Heavy rainfall in Mayurbhanj: ଜମ୍ଭିରା ନଦୀରେ ବଢୁଛି ପ୍ରବଳ ଜଳ ପ୍ରବାହ, ଲଗାଣ ବର୍ଷାରେ ରାସଗୋବିନ୍ଦପୁରରେ ବନ୍ୟା ପରିସ୍ଥିତି
ଲଗାଣ ବର୍ଷାରେ ରାସଗୋବିନ୍ଦପୁର ବ୍ଲକରେ ବନ୍ୟା ପରିସ୍ଥିତି। ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଠାରେ ପୋଲ ଉପରେ ପ୍ରାୟ ୪ ଫୁଟ୍ ପାଣି ପ୍ରବାହିତ ହେଉଛି। ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ଏଥିପାଇଁ ବାରିପଦା–ଅର୍ମଦା ରାସ୍ତାରେ ମଧ୍ୟ ଚଳପ୍ରଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଜମ୍ଭିରା ନଦୀରେ ପ୍ରବଳ ଜଳ ପ୍ରବାହ ଦେଖିବାକୁ ମିଳିଛି। ଏହି ନଦୀ ବାଲେଶ୍ବର ଜିଲ୍ଲାରେ ଜଳକା ନଦୀ ଭାବେ ପରିଚିତ। ଜମ୍ଭିରାରେ ଜଳସ୍ତର ବଢ଼ିଚାଲିଲେ ବାଲେଶ୍ବରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।