Heavy Rain Alert Across Odisha: ଆସୁଛି ଭୀଷଣରୁ ଅତି ଭୀଷଣ ବର୍ଷା, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ସାରା ରାଜ୍ୟରେ ବର୍ଷା ବିତ୍ପାତ୍ତ। ୨ ଦିନ ହେଲା ଲାଗି ରହିଛି ବର୍ଷା। ଚାରିଆଡେ ପାଣି। ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା। ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ହୋଇଥିବା ସୂଚନା। ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି, ବାଲେଶ୍ବରରେ ୪୧.୪ ମିମି ଓ ପାରାଦୀପରେ ୩୦.୨ ବର୍ଷା ରେକର୍ଡ ହୋଇଛି। ଆଜି ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।
ନୂଆପଡା, ବରଗଡ, ସମ୍ବଲପୁରରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଝରସୁଗୁଡା, ସୁନ୍ଦରଗଡ, ଦେଓଗଡ, ସୋନପୁର, ବଲାଙ୍ଗିର, କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।