Helicopter crashes: ବାହାଘରର କିଛି ମିନିଟ୍ ପରେ ମୃତ୍ୟୁ! ସ୍ୱାମୀଙ୍କ ଶବ ତଳେ ୬ ଘଣ୍ଟା ଫସି ରହିଲେ ନବବଧୂ

Sep 24, 2026 - 09:16
Helicopter crashes: ବାହାଘରର କିଛି ମିନିଟ୍ ପରେ ମୃତ୍ୟୁ! ସ୍ୱାମୀଙ୍କ ଶବ ତଳେ ୬ ଘଣ୍ଟା ଫସି ରହିଲେ ନବବଧୂ

"ନୂଆଦିଲ୍ଲୀ: ହାତରେ ମେହେନ୍ଦିର ରଙ୍ଗ ଶୁଖିନଥିଲା, ଆଖିରେ ଥିଲା ନୂଆ ସଂସାରର ସ୍ୱପ୍ନ।

ଧୁମଧାମରେ ସରିଥିଲା ବିବାହ, ପରିବାର ଓ ବନ୍ଧୁବାନ୍ଧବଙ୍କ ହସଖୁସିରେ ଗୁଞ୍ଜି ଉଠୁଥିଲା ସାରା ପରିବେଶ।

ହେଲେ କିଏ ଜାଣିଥିଲା, ସେହି ଖୁସିର ରାତି କିଛି ମିନିଟ୍‌ ମଧ୍ୟରେ ପାଲଟିଯିବ ଜୀବନର ସବୁଠୁ ବଡ଼ ଦୁଃସ୍ୱପ୍ନରେ।

ଆମେରିକାର ଜର୍ଜିଆରୁ ଆସିଛି ଏମିତି ଏକ ହୃଦୟବିଦାରକ ଘଟଣା, ଯାହା ଶୁଣିଲେ ଆଖି ଭିଜିଯିବ।

ଦୀର୍ଘ ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ଜେସ୍ନି ସାମ୍ ଓ ଡେଭ୍ ଫିଜି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଶହ ଶହ ଅତିଥିଙ୍କ ଉପସ୍ଥିତିରେ ଏକ ବିଳାସପୂର୍ଣ୍ଣ ଭେନ୍ୟୁରେ ସରିଥିଲା ବାହାଘର।

ବିବାହ ପରେ ନବଦମ୍ପତି ହେଲିକପ୍ଟରରେ ହୋଟେଲକୁ ଯିବାକୁ ବାହାରିଥିଲେ।

କିନ୍ତୁ ସେହି ଯାତ୍ରା ହିଁ ସାଜିଥିଲା ମୃତ୍ୟୁର ଯାତ୍ରା।Advertisment PTI: ଇମ୍ରାନଙ୍କ ମୁକ୍ତି ଦାବିରେ ପିଟିଆଇର ଅଭିଯାନ: ସିଲ୍ ହେଲା ଇସଲାମାବାଦ ଉଡ଼ାଣ ପୂର୍ବରୁ ଖରାପ ପାଗ ଓ କମ୍ ଦୃଶ୍ୟମାନତାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ଡେଭ୍।

ସେ ନିଜେ ଜଣେ ପାଇଲଟ୍ ଥିଲେ।

ତଥାପି ଶେଷରେ ହେଲିକପ୍ଟର ଉଡ଼ାଇଥିଲେ।

ମାତ୍ର କିଛି ମିନିଟ୍ ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଉଚ୍ଚ ଗଛରେ ବାଡ଼େଇ ହୋଇ ଖସି ପଡ଼ିଥିଲା ହେଲିକପ୍ଟର।

ଦୁର୍ଘଟଣାରେ ଡେଭ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଜେସ୍ନି ଗୁରୁତର ଆହତ ହୋଇଥିଲେ।

ସବୁଠାରୁ ହୃଦୟବିଦାରକ କଥା ହେଲା, ଦୁର୍ଘଟଣା ପରେ ପ୍ରାୟ ୬ ଘଣ୍ଟା ଧରି ଧ୍ୱଂସସ୍ତୂପ ଭିତରେ ଫସି ରହିଥିଲେ ଜେସ୍ନି।

ଆଉ ତାଙ୍କ ଉପରେ ପଡ଼ି ରହିଥିଲା ନିଜ ସ୍ୱାମୀଙ୍କ ମୃତଦେହ।

ଯେଉଁ ମଣିଷଙ୍କ ସହ ସାରା ଜୀବନ କାଟିବାର ସ୍ୱପ୍ନ ଦେଖିଥିଲେ, ସେହି ମଣିଷଙ୍କ ଶବ ତଳେ ଅସହାୟ ଅବସ୍ଥାରେ କଟିଥିଲା ସାରା ରାତି।

ଦୁର୍ଘଟଣାର ଚାରି ମାସ ପରେ ଜେସ୍ନି ବିବାହ ସ୍ଥଳ ଓ ହେଲିକପ୍ଟର ଅପରେଟର କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି।

ଖରାପ ପାଗ ସତ୍ତ୍ୱେ ଉଡ଼ାଣ ବାତିଲ୍ ନକରିବା ଓ ସୁରକ୍ଷା ନିୟମ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି।

ଆଜି ବି ସେ ପିଟିଏସଡି, ଡିପ୍ରେସନ ଓ ଉଡ଼ାଣ ଭୟ ସହ ଲଢ଼ୁଛନ୍ତି।

ଖୁସିରେ ଆରମ୍ଭ ହୋଇଥିବା ଏକ ନୂଆ ଜୀବନ, କିଛି ମିନିଟ୍‌ରେ ପାଲଟିଯାଇଥିଲା ଅଶ୍ରୁ ଓ ଯନ୍ତ୍ରଣାର ଅନନ୍ତ କାହାଣୀରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।