Heavy Rain Triggers Landslide at Taptapani Ghat: ତପ୍ତପାଣି ଘାଟିରେ ଭୂସ୍ଖଳନ, ଗଞ୍ଜାମରୁ ୫ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବିପତ୍ତି!
ପାହାଡ଼ରୁ ଖସୁଛି ବିରାଟ ବିରାଟ ପଥର, ରାସ୍ତା ଉପରେ ଜମୁଛି ପାଣି।
ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଭୂସ୍ଖଳନ ହେବାରୁ ଜାତୀୟ ରାଜପଥ ୩୨୬ରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ବଢ଼ିଛି।
Advertisment ଗଜପତି ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି।
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତପ୍ତପାଣି ଘାଟିରେ ପାହାଡ଼ରୁ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିଛି।
ବଡ଼ ବଡ଼ ପଥର ରାସ୍ତାକୁ ଅବରୋଧ କରିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଏହି ଜାତୀୟ ରାଜପଥ ୩୨୬ ଗଞ୍ଜାମରୁ ଅନ୍ୟ ପାଞ୍ଚଟି ଜିଲ୍ଲାକୁ ସଂଯୋଗ କରୁଥିବାରୁ ରାସ୍ତା ବନ୍ଦ ହେବାର ପ୍ରଭାବ ଯାତାୟତ ଉପରେ ପଡ଼ିଛି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।
ଏହା ଉଦ୍ଧାର ଓ ରାସ୍ତା ସଫା କାମ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Advertisment ତେବେ ରାସ୍ତା ଉପରୁ ପଥର ହଟାଇବା ପାଇଁ ଜେସିବି ମେସିନ୍ ନିୟୋଜିତ କରାଯାଇଛି।
ବଡ଼ ବଡ଼ ପଥରଗୁଡ଼ିକୁ ହଟାଇ ଯାତାୟତ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି।
ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାହାଡ଼ିଆ ରାସ୍ତାରେ ବିପଦ ବଢ଼ିଥିବାରୁ ଯାତ୍ରୀମାନେ ସତର୍କ ରହିବା ଜରୁରୀ।
ରାସ୍ତା ସଫା ହୋଇ ଯାତାୟତ ପାଇଁ ସୁରକ୍ଷିତ ଘୋଷଣା ନହେବା ପର୍ଯ୍ୟନ୍ତ ତପ୍ତପାଣି ଘାଟି ଦେଇ ଯାତ୍ରା କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନର ସୂଚନା ନେବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।