Heavy rain: ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ: ରାଜସ୍ବ ମନ୍ତ୍ରୀ

Sep 24, 2026 - 18:20
Heavy rain: ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ: ରାଜସ୍ବ ମନ୍ତ୍ରୀ

"ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ (Deep Depression) ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଛି।

ଏହି ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫–୬୫ କି.ମି.

ଥିବାବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କି.ମି.

ପର୍ଯ୍ୟନ୍ତ ରହିଥିଲା।

ଏହା ପରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି।

ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଅବସ୍ଥିତ ଥିବାବେଳେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୧୭୦ କି.ମି.

ଦକ୍ଷିଣ-ପଶ୍ଚିମରେ ରହିଥିଲା।Advertisment ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୭ କି.ମି.

ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି।

ଆଜି ସକାଳ ୮ଟା ୩୦ ମିନିଟ୍‌ ସମୟରେ ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପରେ, ଅକ୍ଷାଂଶ ୧୮.୫° ଉତ୍ତର ଓ ଦ୍ରାଘିମା ୮୩.୫° ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା।

ଏହା କଳିଙ୍ଗପଟ୍ଟନମ୍‌ (ଆନ୍ଧ୍ରପ୍ରଦେଶ)ର ପ୍ରାୟ ୭୦ କି.ମି.

ପଶ୍ଚିମ-ଉତ୍ତରପଶ୍ଚିମ, ରାୟଗଡ଼ା (ଓଡ଼ିଶା)ର ୮୦ କି.ମି.

ଦକ୍ଷିଣ-ଦକ୍ଷିଣପୂର୍ବ, କୋରାପୁଟ (ଓଡ଼ିଶା)ର ୯୦ କି.ମି.

ପୂର୍ବ-ଦକ୍ଷିଣପୂର୍ବ ଏବଂ ଜଗଦଲପୁର (ଛତିଶଗଡ଼)ର ୧୭୦ କି.ମି.

ପୂର୍ବ-ଦକ୍ଷିଣପୂର୍ବରେ ଅବସ୍ଥିତ ଥିଲା।

ଏହି ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି, ୨୪ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହାପରେ ମଧ୍ୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହାର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଗଭୀର ଅବପାତ ଉପକୂଳ ଅତିକ୍ରମ କରି ଏବେ ସ୍ଥଳଭାଗ ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।

ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ପରିସ୍ଥିତି ଉପରେ ନିରନ୍ତର ତଦାରଖ କରାଯାଉଛି।

ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରରେ ନିୟୋଜିତ ପ୍ରତିକ୍ରିୟାଶୀଳ ବାହିନୀଗୁଡ଼ିକ ସତର୍କ ରହିଛନ୍ତି।

ନିୟମିତ ଭାବେ କ୍ଷେତ୍ରସ୍ତରୀୟ ସ୍ଥିତି ଆକଳନ କରାଯାଉଛି।

ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଯାତାୟାତ ପରିଚାଳନା, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି।

ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଜିଲ୍ଲାଗୁଡ଼ିକରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିଥିବା ରିପୋର୍ଟ ମିଳିନାହିଁ।

Rain: ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି: ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନା କୋରାପୁଟ: ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି।

ସିମିଳିଗୁଡ଼ା ବ୍ଲକ୍‌ରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ଘଟିନାହିଁ।

ମାଲକାନଗିରି: ଜାତୀୟ ରାଜପଥର କେତେକ ସ୍ଥାନରେ ପାଣି ଉଛୁଳିବା ଯୋଗୁଁ କାଙ୍ଗୁରକୋଣ୍ଡା, ଏମ୍‌ଭି-୯୦ ଓ କନ୍ୟାଶ୍ରମ ନିକଟସ୍ଥ ତିନୋଟି ସେତୁ ଦେଇ ଯାତାୟାତକୁ ବିକଳ୍ପ ମାର୍ଗରେ ପରିଚାଳନା କରାଯାଇଛି।

ଏଥିପାଇଁ ଛତିଶଗଡ଼ ପୁଲିସ ସହ ସମନ୍ୱୟ କରାଯାଇଛି।

କଳାହାଣ୍ଡି: ବିଚ୍ଛିନ୍ନ ଭାବେ ଗଛ ଉପୁଡ଼ିଯିବା ଘଟଣାଗୁଡ଼ିକୁ ତୁରନ୍ତ ସଫା କରାଯାଇଛି।

ଜିଲ୍ଲାର ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି।

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଏକ ସେତୁ ଉପରେ ପାଣି ଉଛୁଳିବା ପରେ ସେଠାରେ ଯାତାୟାତକୁ ବିକଳ୍ପ ମାର୍ଗରେ ପରିଚାଳନା କରାଯାଇଛି।

ଗଛ ଉପୁଡ଼ିଯିବା ଯୋଗୁଁ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଗଜପତି: ଗତକାଲି ସନ୍ଧ୍ୟା ୫ଟା ୩୦ରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି।

ହାରାହାରି ବର୍ଷା ପରିମାଣ ପ୍ରାୟ ୭୦ ମି.ମି.

ରହିଛି।

ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀତଟ ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ କରାଯାଉଛି।

ଏଥିରେ ଓଡ୍ରାଫ୍‌ର ଏକ ଟିମ୍ ନିୟୋଜିତ ରହିଛି।

ଗଞ୍ଜାମ: ଜିଲ୍ଲା ପ୍ରଶାସନ ପକ୍ଷରୁ ବଂଶଧାରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି।

ଜଳ ପରିଚାଳନା ବ୍ୟବସ୍ଥାର ଅଂଶ ଭାବେ ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ବ୍ୟାରେଜ୍‌ ଗେଟ୍‌ଗୁଡ଼ିକର ପରିଚାଳନା ମଧ୍ୟ କରାଯାଉଛି।

ରାୟଗଡ଼ା: ବଂଶଧାରା ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।