Heavy Rain Floods Cuttack Cancer Institute: ଲଗାଣ ବର୍ଷାରେ ବେହାଲ କଟକ କର୍କଟ ପ୍ରତିଷ୍ଠାନ, ପରିସରରେ ଆଣ୍ଠୁଏ ପାଣି

Sep 24, 2026 - 17:03
Heavy Rain Floods Cuttack Cancer Institute: ଲଗାଣ ବର୍ଷାରେ ବେହାଲ କଟକ କର୍କଟ ପ୍ରତିଷ୍ଠାନ, ପରିସରରେ ଆଣ୍ଠୁଏ ପାଣି

ଲଗାଣ ବର୍ଷାରେ ବେହାଲ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସର। ପ୍ରବଳ ବର୍ଷା ଯୋଗୁଁ ହସ୍ପିଟାଲ ପରିସରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ସଠିକ ଢଙ୍ଗରେ ଜଳ ନିଷ୍କାସନ ହୋଇପାରିନଥିବାରୁ ଏଭଳି ସ୍ଥିତି ଉପୁଜିଛି। ...

ପୁରୀ ବାସେଳି ସାହି ଥାନା ଆଗରେ ଲହଡି ମାରୁଛି ପାଣି। ମଙ୍ଗଳା ଘାଟ ବ୍ରହ୍ମଗିରି ରାସ୍ତାରେ କିଛି ଅଂଶ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି। ବର୍ଷା ପାଣି ଜମି ରହିବା ଫଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଦୁର୍ଘଟଣାକୁ ରୋକିବା ପାଇଁ ଲୋକେ ତିନୋଟି ଲେଖାଏଁ ବାଉଁଶକୁ ଖାଲ ଚାରିପାଖରେ ଆବଦ୍ଧ କରିଛନ୍ତି। ହଜାର ହଜାର ସଂଖ୍ୟାରେ ମଟରସାଇକେଲ ଓ ଚାରିଚକିଆ ଯାନ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନର ଆଖି ଖୋଲୁନାହିଁ ବୋଲି ଅଭିଯୋଗ ହୋଇଛି । ଗତ ଦୁଇଦିନ ହେଲା ବର୍ଷା ପାଇଁ ପାଣି ଜମି ରହିଛି। 

ବ୍ରହ୍ମପୁର ମହାନଗର ନିଗମର ୩୯ ନମ୍ୱର୍ ୱାର୍ଡ ମାର୍କନ୍ଦେଶ୍ୱର ଅଞ୍ଚଳରେ ଫସି ରହିଛନ୍ତି ଏକ ପରିବାର। ପ୍ରବଳ ବର୍ଷା ଯୋଗୁଁ ଘର ଚାରିପଟେ ପାଣି ଜମି ରହିଛି। ଘର ଛାତ ଉପରେ ରହି ପରିବାର ଲୋକେ ସହାୟତା ଲୋଡିଛନ୍ତି। ପରିବାର ମଧ୍ୟରେ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି। ମହାନଗର ନିଗମରେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ତେବେ ଖୁବଶୀଘ୍ର ପରିବାର ଲୋକଙ୍କ ଉଦ୍ଧାର କରିବାକୁ ଟିମ୍ ପହଞ୍ଚିବ ବୋଲି ସୂଚନା ମିଳିଛି। 

ଲଗାଣ ବର୍ଷାରେ ବେହାଲ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ
ହସ୍ପିଟାଲ ପରିସରରେ ଆଣ୍ଠୁଏ ଉଚ୍ଚର ପାଣି
ଜଳବନ୍ଦୀ ହସ୍ପିଟାଲ, ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।