Heavy Rain Alert: ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ, ୨୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଉତ୍ତରକୁ ଘାଣ୍ଟୁଛି, ପଶ୍ଚିମରେ ପ୍ରବଳ ଛେଚୁଛି । ଲଘୁଚାପ ବର୍ଷାରେ ବେହାଲ୍ ହେଲାଣି ବରଗଡ଼ରୁ ବାଲେଶ୍ବର। ଆଜି ସକାଳ ପର୍ଯ୍ୟନ୍ତ ସାଂଘାତିକ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଦୁଇ ଜିଲ୍ଲା କେନ୍ଦୁଝର ଓ ସୁନ୍ଦରଗଡ଼କୁ ଜାରି ହୋଇଛି ରେଡ୍ ଆଲର୍ଟ। ତା ସହିତ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
ସେହି ଜିଲ୍ଲା ଗୁଡ଼ିକ ହେଲା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ମୟୂରଭଞ୍ଜ । ଏହାଛଡ଼ା ବାକି ୨୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆଜି ପାଗରେ ସାମାନ୍ୟ ସୁଧାର ଆସିପାରେ । ତେବେ ପଶ୍ଚିମ ଓଡ଼ିଶାର ବରଗଡ଼ରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
୬ ଜିଲ୍ଲାରେ ଅତିପ୍ରବଳ ବର୍ଷା!
ବର୍ଷାରେ ଭିଜୁଛି ଓଡ଼ିଶା, ଆଲର୍ଟରେ ୨୪ ଜିଲ୍ଲା
କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ
ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ଆଜି ବି ବିଭିନ୍ନ ଜିଲ୍ଲାରେ ବର୍ଷାରୁ ନାହିଁ ନିସ୍ତାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।