙ୍ଗି ଯାଇଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଘରେ ପାଣି ପଶିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।
ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, କ୍ଷେମରାଜ ବାଘ, ଗୋବିନ୍ଦ ଜୈନ, ପ୍ରତାପ ବାଘ ପ୍ରମୁଖ ବିଭିନ୍ନ ଗ୍ରାମ ଯାଇ ଲୋକଙ୍କୁ ସାକ୍ଷାତ କରିବା ସହ ବନ୍ୟା ସ୍ଥିତି ସମର୍କରେ ପଚାରି ବୁଝିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।